Feb 11, 2024, 09:20 IST

ଏମିତି ପ୍ରେମ ବିବାହ ସମସ୍ତଙ୍କ ପାଇଁ ଉଦାହରଣ ଦେଖନ୍ତୁ ରୁକ୍ମିଣୀଙ୍କୁ ବିବାହ କରିବା ପାଇଁ କେତେ ସଂଘର୍ଷ କରିଥିଲେ ମହେଶ୍ୱର

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଅନେକ ବିବାହ ବିଷୟ ରେ ଶୁଣିଥିବେ।ହେଲେ ଆମେ ଆଜି ଆପଣ ମାନଙ୍କୁ ଏକ ନିଆରା ବିବାହ ବିଷୟ ରେ କହିବାକୁ ଯାଉଛୁ।କଥା କହି ପାରୁ ନ ଥିବା ଯୁବକ ଙ୍କୁ ବିବାହ କରିଛନ୍ତି ଜଣେ ଯୁବକ।
Special report
ଆପଣ ମାନେ ଜାଣି ଥିବେ ଶାରୀରିକ କ୍ଷେତ୍ର ରେ ଅକ୍ଷମ ଥିବା ଯୁବତୀ ମାନଙ୍କୁ କେବେ କେହି ବିବାହ କରିବା ପାଇଁ ରାଜି ହୋଇ ନ ଥାଆନ୍ତି।ହେଲେ ଆମେ ଆଜି ଏଭଳି ଜଣେ ଯୁବକ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ଜଣେ ମୁକ ଝିଅ କୁ ବିବାହ କରି ଚର୍ଚ୍ଚା ରେ ଅଛନ୍ତି।
ନିଜ ପ୍ରେମ କୁ ପାଇବା ପାଇଁ ଉକ୍ତ ଯୁବକ ଙ୍କୁ ଅନେକ କଷ୍ଟ କରିବାକୁ ପଡିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେ।ସେଠାରେ ମହେଶ୍ୱର ନାମକ ଯୁବକ ଦିନେ ବର ଯାତ୍ରୀ ସହିତ ଯାଇ ଥିଲେ।ସେଠାରେ ତାଙ୍କର ରୁକ୍ମିଣୀ ଙ୍କ ସହିତ ଦେଖା ହୋଇ ଥିଲା।
Special report
ତାଙ୍କୁ ଦେଖିବା କ୍ଷଣି ମହେଶ୍ୱର ତାଙ୍କୁ ପ୍ରେମ କରିବାକୁ ଲାଗି ଥିଲେ।ତାଙ୍କ ଫୋନ୍ ନମ୍ବର ଆଣି ଫୋନ୍ ରେ ତାଙ୍କ ସହିତ କଥା ହେବାକୁ ଚେଷ୍ଟା କରି ଥିଲେ।ହେଲେ ଯେତେଥର ମହେଶ୍ୱର କଥା ହେଉ ଥାଆନ୍ତି ସେତେ ଥର ରୁକ୍ମିଣୀ ଫୋନ୍ କାଟି ଦେଉ ଥାଆନ୍ତି।
ମହେଶ୍ବର ଭିଡିଓ କଲ୍ କରି ଜାଣିବାକୁ ପାଇ ଥିଲେ କି ରୁକ୍ମିଣୀ ମୁକ ଅଟେ।କଥା କହି ପାରେ ନାହିଁ।ଏହା ଜାଣିବା ପରେ ମଧ୍ୟ ଉଭୟ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।ପରିବାର ଲୋକେ ଏ ସବୁ ବିଷୟ ରେ ଜାଣିବା ପରେ ଏହି ବିବାହ ପାଇଁ ରାଜି ହୋଇ ନ ଥିଲେ।
Special report
ରୁକ୍ମିଣୀ ଙ୍କ ମା ନ ଥିଲେ।ବାପା ଓ ମାମୁଁ ତାଙ୍କୁ ରଖି ଥିଲେ।ସେମାନେ ଏହି ବିବାହ କୁ ମନା କରି ଦେଇ ଥିଲେ।ଏହା ପରେ ମହେଶ୍ୱର ଯେତେବେଳେ ନିଜ ଘରେ ଏ ସବୁ କଥା କହି ଥିଲେ।ତାଙ୍କ ବାପା ମଧ୍ୟ ଏଥିରେ ରାଜି ନ ଥିଲେ।
ଏହା ପରେ ମହେଶ୍ୱର ସମସ୍ତଙ୍କୁ ରାଜି କରାଇବା ରେ ସଫଳ ହୋଇ ଗଲେ।ଗତ ଫେବୃଆରୀ ଚାରି ତାରିଖ ରେ ଉଭୟ ଙ୍କ ପରିବାର ର ସହମତି ରେ ବିବାହ ହୋଇଚି।ଏଥିରେ ସେମାନେ ବହୁତ ଖୁସି ଅଛନ୍ତି।
ରୁକ୍ମିଣୀ ମଧ୍ୟ ଏହି ବିବାହ କୁ ନେଇ ଅନେକ ଦିନ ରୁ ସ୍ବପ୍ନ ଦେଖି ଥିଲେ।ତାଙ୍କ ବିବାହ ବିଷୟ ରେ ଯେ କେହି ଏବେ ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଛି।ରୁକ୍ମିଣୀ ଭଳି ଝିଅ କୁ ବିବାହ କରିବା ପାଇଁ ବର୍ତ୍ତମାନ ସମୟ ରେ କେହି ରାଜି ହେବେ ନାହିଁ।କିନ୍ତୁ ଶେଷ ରେ ମହେଶ୍ୱର ଙ୍କ ପ୍ରେମ ଆଗରେ ସବୁ କିଛି ହାର ମାନିଛି।

Advertisement