Jan 24, 2024, 10:54 IST

ହେ ଭଗବାନ ଏମିତି ସ୍ଵାମୀ କାହାକୁ ବି ନ ମିଳୁ, ଶୋଇଥିବା ଅବସ୍ଥା ରେ ସ୍ତ୍ରୀ କୁ ମାରି ଫେରାର ହେଲା ସ୍ଵାମୀ....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ତ୍ରୀ କୁ ମାରି ସ୍ୱାମୀ ହୋଇ ଯାଇଛି ଫେରାର। ଆଉ ନ୍ୟାୟ ଦାବୀ ରେ ପରିବାର ଲୋକେ ଅପେକ୍ଷା କରିଛନ୍ତି ପୋଲିସ ର ପ୍ରତିଶୃତି କୁ। ପୋଲିସ ର ପ୍ରତିଶୃତି ପରେ ମଧ୍ଯ ଶ-ବ ବ୍ୟବଚ୍ଛେଦ ହୋଇଛି।
Special report
ପାରିବାରିକ କଳହ ରୁ ସ୍ୱାମୀ ସ୍ତ୍ରୀ କୁ ହ-ତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସୁଚନା ମୁତାବକ ପୁରୁଣା ବଜାର ଥାନାଧିନ ,ମୂର୍ଜପୁର ଗ୍ରାମର ଶେଖ ସହିଦ ଙ୍କ ଝିଅ ରୁନୁ ବିବିଙ୍କ ସହ,
ଶେଖ୍ ମୋଜେଲ ହୁସେନ ଙ୍କ ସହ ୧୪ ବର୍ଷ ପୂର୍ବେ ବିବାହ ହୋଇଥିଲା। ତାଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ରହିଛି। ବାହାଘର ପରୁ ହିଁ ମୋଜେଲ ,ରୁନୁ ଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଉଥିଲେ।
ରୁନୁ ଙ୍କ ଠାରୁ ଦୁଇଟି କନ୍ୟା ସନ୍ତାନ ହୋଇଥିଲା ଏହା ବାଦ ମଧ୍ୟ ମୋଜେଲ୍,ରୁନୁଙ୍କୁ ଖୁବ୍ ମାରପିଟ୍ କରୁଥିଲା। ମୋଜେଲ ସବୁବେଳେ ନିଶା ଖାଇ ରୁନୁ ଙ୍କୁ ଖୁବ୍ ମାରପିଟ ମଧ୍ୟ କରୁଥିଲା।୨୦୨୨ ମସିହା ଏପ୍ରିଲ ୧୪ ଅଧିକ ଯୌତୁକ ପାଇଁ ରୁନୁଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଲା।
Special report
ଏହା ବାବଦରେ ଲିଖିତ ଭାବରେ ଅଭିଯୋଗ ପରେ ପୁରୁଣା ବଜାର ର ଥାନାରେ ଏକ ମାମଲା ମଧ୍ଯ ଦାୟର କରାଗଲା। ଏହି ମାମଲା ଏବେ ପର୍ଯ୍ୟନ୍ତ କୋର୍ଟ ରେ ବିଚାରଧୀନ ଅବସ୍ଥାରେ ରହିଛି।
ମୋଜେଲ ଙ୍କ ସହ ତାଙ୍କର ଦୁଇ ଭଉଣୀ ଓ ଭିଣୋଇ ମଧ୍ୟ ରୁନୁ ଙ୍କୁ ଅତ୍ୟାଚାର କରୁଥିଲେ। ଆଠ ଦିନ ତଳେ ମୋଜେଲ ରୁନୁ କୁ ପିଟି ପିଟି ମାରି ଦେଇଥିଲେ। ସେ ଏକ ମାରଣାସ୍ତ୍ର ଧରି ବୁଲୁଥିବା ଭିଡିଓ ମଧ୍ଯ ରୁନୁ ତାର ପରିବାର କୁ ଦେଇଥିଲା।
ଗତକାଲି ୧ ଟା ୨୭ ସମୟରେ ରୁନୁ ଙ୍କ ଭାଇଙ୍କ ନିକଟକୁ ଏକ କଲ୍ ଆସିଥିଲା। କୁହା ଯାଇଥିଲା କି ତାଙ୍କ ଭଉଣୀକୁ ତାଙ୍କର ଭିଣୋଇ ଭୁଜାଲି ରେ ହାଣି ହ-ତ୍ୟା କରିଥିଲେ ବୋଲି। ଏହାପରେ ରୁନୁ ଙ୍କ ଭାଇ ମଧ୍ୟ ପୋଲିସ୍ ଉପସ୍ଥିତି ରେ ରୁନୁ ଙ୍କୁ ନେଇ ମେଡିକାଲ ଯାଇଥିଲେ।
ଏବେ ପରିବାର ଲୋକେ ରୁନୁ ଙ୍କ ସ୍ଵାମୀ ଓ ତାଙ୍କର ନଣଦ ନଣଦେଇ ଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement