ନମସ୍କାର ପାଠକ ବନ୍ଧୁ।କୈଟିଲ୍ୟ ଙ୍କ ନୀତି ଭାରତ ର ଘରେ ଘରେ ପରିଚିତ।ଚାଣକ୍ୟ ଙ୍କ ନୀତି ଗୁଡିକ ଜୀବନ ରେ ପ୍ରୟୋଗ କଲେ ସଫଳତା ଆସି ଥାଏ।ବର୍ତ୍ତମାନ ସମାଜ ରେ ଆଧୁନିକତା ଆସିଛି।ହେଲେ ଲୋକ ଙ୍କ ମଧ୍ୟ ରେ ସେହି ପୁରାତନ ନୀତି ଗୁଡିକ ଆଜି ମଧ୍ୟ ଦେଖା ଯାଉଛି।

ଆଜି ମଧ୍ୟ ଚାଣକ୍ୟ ଙ୍କ ରାଜନିତି,ବେପାର,ଓ ଧନ ଉପରେ ଦେଇ ଥିବା ଜ୍ଞାନ ଲୋକ ଙ୍କୁ ସଫଳତା ପ୍ରାପ୍ତ କରାଇ ଥାଏ।ଆପଣ ଯେଉଁ କ୍ଷେତ୍ର ରେ ରହିଲେ ବି ଆପଣ ଙ୍କୁ ସଫଳ କରାଇବାରେ ଏହା ବିଶେଷ ଭାବେ ସହାୟକ ହୁଏ।
ତାଙ୍କର ଏହି ନୀତି କି ନୈତିକତା ନୀତି ବୋଲି ମଧ୍ୟ କୁହା ଯାଏ।ଏହି ନୀତି କୁ ପ୍ରଥମେ ସଂସ୍କୃତ ରେ ଲେଖା ଯାଇ ଥିଲେ।ପରେ ଏହାକୁ ଅନ୍ୟ ଭାଷା ରେ ଅନୁବାଦିତ କରା ଗଲା।ଏହା ଦ୍ଵାରା ବିଭିନ୍ନ ଭାଷା ର ଲୋକେ ଏହାକୁ ଜାଣିଲେ ଓ ବୁଝିଲେ।ତାଙ୍କର ଏହି ନୀତି ବିଶେଷ ଭାବେ ମହିଳା ଙ୍କ ଉପରେ ଗୁରୁତ୍ୱ ଦିଏ।

ତାଙ୍କ ମତ ରେ ମହିଳା ପୁରୁଷ ଙ୍କ ଅପେକ୍ଷା ସମ୍ପୁର୍ଣ୍ଣ ଅଲଗା।ମହିଳା ମାନେ ସବୁବେଳେ ସବୁ କଥା କୁ ଲୁଚାଇ ଥାନ୍ତି।ସେଥିପାଇଁ ଚାଣକ୍ୟ ମହିଳା ମାନଙ୍କ ଜୀବନ ର କିଛି ଲକ୍ଷଣ ବିଷୟ ରେ ବର୍ଣ୍ଣନା କରିଛନ୍ତି।
ସେ ମହିଳା ମାନଙ୍କ ଭୋକ,ଲଜ୍ଜା,ସାହସ ଓ ବାସନା ବିଷୟରେ ବର୍ଣ୍ଣନା କରିଛନ୍ତି।ତାଙ୍କ ମତ ରେ ମହିଳା ମାନଙ୍କୁ ପୁରୁଷ ଙ୍କ ଅପେକ୍ଷା ଦୁଇ ଗୁଣ ଅଧିକ ଭୋକ ଲାଗି ଥାଏ।ସେମାନେ କାର୍ଯ୍ୟ ରେ ବ୍ୟସ୍ତ ରହୁ ଥିବାରୁ ଭୋକ କୁ ଭୁଲି ଯାଆନ୍ତି।

ଭୋକ ଲାଗିଲେ ବି ଅସୁଵିଧା ପାଇଁ ସେ ଖାଅନ୍ତି ନାହିଁ।ପୁନଶ୍ଚ ପୁରୁଷ ଙ୍କ ତୁଳନା ରେ ମହିଳା ଠାରେ ଚାରି ଗୁଣା ଅଧିକ ଲଜ୍ଜା ରହି ଥାଏ।ପୁରୁଷ ମାନେ ସବୁ କଥା କୁ ସମସ୍ତଙ୍କ ପାଖରେ କହି ଦିଅନ୍ତି।ହେଲେ ମହିଳା ମାନେ ତାଙ୍କ ଲଜ୍ଜା ପାଇଁ କୌଣସି କଥା କୁ ଅନ୍ୟ ନିକଟ ରେ ପ୍ରକାଶ କରି ପାରନ୍ତି ନାହିଁ।
ସେମାନେ ଏ କ୍ଷେତ୍ର ରେ ଚୁପ ରହିବାକୁ ପସନ୍ଦ କରନ୍ତି।ସେମାନେ ଛ ଗୁଣା ସାହସୀ ହୋଇ ଥାନ୍ତି।ଯେକୌଣସି କାମ କୁ ସେମାନେ ନିର୍ଭୟ ରେ ଆଗକୁ ଯାଇ କରି ଦିଅନ୍ତି।

ତାଙ୍କ ଠାରେ ବାସନା ର ଇଚ୍ଚା ପୁରୁଷ ଙ୍କ ଠାରୁ ୮ ଗୁଣା ଅଧିକ ଥାଏ।ହେଲେ ନିଜ ପରିବାର କଥା ଭାବି ସେ କୌଣସି କଥା ପ୍ରକାଶ କରି ପାରନ୍ତି ନାହିଁ।