ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଅନେକ ବିବାହ ଦେଖି ଥିବେ।ହେଲେ ଆମେ ଆପଣ ମାନଙ୍କୁ ଆଜି ଯେଉଁ ବିବାହ ବିଷୟରେ କହିବାକୁ ଯାଉଛୁ ସେପରି ବିବାହ ବିଷୟରେ କେବେ ବି ଶୁଣି ନ ଥିବେ।ଯେଉଁ ବିବାହ ରେ ବର କୁ ୬୩ ବର୍ଷ ହୋଇ ଥିବା ବେଳେ କନିଆ କୁ ୬୫ ବର୍ଷ ହୋଇଚି।
ଏଭଳି ବିବାହ ଦେଖିବାକୁ ମିଳିଛି କୃଷ୍ଠା ଆଶ୍ରମ ରେ। ବର ଅନେକ ଦିନ ରୁ କନିଆ କୁ ପ୍ରେମ କରି ଆସୁ ଥିଲେ। ଦୁଇ ମାସ ତଳେ ସେ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।ହେଲେ ଏଥିରେ କନିଆ ଜଣକ ରାଜି ହୋଇ ନ ଥିଲେ।
ପରେ ଆଶ୍ରମ ବାସୀ କହିବା ଫଳ ରେ ସେ ବିବାହ କରିବା ପାଇଁ ରାଜି ହୋଇ ଥିଲେ।ମହିଳା ଜଣକ ନାମ ପଦ୍ମାବତୀ ଦାସ ହୋଇ ଥିବା ବେଳେ ବୃଦ୍ଧ ଜଣକ ନାମ ହେଉଚି ଦାସ।ଉଭୟ କୃଷ୍ଟ ରୋଗ ରେ ପୀଡ଼ିତ ଥିଲେ।ନିଜ ପରିବାର ଛାଡି ସେ ଆସି ଆଶ୍ରମ ରେ ରହିଲେ।
ଦେହ ଭଲ ହେବା ପରେ ସେମାନେ ଆଉ ନିଜ ଘର କୁ ଫେରିବା ପାଇଁ ଇଚ୍ଛା କଲେ ନାହି।ସେହି ଆଶ୍ରମ ରେ ସେମାନେ ବହୁ ଦିନ ଧରି ରହି ଗଲେ।ଏହା ପରେ ଦାସ ପଦ୍ମାବତୀ ଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ।
ପ୍ରଥମେ ପଦ୍ମାବତୀ ରାଜି ହୋଇ ନ ଥିଲେ।ପରେ ଆଶ୍ରମ ବାସୀ ତାଙ୍କୁ ବୁଝାଇ ଥିଲେ।ଏହା ପରେ ସେ ରାଜି ହୋଇ ଯାଇଥିଲେ।ଏହା ପରେ ଆଶ୍ରମ ପରିସର ରେ ଥିବା ଜଗନ୍ନାଥ ମନ୍ଦିରରେ ଉଭୟ ଙ୍କ ବିବାହ ରୀତି ନୀତି ଅନୁସାରେ ସମ୍ପନ୍ନ ହେଲା।
ଦାସ ପଦ୍ମାବତୀ ଙ୍କ ମୁଣ୍ଡ ରେ ସିନ୍ଦୂର ଦେଇ ସବୁଦିନ ପାଇଁ ତାକୁ ନିଜର କରି ନେଲେ।ଉଭୟ ବହୁତ ଖୁସି ଥିବାର ଦେଖିବାକୁ ମିଳି ଥିଲା।ଏହି ବିବାହ କୁ ଆଶ୍ରମ ର କର୍ମ କର୍ତ୍ତା ମାନେ ସମ୍ପନ୍ନ କରିଥିଲେ।ଯିଏ ବି ଏହି ବିବାହ କଥା ଶୁଣିଛି ବହୁତ ଖୁସି ହୋଇ ଯାଉଛି।
ଆଜି ସେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାତ ଜନ୍ମ ର ସାଥୀ ହୋଇ ଯାଇଛନ୍ତି।ପଦ୍ମାବତୀ ଆଗରୁ ବିବାହିତ ଥିଲେ।ତାଙ୍କର ପିଲା ମାନେ ମଧ୍ୟ ଅଛନ୍ତି।
ସ୍ଵାମୀ ତାଙ୍କୁ ଅନେକ ଦିନ ରୁ ଛାଡି ଚାଲି ଯାଇଥିଲେ।କିନ୍ତୁ ଦାସ ବିବାହ କରି ନ ଥିଲେ।ସେ କୃଷ୍ଠ ରୋଗ ରେ ପୀଡ଼ିତ ଥିଲେ।ଏବେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି।ଉଭୟ ଗତ କାଲି ବିବାହ କରିଛନ୍ତି।