Apr 23, 2024, 10:09 IST

ରୁଦ୍ର ମହାରଥୀ ଙ୍କ ସହ ନିର୍ବାଚନ ପ୍ରଚାର ବେଳେ ପ୍ରବଳ ଖରା ସହି ନ ପାରି ହେଲା ଅଂଶୁଘାତ..

Fg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଚି।ଅଂଶୁଘାତ ହେବା ଆଶଙ୍କା ରେ ଦିନ ୧୧ ଟା ପରେ ଘରୁ କେହି ବାହାରକୁ ଯାଉ ନାହାନ୍ତି।ତେବେ ଆପଣ ମାନେ ସମସ୍ତେ ଜାଣି ଥିବେ
ରାଜ୍ୟ ରେ ନିର୍ବାଚନ କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ନିର୍ବାଚନ ପ୍ରଚାର ସମୟ ରେ ଏବେ ଘଟିଛି ଏକ ଦୁଃଖଦ ଘଟଣା।ଅଂଶୁଘାତ ଯୋଗୁଁ ବେହୋସ୍ ହୋଇ ଯାଇ ଥିଲେ ପୁରୀ ଲୋକ ସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ।
Hh
ସୂଚନା ଅନୁସାରେ ଆଜି ସକାଳେ ପୁରୀ ଲୋକ ସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ ପ୍ରଚାର କୁ ଯାଇ ଥିଲେ।ଏହି ସମୟରେ ପ୍ରବଳ ଖରା ଯୋଗୁଁ ଅରୂପ ପଟ୍ଟନାୟକ ଙ୍କ ଦେହ ଅସୁସ୍ଥ ହୋଇ ଯାଇ ଥିଲା।
ତାଙ୍କୁ ସଙ୍ଗେ ସଙ୍ଗେ ବଞ୍ଚାଇ ଥିଲେ ରୁଦ୍ର ମହାରଥୀ।ସେ ପ୍ରଚାର କୁ ଅଧା ରେ ବନ୍ଦ କରି ତାଙ୍କ ମୁହଁ ରେ ପାଣି ଛାଟୀ ଥିଲେ।ଏହା ପରେ ତାଙ୍କୁ ଏକ କାର୍ କୁ ନିଆ ଯାଇ ଥିଲା।
ସେଠାରେ ଡାକ୍ତର ଆସି ପରୀକ୍ଷା କରି ଦେଖିଲେ ଯେ ଅରୂପ ପଟ୍ଟନାୟକ ଙ୍କ ବିପି ୮୦ ରୁ ୭୫ ହୋଇ ଯାଇଚି।ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ କୁ ନିଆ ଯାଇ ଥିଲା।ଡାକ୍ତର ସେଠାରେ ତାଙ୍କର ଚିକିତ୍ସା କରିଥିଲେ।ଅନ୍ୟପଟେ ରୁଦ୍ର ମହାରଥୀ ଏକୁଟିଆ ନିଜ ପ୍ରଚାର କାର୍ଯ୍ୟ କରିଥିଲେ।
Nn
ନିଜ ବିଜେଡି କର୍ମୀ ମାନଙ୍କ ସହିତ ସେ ପ୍ରଚାର ରେ ବୁଲି ଥିଲେ।ସମସ୍ତଙ୍କୁ ଭୋଟ ଦେବା ପାଇଁ କହିଥିଲେ।ତେବେ ବର୍ତ୍ତମାନ ସମୟ ରେ ପ୍ରଚାର କୁ ଯାଉଥିଲେ ସାଙ୍ଗରେ ପାଣି ବୋତଲ ନେଇ କରି ଯାଆନ୍ତୁ।ଏହା ସହିତ ମୁଣ୍ଡ ରେ ଟୋପି ନ ହେଲେ ଓଦା ଗାମୁଛା ପକାନ୍ତୁ।
ଠିକ୍ ଯେପରି ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ଟୋପି ପିନ୍ଧି ବୁଲୁ ଥିଲେ।ଏବେ ସାରା ରାଜ୍ୟରେ ରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଚି।ଏହାକୁ ଦୃଷ୍ଟି ରେ ରଖି ୧୧ ଟା ପର ଠାରୁ ଘରୁ ବାହାର କୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଚି।

Advertisement