ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି।
ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି।
ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି। ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ମହେଶ ନାମକ ବ୍ୟକ୍ତି ନିଜ ଝିଅ ନିତୁକୁ ଓ ତାର ୨୦ ବର୍ଷ ପ୍ରେମିକ ସଚିନକୁ ଜୀବନରୁ ମାରି ଦେଇଛି। ୨ ବର୍ଷ ହେବ ନିତୁ ଓ ସଚିନ ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ଦୁହିଁଙ୍କର ପ୍ରେମ ସମ୍ପର୍କକୁ ପରିବାର ଲୋକେ ଗ୍ରହଣ କରୁନଥିଲେ।
ତେଣୁ ଦୁହେଁ ଲୁଚିଛପି ଦେଖା କରୁଥିଲେ। ଗତ ମଙ୍ଗଳବାର ପାଖାପାଖି ୪ଟା ସମୟରେ ନିତୁ ସଚିନକୁ ଘର ପାଖକୁ ଦେଖା କରିବାକୁ ଯାଇଥିଲା। କିନ୍ତୁ ହଠାତ୍ ସେତିକି ବେଳେକୁ ମହେଶ ଦୁହିଁଙ୍କୁ ସାଙ୍ଗରେ ବସିଥିବାର ଦେଖି ରାଗିଯାଇଥିଲା।
ଆଉ ମହେଶ ରାଗରେ ଘର ଭିତରୁ ଏକ ଧାରୁଆ ଅସ୍ତ୍ର ଆଣି ନିଜ ଝିଅ ନିତୁ ଓ ଝିଅର ପ୍ରେମିକ ସଚିନକୁ ହାଣି ଦେଇଥିଲା। ଆଉ ଏହି ଆକ୍ରମଣରେ ଦୁହିଁଙ୍କର ମୃ-ତ୍ୟୁ ହୋଇଯାଇଥିଲା।
ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପୂର୍ବରୁ ମହେଶ ଥାନାରେ ନିଜ ଅପରାଧକୁ ଆତ୍ମସମର୍ପଣ କରିଦେଇଥିଲା। ଆଉ ଏହି ବୟାନ ଅନୁଯାଇ ପୋଲିସ ମହେଶଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ସଚିନ ଓ
ନୀତୁଙ୍କ ମୃ-ତ-ଦେ-ହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଛି। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ ଯାହା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳେଇ ଦେଇଛି।