ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଛୋଟ ଝିଅ ଠାରୁ ଆରମ୍ଭ କରି ବଡ ବଡ ମହିଳା ମାନଙ୍କ ଯାଏଁ ସମସ୍ତେ ବ-ଳା-ତ୍କା-ର ର ଶିକାର ହେଉଛନ୍ତି।ଏ ନର ରୁପି ରାକ୍ଷସ ଗୁଡ଼ା ଖରାପ କାମ କରିବାକୁ ଟିକେ ବି ପଛାଉ ନାହାନ୍ତି।

ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।ଘଟଣା ଟି ଘଟିଛି କଟକ ଜିଲ୍ଲା କିଶନ ନଗର ଥାନା ଅଞ୍ଚଳ ର ମୂର୍କୁଣ୍ଡି ଗ୍ରାମ ରେ।ଏଠାରେ ଜଣେ ମହିଳା ଙ୍କ ସହିତ ଯା ଘଟିଛି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ସୂଚନା ଅନୁସାରେ ଜଣେ ମହିଳା ମହାନଦୀ ପଠାରେ ପରିବା ତୋଳିବା ପାଇଁ ଯାଇଥିଲେ।ସେଠାରେ ଅନ୍ୟ ଜଣେ ପୁରୁଷ ବ୍ୟକ୍ତି ଉପସ୍ଥିତ ଥିଲେ।ସେ ମହିଳା ଙ୍କ ନିକଟ କୁ ଯାଇ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ।

ତାଙ୍କ ଶାଢ଼ୀ କୁ ଟଣା ଓଟରା କରିଥିଲେ।ଏଥିପାଇଁ ମହିଳା ଜଣକ ରାଗି ଯାଇଥିଲେ।ତାଙ୍କ ପାଟି ରୁ ରକ୍ତ ବୋହି ଯାଉଥିଲା।ଦାନ୍ତ ଭାଙ୍ଗି ଯାଇଥିଲା।ଏହା ପରେ ସେ ଜୋରେ ଚିତ୍କାର କରି କିଛି ଲୋକ ଙ୍କୁ ଡକାଇଲେ।ଲୋକ ମାନେ ଆସି ମହିଳା ମାନଙ୍କୁ ଉଦ୍ଧାର କଲେ।
ସେହି ପୁରୁଷ ବ୍ୟକ୍ତି ଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ।ଏତେ ବୟସ ର ହୋଇ ମଧ୍ୟ ଖରାପ କାମ କରିବାକୁ ଟିକେ ବି ପଛାଉ ନାହାନ୍ତି ସେ।ଏହା ପରେ ଲୋକ ମାନେ ତାଙ୍କୁ ଖୁବ୍ ପିଟି ଥିଲେ।ମହିଳା ଜଣ କୁ ନିକଟସ୍ଥ ମେଡିକାଲ ରେ ଭର୍ତି କରିଥିଲେ।
ଏବେ ତାଙ୍କର ଚିକିତ୍ସା ଚାଲିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେହି ବ୍ୟକ୍ତି ଙ୍କୁ ରକ୍ଷା କଲେ।ଓ ତାଙ୍କୁ ଜେଲ କୁ ପଠାଇ ଦେଲେ।ଘଟଣା ବିଷୟରେ ଏବେ ତଦନ୍ତ ଚାଲିଛି।ସେହି ବ୍ୟକ୍ତି ଜଣକ ନାମ ହେଉଚି ଗେଟମ।
ଯିଏ କି ନିକଟସ୍ଥ ଗ୍ରାମ ର ଅଟନ୍ତି।ସେ ବିବାହିତ।ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।ଏହା ପୂର୍ବ ରୁ ମହିଳା ଜଣକ ଗେଟମ ଙ୍କ ବିରୋଧ ରେ ଆଗରୁ କିଶନ ନଗର ଥାନା ରେ ଅଭିଯୋଗ କରିଥିଲେ।କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ବୋଲି ସୂଚନା ରହିଛି।