Mar 2, 2024, 19:27 IST

ଏହି ଗାଁକୁ ସନ୍ଧ୍ୟା ୭ଟା ହେଲେ ପ୍ରବେଶ ନିଷେଧ ଦେଖନ୍ତୁ କାହିଁକି ରହିଛି ଏମିତି କଟକଣା

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏଭଳି କିଛି ଗାଁ ଅଛି ଯେଉଁ ଠାରେ କି ସନ୍ଧ୍ୟା ୭ ଟା ହେବା ପରେ ଗାଁ ର ମୁଖ୍ୟ ଦ୍ଵାର ରେ ତାଲା ପଡ଼ୁଚି।ଲୋକ ମାନେ ଗାଁ ରେ ଘର ଭିତରେ ପଶି ରହୁଛନ୍ତି।ଲୋକ ଙ୍କୁ ରହିଛି ଏକ ଅଜଣା ଭୟ।
Special report
ସେଥିପାଇଁ ଲୋକ ମାନେ ଗାଁ ରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଯାହାକୁ ନେଇ ଏବେ ବହୁ ଚର୍ଚ୍ଚା କରା ଯାଉଚି।ଏହି ଗାଁ ଟି ହେଉଚି ଅନୁଗୁଳ ଜିଲ୍ଲା ର କୁଲଙ୍ଗି ଗାଁ ରେ।ସେଠାରେ ଥିବା ଜଙ୍ଗଲ ରେ ଅନେକ ପ୍ରକାର ପଶୁ ରହି ଥାଆନ୍ତି।
ସୂଚନା ଅନୁସାରେ ଲୋକମାନେ ସେହି ପଶୁ ମାନଙ୍କ ପାଇଁ ଅନେକ ଦିନ ରୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଗାଁ ରେ ସନ୍ଧ୍ୟା ହେଲେ ଜଙ୍ଗଲ ରୁ ବନ୍ୟ ଜନ୍ତୁ ମାନେ ଗାଁ ଆଡ଼କୁ ମାଡି ଆସୁଛନ୍ତି।
Special report
ଗାଁ ଲୋକ ମାନେ ଯେଉଁ ଚାଷ କରୁଛନ୍ତି ସବୁ କିଛି ସେହି ପଶୁ ମାନେ ନଷ୍ଟ କରି ଦେଇଛନ୍ତି।ଯାହା ଫଳ ରେ ଦୀର୍ଘ ବର୍ଷ ହେଲାଣି ସେମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଫସଲ ଠିକ୍ ଭାବରେ ହେଉ ନ ଥିବାରୁ ସେମାନେ ଖାଇବାକୁ ଠିକ୍ ସେ ପାଉ ନାହାନ୍ତି।
ବାହାରେ ମଧ୍ୟ ଲୋକ ଙ୍କୁ କାମ ମିଳୁ।ପଶୁ ମାନଙ୍କ ଭୟ ରେ ଲୋକ ମାନେ ରାତି ସାତ ଟା ପର ଠାରୁ କବାଟ କିଳୀ ଘରେ ରହୁଛନ୍ତି।ଏଥିପାଇଁ ଗାଁ ର କିଛି ଲୋକ ମାନେ ମିଟିଂ ଡକାଇ ଏକ ନିଷ୍ପତି ନେଲେ।ଗାଁ ଭିତରେ ଯେପରି ବନ୍ୟ ଜନ୍ତୁ ପଶି ନ ପାରିବେ ସେଥିପାଇଁ ସମସ୍ତେ ତାର ଜାଲି ଲଗାଇ ଦେଲେ।
Special report
ରାତି ରେ ଗାଁ ଶେଷ ମୁଣ୍ଡ ରେ ଗୋଟିଏ ଗେଟ୍ ଲାଗିଲା।ଓ ତାଲା ପଡ଼ିଲା।୭ ଟା ପରେ ଗାଁ ଭିତରେ କେହି ହେଲେ ପ୍ରବେଶ କରି ପାରିବେ ନାହିଁ।ହେଲେ ଏତେ ସବୁ କରି ମଧ୍ୟ ବନ୍ୟ ଜନ୍ତୁ ମାନେ ଲୋକ ମାନଙ୍କୁ ବହୁ ହଇରାଣ କରୁଛନ୍ତି।
Special report
ଲୋକ ମାନେ ଚାଷ ବାସ କରି ମଧ୍ୟ ଠିକ୍ ପରିମାଣ ରେ ଶସ୍ୟ ଉତ୍ପାଦନ କରି ପାରୁ ନାହାଁନ୍ତି।ସମସ୍ତେ ପ୍ରଶାସନ ଙ୍କୁ ଏ ବିଷୟ ରେ ଜଣାଇ ଥିଲେ।
ହେଲେ ସେ ଏଯାଏଁ କୌଣସି ପଦକ୍ଷେପ ନେଇ ନାହାନ୍ତି।ତେବେ ଆଗକୁ ଦେଖିବାକୁ ବାକି ରହିଲା କେବେ ଗାଁ ର ଲୋକ ମାନେ ଏହି ସମସ୍ୟା ର ସମାଧାନ କରୁଛନ୍ତି।

Advertisement