Feb 24, 2024, 18:21 IST

୧୮- ୩୫ ବର୍ଷ ବୟସ ମଧ୍ୟରେ କରନ୍ତୁ ଆବେଦନ ଆଉ ଜାଣନ୍ତୁ ଏହାର ସମ୍ପୂର୍ଣ ପ୍ରୋସେସ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସରକାରଙ୍କ ତରଫରୁ ଅନେକ ସୁବିଧା ମିଳିଥାଏ । ଅନେକ ସୁବିଧା ସୁଯୋଗ ଆସିଥାଏ ।
Special report
ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଅନେକ କିଛି ଜାଣିପାରିବେ । ଏବେ ସରକାରଙ୍କ ତରଫରୁ ଏକ ଯୋଜନା ଆସିଛି ଯେଉଁ ଯୋଜନାରେ ୧ ଲକ୍ଷ ଟଙ୍କା ମିଳିପାରିବ । ଏହି ୧ ଲକ୍ଷ ଟଙ୍କା କେମିତି ଆବେଦନ କରିବେ ? 
ସଂପୂର୍ଣ୍ଣ ତଥ୍ୟ ଏହି ଭିଡିଓ ମାଧ୍ୟମରେ ଜାଣି ରଖନ୍ତୁ । ୧୮ ରୁ ୩୫ ବର୍ଷ ଯୁବକ ଆଉ ଯୁବତୀ ଏହି ଯୋଜନା ଆବେଦନ କରିପାରିବେ । ରାଜ୍ୟ ସରକାର ଯୁବ ଗୋଷ୍ଠୀକୁ ନିର୍ଭରଶୀଳ କରିବା ପାଇଁ ନିଷ୍ପତି ନେଇଛନ୍ତି ।
Special report
ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ବ୍ୟବସାୟ କରିବା ପାଇଁ ଚାହୁଁଥିବେ କିନ୍ତୁ ତାଙ୍କ ପାଖରେ ବ୍ୟବସାୟ କରିବାକୁ ଟଙ୍କା ନଥାଏ । ସେଥିପାଇଁ ଏବେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଉ ଏହାର ଆଧାରରେ ବ୍ୟବସାୟ କରିବାକୁ ଇଛୁକ ବ୍ୟକ୍ତି ଲାଭ ପାଇବେ ।
ସୋୟ ଯୋଜନା ମାଧ୍ୟମରେ ୧୮ ରୁ ୩୫ ବର୍ଷର ଯୁବକ ଆଉ ଯୁବତୀ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପାଇଁ ବୟସ ସୀମା ଅଲଗା ରହିଛି ।
Special report
ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଏବଂ ଅଫଲାଇନରେ ଆବେଦନ କରିପାରିବେ । ସରକାର ଦେଉଥିବା ଏହି ଏକ ଲକ୍ଷ ଟଙ୍କା ଋଣରେ ପୁରୁଣା ବ୍ୟବସାୟ ବଢାଇ ପାରିବେ ବା ନୂଆ ବ୍ୟବସାୟ କରିପାରିବେ । 
Special report
ବିନା ସୁଧରେ ଟଙ୍କା ଋଣ ଆକାରରେ ଦିଆଯିବ । ଋଣ ପାଇଁ କୌଣସି ବନ୍ଧକ ରଖାଯିବ ନାହିଁ । ରାଜ୍ୟସରକାରଙ୍କ soyam.odisha.gov. in ରେ ଆପଣ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆପଣ ଆବେଦନ କରିପାରିବେ ।
ସରକାର ୪୮୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଚାରି ବର୍ଷ ଭିତରେ ଋଣ ସୁଝିବାକୁ ପଡ଼ିବ । ଆପଣମାନେ ଏହି ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇ ପାରିବେ । ଯଦି ଆପଣ ଅନ୍ୟ କୌଣସି ଲୋନ ଆଣିଛନ୍ତି ତାହେଲେ ଏହି ସେବା ପାଇପାରିବେ ନାହିଁ।

Advertisement