ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଦୁର୍ବୃତ୍ତ ନାବାଳିକା କୁ ଦୁ-ଷ୍କ-ର୍ମ କରିବା ପରେ ତାକୁ ଅତି ନିର୍ମମ ଭାବରେ ହ-ତ୍ୟା କରିଥିଲା। ଚାରି ବର୍ଷର କଅଁଳ ଶିଶୁ କୁ ମଧ୍ଯ ଛାଡ଼ି ନଥିଲା ଏହି ମଣିଷ ଖିଆ ରାକ୍ଷସ।
ଦୀର୍ଘ ସାତ ବର୍ଷ ପରେ ନାବାଳିକା କୁ ନ୍ୟାୟ ମିଳିଛି। ଆଉ ଏବେ ମଧ୍ୟ ଏହି ଅପରାଧୀ ଜଣକୁ ଫାଶୀ ଖୁଣ୍ଟ ରେ ଝୁଲା ଯିବ ବୋଲି ମଧ୍ୟ ଏହା କୋର୍ଟ ନିଷ୍ପତ୍ତି ନେଇଛି। ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ଵତନ୍ତ୍ର ପକ୍ସୋ କୋର୍ଟ।
ଆଉ ଏହାକୁ ଏକ ଐତିହାସିକ ରାୟ ବୋଲି ମଧ୍ୟ କୁହା ଯାଉଛି।୨୦୧୬ ର ଏକ ମାମଲାରେ ରାୟ ଶୁଣାଇଛନ୍ତି ସୁନ୍ଦରଗଡ଼ ର ସ୍ଵତନ୍ତ୍ର ପକ୍ସୋ କୋର୍ଟ। ସାତ ବର୍ଷ ପରେ ନ୍ୟାୟ ପାଇଛନ୍ତି ପୀଡ଼ିତାଙ୍କ ପରିବାର ଲୋକ।
୨୦୧୬ ମସିହା ଅକ୍ଟୋବର ମାସ ୨୨ ତାରିଖ ଦିନ ଜଘନ୍ୟ କାଣ୍ଡ ଘଟାଇ ଥିଲା ଅଭିଯୁକ୍ତ ସଞ୍ଜୀବ କେରକେଟା। ମାତ୍ର ଚାରି ବର୍ଷର ବାପା ଛେଉଣ୍ଡ ନାବାଳିକା କୁ ଏହି ଅଭିଯୁକ୍ତ ଜଣକ କରିଥିଲା ଦୁ-ଷ୍କ-ର୍ମ।
ଆଉ ଧରାପଡ଼ି ଯିବା ଭୟରେ ନାବାଳିକା କୁ ହ-ତ୍ୟା କରି ମଧ୍ୟ ସେ ବାଲିରେ ପୋତି ଦେଇଥିଲା। ସୁନ୍ଦରଗଡ଼ ଥାନା ଅଞ୍ଚଳରେ ନିଜ ମାଆ ସହ ସୋଇଥିବା ସମୟରେ ନାବାଳିକା କୁ ଅପହରଣ କରି ନେଇଥିଲା ସେହି ଅଞ୍ଚଳର ଯୁବକ ସଞ୍ଜୀବ।
ଆଉ ଅପହରଣ କରିବା ପରେ ସେ ନାବାଳିକା କୁ ଦୁ-ଷ୍କ-ର୍ମ କରିବା ସହ ହ-ତ୍ୟା ମଧ୍ୟ କରିଥିଲା। ଏପଟେ ଝିଅ କୁ ନପାଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ତଦନ୍ତ ରେ ଲାଗି ପଡ଼ିଥିଲେ ପୋଲିସ। ତିନି ଦିନ ପରେ ସେହି ଅଞ୍ଚଳର ଏକ ନବ ନିର୍ମିତ କୋଠା ଘର ପାଖରୁ ନାବାଳିକା ର ମୃ-ତ ଦେହ କୁ ଠାବ କରାଯାଇ ଥିଲା।
ଏହାକୁ ଯାଞ୍ଚ କରିବା ସମୟରେ ଜଣାପଡିଥିଲା କି ନାବାଳିକା ଜଣକୁ ଦୁ-ଷ୍କ-ର୍ମ କରାଯାଇଛି। ଆଉ ଏହି ଜଘନ୍ୟ ଅପରାଧୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଆଉ ଏହି ଅପରାଧୀ କୁ ଏବେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି।