Nov 5, 2023, 11:10 IST

ନିଜ ନେତା ଏଠି ଦୁର୍ନୀତି କରି ଜେଲ୍ ଯାଉଛନ୍ତି ହେଲେ କଂଗ୍ରେସ କୁ ଲୁଟେରା ଆଖ୍ୟା ଦେଇଛନ୍ତି କେଜରିୱାଲ

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ବିଭିନ୍ନ ରାଜନୈତିକ ନେତା ମାନଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି।୨୦୨୪ ନିର୍ବାଚନ କୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଅନେକ ରାଜନୈତିକ ଦଳ ମାନେ ବିରୋଧ କରୁଛନ୍ତି।
Special report
ଏଭଳି କ୍ଷେତ୍ର ରେ ମେଣ୍ଟ ଦଳ କିପରି ହୋଇ ପାରିବ ବୋଲି ସମସ୍ତଙ୍କ ମନ ରେ ପ୍ରଶ୍ନ ରହିଛି।ନିକଟ ରେ ଅରବିନ୍ଦ କେଜ୍ରିୱାଲ ଙ୍କ ଠାରୁ ଆରମ୍ଭ କରି ଅଖିଳେଶ ଯାଦବ ପର୍ଯ୍ୟନ୍ତ ସମସ୍ତେ ବିରୋଧ କରୁଛନ୍ତି।
କଂଗ୍ରେସ ର ମିଳିତ ମଞ୍ଚ ରେ ନିଷ୍ପତି ନିଆ ଯାଇଥିଲା ଯେ କୌଣସି ଦଳ ଅନ୍ୟ ଦଳ ର ବିରୋଧ ରେ କହି ପାରିବ ନାହିଁ।ହେଲେ ବର୍ତ୍ତମାନ ସମୟ ରେ ଅରବିନ୍ଦ କେଜ୍ରିୱାଲ ଓ ଅଖିଳେଶ ଯାଦବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧ ରେ ପୁଣି ଥରେ ନିଜ ମତ ପ୍ରକାଶ କରିଛନ୍ତି।
ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ୭୫ ବର୍ଷ ଧରି ଦେଶ କୁ କଂଗ୍ରେସ ବିଜେପି ଚଳାଇ ଆସିଛନ୍ତି।ଏହି ସମୟ ମଧ୍ୟ ରେ ସେମାନେ ଅନେକ ଲୁଟ କରିଛନ୍ତି।ଏବେ ସେମାନେ ତାହାକୁ ବସି ଖାଇବେ।
Special report
ବିଧାନ ସଭା ନିର୍ବାଚନ ରେ ଉଭୟ ଆମ ଆଦମୀ ପାର୍ଟି ଓ ସମାଜ ବାଦି ପାର୍ଟି ପ୍ରତିଦ୍ବନ୍ଦିତା କରୁଛନ୍ତି।ଅରବିନ୍ଦ କେଜ୍ରିୱାଲ ଓ ଅଖିଳେଶ ଯାଦବ ଏହା ପୂର୍ବ ରୁ କେବେ ମଧ୍ୟ କଂଗ୍ରେସ ଦଳ ବିଷୟ ରେ କହି ନ ଥିଲେ।
ଏହା ହେଉଛି ପ୍ରଥମ ଥର ପାଇଁ ଯେବେ ଉଭୟ କଂଗ୍ରେସ କୁ ବିରୋଧ କରୁଛନ୍ତି।ତେବେ ଭାରତୀୟ ମେଣ୍ଟ ଦଳ ର ଅବସ୍ଥା ଏବେ କଣ ହେବ ତାହା ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଛି।ଆଗକୁ ନିର୍ବାଚନ ରହିଛି।ଏବେ ଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ଗୁଜୁରାଟ ନିର୍ବାଚନ ପରେ ଆମ ଆଦମୀ ପାର୍ଟି ଏବେ ଏକ ଜାତୀୟ ଦଳ ହୋଇଛି।ଓ ସମାଜ ବାଦି ପାର୍ଟି କେବଳ ମଧ୍ୟ ପ୍ରଦେଶ ରେ ରହିଛି।
ବର୍ତ୍ତମାନ ଲୋକ ସଭା ନିର୍ବାଚନ ରେ ଜିତିବା ପାଇଁ ସବୁ ରାଜନୈତିକ ଦଳ ମାନେ ପରସ୍ପର କୁ ବିରୋଧ କରୁଛନ୍ତି।ଆଗକୁ କଣ ହେଉଚି କେବଳ ଦେଖିବାକୁ ବାକି ରହିଲା।

Advertisement