Feb 5, 2024, 13:59 IST

ଏଣିକି Paytm ବନ୍ଦ୍ ହେବା ପରେ ଫୋନ୍ ପେ କରିବ ରାଜୁତି, ଫୋନ୍ ପେ ରେ ମିଳୁଛି ଅଙ୍ଗନୱାଡ଼ି ଅଣ୍ଡା ଆଉ ଛତୁଆ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଥାଳିରେ ନୁହେଁ ଏବେ ମୋବାଇଲ ରେ ମିଳୁଛି ଅଣ୍ଡା। ଅଙ୍ଗନବାଡ଼ି ରୁ ଅଣ୍ଡା ଗାଏବ ହେଲେ ଫୋନ ପେ ମାଧ୍ୟମରେ ଏବେ ଅଣ୍ଡା ମିଳୁଛି। ଦୁଇ ମାସ ପାଇଁ ଆକାଉଣ୍ଟ କୁ ଆସିଛି ୧୨୦ ଟଙ୍କା।
Special report
ଦିଦି କହିଲେ କି ସଠିକ୍ ଭାବରେ ଟଙ୍କା ମିଳୁନି ସେମିତି କିଛି ହୋଇ ନାହିଁ। ଅଙ୍ଗନବାଡ଼ି ପିଲା ମାନଙ୍କୁ ଏବେ ଫୋନ ପେ ରେ ଦିଆ ଯାଉଛି ଅଣ୍ଡା। ଥାଳିରେ ନୁହେଁ ବରଂ ଏବେ ଅନଲାଇନ ରେ ଦିଆ ଯାଉଛି।
ଜଣେ ଅବିଭାବକ ଙ୍କୁ ଅଣ୍ଡା ପିଛା ପାଞ୍ଚ ଟଙ୍କା ହିସାବରେ ଦୁଇ ମାସର ପଇସା ଆସିଥିବା କଥା ଜଣା ପଡ଼ିଛି। ଅର୍ଥାତ UPI ମାଧ୍ୟମରେ ୧୨୦ ଟଙ୍କା ପଠା ଯାଇଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଅଙ୍ଗନବାଡ଼ି ପିଲାଙ୍କୁ ମାସିକ ୨୫ ଟି ଅଣ୍ଡା ଦିଆଯିବା କଥା। ଯେଉଁଥିପାଇଁ ସରକାର ଙ୍କ ନିକଟରୁ ଅଣ୍ଡା ପ୍ରତି ୪.୫୦ ପଇସା ସରକାର ଙ୍କ ନିକଟରୁ ଆସୁଛି। ହେଲେ ପିଲାଙ୍କୁ ୨୫ ଟି ଅଣ୍ଡା ଖାଇବାକୁ ଦିଆଯାଉ ନାହିଁ।
Special report
କେଉଁଠି ପିଲାଙ୍କୁ ଆଠଟି କି ନଅ ଟି ଅଣ୍ଡା ପିଲାଙ୍କୁ ଧରାଇ ଦିଆ ଯାଉଛି। ସେହିପରି ପ୍ରସୂତି ଙ୍କୁ ମାସିକ ୧୨ ଟି ଓ କିଶୋରୀ ମାନଙ୍କୁ ମାସିକ ୧୬ ଟି ଅଣ୍ଡା ଦିଆ ଯାଉଛି।
ଏବେ ପାଞ୍ଚ ବର୍ଷ ତଳର ନିର୍ଦ୍ଧାରିତ ଅଣ୍ଡା ଦର ପ୍ରାୟ ଦୁଇ ଗୁଣା ହୋଇ ସାରିଲାଣି। ମାତ୍ର ସମସ୍ତଙ୍କୁ ମିଳୁଥିବା ଅଣ୍ଡା ଦରରେ ଆଦୌ ହେଲେ ମଧ୍ୟ ପରିବର୍ତ୍ତନ ହେଉ ନାହିଁ। ଫଳ ସ୍ୱରୂପ ଅଙ୍ଗନବାଡ଼ି ରେ ନିର୍ଦ୍ଧାରିତ ଅଣ୍ଡା ମିଳି ପାରୁ ନାହିଁ।
ଯାହାକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୂଜିବାରେ ଲାଗୁଛି। ଏଥିରୁ ମୁକୁଳିବା ପାଇଁ ଝାରସୁଗୁଡା ଅଙ୍ଗନବାଡ଼ି କେନ୍ଦ୍ର କିଛି ଅଭିନବ ଉପାୟ ବାହାର କରିଛନ୍ତି।
ପିଲାଙ୍କୁ ଅଣ୍ଡା ଦେବା ବଦଳରେ ତାଙ୍କ ଅବିଭାବକ ନିକଟକୁ ଅଣ୍ଡା ବାବଦକୁ ମାସିକ ଟଙ୍କା ପଠାଇ ଦିଆଯାଉଥିବା କଥା ଜଣା ପଡ଼ିଛି। ଏହାକୁ ସଂପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ତେବେ ଆପଣଙ୍କୁ ଏହି ଉପାୟ କିପରି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement