ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବୈତରଣୀ ନଦୀକୁ ଗତ ବୁଧବାର ରାତିରେ ଡେଇଁ ପଡିଥିଲେ ବାପା ଓ ଝିଅ। ପୋଲ ଉପରୁ ତଳକୁ ଡେଇଁ ବାପଝିଅ ନିଖୋଜ ହୋଇଯାଇଛନ୍ତି। ଭ୍ରଦକ ଭଣ୍ଡାରିପୋଖରୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସ୍ଥାନୀୟ ପରମାନନ୍ଦ ଗାଁର ଚନ୍ଦନ ସାହୁ ତାଙ୍କ କୁନି ଝିଅକୁ ଧରି ଆଖୁଆପଦା ବୈତରଣୀ ନଦୀ ପୋଲ ଉପରୁ ଡେଇଁ ପଡିଥିଲେ। ରାତି ପ୍ରାୟ ୯ ଟା ବେଳେ ଉଭୟ ବାଇକରେ ଆସିବା ପରେ ଡେଇଁ ପଡିଥିବା ସୂଚନା ରହିଛି।
ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା ଆଉ ୩୦ ଘଣ୍ଟା ପରେ ବାପା ଚନ୍ଦନଙ୍କ ପତ୍ତା ମିଳିଥିଲା।
କିନ୍ତୁ କୁନିଝିଅର ଏପର୍ଯ୍ୟନ୍ତ କିଛି ଖୋଜ ଖବର ନାହିଁ। ଯାଜପୁର ଜିଲ୍ଲା ତ୍ରିଲୋଚନ ପୁର ବୁଢ଼ା ନଦୀରୁ ମିଳିଛି ଚନ୍ଦନ ସାହୁଙ୍କ ମୃ-ତ ଦେହ। ଆଉ ବର୍ତ୍ତମାନ ମଧ୍ୟ ଝିଅ ତୃପ୍ତିକୁ ଖୋଜିବା ଜାରି ରଖିଛନ୍ତି ଉଦ୍ଧାର ଟିମ। ସୂଚନା ଅନୁଯାୟୀ, ପାଖ ଗାଁ ଲକ୍ଷ୍ମୀଙ୍କୁ ପ୍ରେମ କରି ବିବାହ ହୋଇଥିଲେ ଚନ୍ଦନ।
ଆଉ ବିବାହ ପରେ ନିଜ ସ୍ତ୍ରୀକୁ ସୁରଟ ନେଇ ଯାଇଥିଲେ ଚନ୍ଦନ। ଏହାପରେ ତାଙ୍କର ଝିଅ ତୃପ୍ତି ଜନ୍ମ ହୋଇଥିଲା। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିବା ବେଳେ ଏହାରି ଭିତରେ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା।
ଯାହାଫଳରେ ସ୍ତ୍ରୀ ଲକ୍ଷ୍ମୀ ଜୀବନ ହାରିଦେଲେ। ଏହାପରେ ଚନ୍ଦନ ସୁରଟରୁ ନିଜ ଝିଅକୁ ନେଇ ଗାଁକୁ ଫେରି ଆସିଥିଲେ। ହେଲେ ସବୁବେଳେ କିନ୍ତୁ ସେ ନିଜ ସ୍ତ୍ରୀକୁ ଝୁରି ହେଉଥିଲେ। ଆଉ ଏହାପରେ ଚନ୍ଦନ ଧୀରେ ଧିରେ ମାନସିକ ସ୍ତରରେ ଭାଙ୍ଗିବାକୁ ଲାଗିଲେ।
ଶେଷରେ ନିଜ ସ୍ତ୍ରୀକୁ ଝୁରି ଝୁରି ଚନ୍ଦନ ନେଇଥିଲେ ଏକ ଚରମ ନିଷ୍ପତ୍ତି। ଏପଟେ ଚନ୍ଦନ ନିଜ ବଡ଼ ଭଉଣୀକୁ କହୁଥିଲେ ସେ ନିଜ ଝିଅକୁ ନେଇ ଆ-ତ୍ମ-ହ-ତ୍ୟା କରିବେ ଆଉ ସେ ବିଷୟରେ କେହିବି ଜାଣି ପାରିବେନି। ଚନ୍ଦନ ମାନସିକ ସ୍ତରରେ ଆ-ତ୍ମ-ହ-ତ୍ୟା କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ।
ନିଜ ବଡ଼ ଭଉଣୀ ଯେତେ ବୁଝେଇବାକୁ ଚେଷ୍ଟା କଲେବି ସେ ବୁଝି ନଥିଲେ। ଏହାପରେ ନିଜ ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।