Dec 8, 2023, 10:31 IST

ହେ ଭଗବାନ! ଏମିତି ବି ଜଣ ମୃତ୍ୟୁ ଆସେ କି !! ବାପ ଜୁଇ ପାଖରେ ଜଳିଲା ପୁଅ ର ଚିତା...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶ୍ମଶାନରେ ଜଳୁଛି ଦୁଇଟି ଚିତା। ଗୋଟେ ପଟେ ବାପା ର ଚିତା ଆଉ ଗୋଟେ ପଟେ ପୁଅ ର ଚିତା। ଆଉ ଏହି ଦୃଶ୍ୟ ଯେ କେହିବି ଦେଖିବ ତାର ଆଖିରୁ ଲୁହ ଚାଲି ଆସିବ।
Special Report
ଶ୍ମଶାନରେ ଥିବା ଲୋକ ମାନେ ତାଙ୍କର ମନରେ ଥିବା କୋହ ଓ ଆଖିରେ ଥିବା ଲୁହ କୁ ଆଦୌ ସେ କାବୁ କରି ପାରୁ ନାହାଁନ୍ତି। ଏହି ଚିତ୍ର ଟି ଥିଲା ଖୁବ ହୃଦୟ ବିଦାରକ ମଧ୍ଯ। ମାତ୍ର କେଇ ଘଣ୍ଟାରେ ଦୁଇଜଣ ଙ୍କ ଜୀବନ ଚାଲିଗଲା।
ଆଉ ଏକଥା କାହାରିକୁ ମଧ୍ୟ ବିଶ୍ବାସ ହେଉ ନାହିଁ। ବାପା ର ଶବ ସତ୍କାର ସମୟରେ ଯେଉଁ ପୁଅ ମୁଖଗ୍ନୀ ଦେଇ ଥାନ୍ତା ସେ ଆଜି ନିଜେ ହିଁ ଶବ ହୋଇ ଜଳୁଛି। ବାପା ର ଅନ୍ତିମ ସଂସ୍କାର କରିବା ପାଇଁ କୋକେଇ ବନ୍ଧା ଯାଉଥିବା ସମୟରେ ପୁଅ ପ୍ରସ୍ତୁତ ହେଉଥିଲା
ମୁଖାଗ୍ନି ଦେବା ପାଇଁ ହେଲେ କିନ୍ତୁ ଚାଲି ଯାଇଥିଲା ପୁଅର ଜୀବନ। ବାପାଙ୍କ ଶବ ସତ୍କାର ପାଇଁ ପୁଅ ନିଜେ ପ୍ରସ୍ତୁତ କରୁଥିବା ସମୟରେ ପୁଅ ନିଜେ ହିଁ ଶବ ପାଲଟି ଯାଇଥିଲା।
ପୁଅ ବେଣୁଧର ମଣ୍ଡଳ ଘର ପଛପଟେ ଛିଡ଼ା ହୋଇଥିବା ସମୟରେ ଲଗାଣ ବର୍ଷା ପାଇଁ ଏକ ଗଛ ଉପୁଡ଼ି ପଡ଼ି ଯାଇଥିଲା। ଆଉ ଏହି ଗଛଟି ମୃ-ତ୍ୟୁ ର ଦୂତ ହୋଇ ଆସିଥିଲା। ଏହା ପୁଅ ବେଣୁଧର ଉପରେ ହିଁ ଉପୁଡ଼ି ପଡିଥିଲା।
Special Report
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲାର ବୋରିଗୁମ୍ମା ବ୍ଲକ୍ ରେ। ଗତ ରାତିରେ ବାପା ଲକ୍ଷ୍ମଣ ମଣ୍ଡଳ ମୃ-ତ୍ୟୁ ବରଣ କରିଥିଲେ। ଏହାପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ନିଆ ଯାଇଥିଲା।
ଆଉ ସେଠାରେ ବାତ୍ୟା ପ୍ରଭାବରୁ ଲଗାଣ ବର୍ଷା ଲାଗି ରହିଥିଲା। ଏହାପରେ ସେଠାରେ ମଧ୍ୟ ଶବ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା ଚାଲିଥିଲା। ଏହାପରେ ଘର ପଛପଟେ ଥିବା ଏକ ବିଶାଳ ଗଛ ପୁଅ ବେଣୁଧର ଉପରେ ଉପୁଡ଼ି ପଡିଥିଲା।
 ବେଣୁଧର ଗୁରୁତର ଆହତ ହେବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ହେଲେ ସେତେବେଳେ ବେଣୁଧର ଆଉ ଏହି ଦୁନିଆରେ ନଥିଲେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

Advertisement