Jan 19, 2024, 13:06 IST

ଏତେ ପରିମାଣ ରେ ଆଦାୟ ହୋଇଥିବା ଗୁଆ ଆଉ ଚାଉଳ, ଶ୍ରୀ ମନ୍ଦିର ରେ ନ ପହଞ୍ଚି ଗଲା କୁଆଡେ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅର୍ପଣ ରଥକୁ ନେଇ ବର୍ତ୍ତମାନ୍ ସମୟରେ ଘୋର ବିବାଦ ଲାଗି ରହିଛି। ଏହାକୁ ନେଇ ରାଜନୀତି କରାଯାଉଥିବା କଥା ଲୋକମାନେ ମଧ୍ୟ କହିଥିଲେ।
Special Report
ହେଲେ ଏହାକୁ ନେଇ ଲୋକମାନେ ଏବେ କହିଛନ୍ତି କି ଯେଉଁ ଚାଉଳ ଓ ଗୁଆ ଅର୍ପଣ ରଥ ସାରା ଅଞ୍ଚଳରେ ଘୁରିବା ସମୟରେ ଆଦାୟ କରାଯାଇ ଥିଲା ତାହା କେଉଁ ଆଡେ଼ ଗଲା। ଏହାକୁ ନେଇ ବିଜେଡ଼ି ବିଧାୟକ ଅମର ଶତପଥୀ ତାଙ୍କର ବୟାନ ଦେଇଛନ୍ତି।
ଆଉ ତାଙ୍କର ବୟାନ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ଯାହାକୁ ନେଇ ଲୋକମାନେ ମଧ୍ୟ ତାଙ୍କୁ ବିଭିନ୍ନ କଥା କହିଛନ୍ତି। ପ୍ରଥମେ ତ କହିଥିଲେ କି ଶ୍ରୀମନ୍ଦିର ପରିକ୍ରମା ନିଶ୍ଚିତ ଭାବରେ ଏକ ଐତିହାସିକ ଓ ସ୍ମରଣୀୟ କାର୍ଯ୍ୟ ଅଟେ।
ଏହା ସାରା ରାଜ୍ୟବାସୀ ଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ଏହା ହେଉଛି ସାରା ବିଶ୍ଵବାସୀ ଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଅଟେ। ଏହି ପରିକ୍ରମା ପ୍ରକଳ୍ପ ଇତିହାସ ରେ ଏକ ନୂତନ ଅଧ୍ୟାୟ ଭାବରେ ଯୋଡ଼ି ହେଲା।
Special Report
ଆଉ ଏହା ନିଶ୍ଚିତ ଭାବରେ ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ମଧ୍ୟ ଅଟେ। ଖୁବ୍ ସୁନ୍ଦର୍ ଭାବରେ ଲୋକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିବା କଥା ସେ କହିଥିଲେ।
ଧାର୍ମିକ କାର୍ଯ୍ୟରେ ମଧ୍ୟ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି ଏଥିରେ କୌଣସି ପ୍ରକାରର ଅନିୟମିତତା ମଧ୍ୟ ନାହିଁ। ଯେଉଁ ହବିଶିଆଳି ମାନେ ମଧ୍ୟ ସେଠାକୁ ଯାଉଛନ୍ତି ତାଙ୍କ ପାଇଁ ମଧ୍ୟ ସେଠାରେ ସରକାରୀ ଅର୍ଥ ରୁ ହିଁ ଖର୍ଚ୍ଚ କରାଯାଉଅଛି ବୋଲି କହିଥିଲେ।
ଶେଷରେ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା କି ଲୋଜନମେ କହୁଛନ୍ତି ଚାଉଳ ଓ ଗୁଆ କେଉଁ ଆଡେ଼ ଗଲା ଯାହାର ପ୍ରତିକ୍ରିୟା ଦେଇ ବିଧାୟକ କହିଥିଲେ କି ସେମାନେ ହିଁ ଖୋଜନ୍ତୁ ଚାଉଳ ଓ ଗୁଆ କେଉଁ ଆଡେ଼ ଗଲା ବୋଲି।
ଏହା ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି।ତେବେ ଏହି ଚାଉଳ ଓ ଗୁଆ କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement