Feb 19, 2024, 09:11 IST

ଏତେ ବର୍ଷ ର ଶାସନ ପରେ ବି ସ୍ୱାସ୍ଥ୍ୟ ସୁବିଧା ଶୂନ୍ୟ।ଅଧା ରାସ୍ତାରେ ଛଟପଟ ହୋଇ ଚାଲିଗଲା ଗର୍ଭବତୀ ଙ୍କ ଜୀବନ।

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗ-ର୍ଭରେ ଥିବା ନଅ ମାସ ର ପିଲା ବାହାରକୁ ଆସିବା ପାଇଁ କଣ ଵା କରି ନଥିବ। ତଥାପି ପୃଥିବୀର ଆଲୋକକୁ ସେ ଦେଖି ପାରିଲା ନାହିଁ।
Special report
ଛୁଆ କୁ ନେଇ ମଧ୍ୟ ମାଆ କେତେ ସ୍ବପ୍ନ ଦେଖିଥିବ ହେଲେ ଜନ୍ମ ନଦେଇ ପାରି ଜୀବନ ଚାଲିଯିବ ବୋଲି ସେ ଆଦୌ ଜାଣି ନଥିଲା। ଆଉ ଏସବୁ ପାଇଁ କିଏ ଦାୟୀ ଶୁଣିଲେ ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ।
ଗୋଟେ ଗର୍ଭବତୀ ମାଆ ନିଜର ଗର୍ଭରେ ଥିବା ଛୁଆ ସହ ହିଁ ଆଖି ବୁଜି ଦେଇଛି। ଏହା ପୁଣି କେବଳ ରାସ୍ତା ପାଇଁ ଏଥିପାଇଁ ସେ ଦୋଷ କାହାକୁ ଦେବେ ସରକାର ଙ୍କୁ ନା ଭାଗ୍ୟକୁ ସେ ସମ୍ପର୍କରେ କିଛି ଜାଣି ପାରୁ ନାହାଁନ୍ତି।
ଗାଁ କୁ ଭଲ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳା ଛଟପଟ ହୋଇ ଆଖି ବୁଜି ଦେଇଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା, କୋଟଗଡ଼ ବ୍ଳକ, ଲାଙ୍ଗୁଡ଼ା ଗ୍ରାମ ରେ ଦେଖିବାକୁ ମିଳିଛି। ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା।
Special report
ସେଥିପାଇଁ ଘର ଲୋକ ଦୀର୍ଘ ୫ କିଲୋମିଟର ଖଟିଆରେ ବୋହି ନେଇଥିଲେ। ସେଠାରୁ କିନ୍ତୁ ଡାକ୍ତର ଜଣକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କୋଟଗୋଡ଼ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦେଇଥିଲେ।
ଏହାପରେ ଡ଼ାକ୍ତର ସେଠାରୁ ମଧ୍ୟ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦେଇଥିଲେ। ଏହାପରେ ସେଠାକୁ ରାସ୍ତା ରେ ଯିବା ସମୟରେ ହିଁ ମହିଳାଙ୍କ ଜୀବନ ଚାଲି ଯାଇଥିଲା।
ଏନେଇ କୋଟଗଡ଼ ଥାନରେ ଏକ ମାମଲା ରୁଜୁ କରାଯାଇଥିଲା। ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ହାତକୁ ଏହା ସ୍ଥାନସ୍ତର କରା ଯାଇଥିଲା। ଏହି ଭିଡିଓ କୁ ଦେଖି ସମସ୍ତେ ଖୁବ ଦୁଃଖ ପ୍ରକାଶ କରିଥିଲେ।
କାରଣ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯିବ ବୋଲି କେହି ହେଲେ ମଧ୍ଯ ଭାବି ନଥିଲେ। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement