ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲିର ଦୈନନ୍ଦିନ ଜୀବନରେ ବିବାହକୁ ନେଇ ଅନେକ ଅଜବ ପ୍ରକାରର ଘଟଣା ସବୁ ଦେଖିବାକୁ ମିଳୁଛି। ବିଶ୍ୱର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି ଭିନ୍ନ ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି ରୀତିନୀତିଗୁଡିକୁ ଲୋକମାନେ ଅନୁସରଣ କରିଆସୁଛନ୍ତି।

ବିଭିନ୍ନ ଜାତି ଏବଂ ସମ୍ପ୍ରଦାୟର ଲୋକମାନେ ଦୁନିଆରେ ରୁହନ୍ତି । ତେବେ ସମସ୍ତଙ୍କର ନିଜର ଭିନ୍ନ ଭିନ୍ନ ସଂସ୍କୃତି,ରୀତିନୀତି ଏବଂ ବିଶ୍ୱାସ ରହିଛି। ବସବାସ କରିବାଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ନିଜସ୍ୱ ପ୍ରଥାମାନ ଦେଖିବାକୁ ମିଳିଥାଏ।
ବିବାହ କେବଳ ଗୋଟିଏ ଶବ୍ଦ ନୁହେଁ। ବିବାହ ହେଉଛି ଦୁଇ ମନର ମିଳନ। ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥାଏ ସାଥୀ। ବିଭିନ୍ନ ଧର୍ମରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଥିବାବେଳେ

ହିନ୍ଦୁ ଧର୍ମରେ ବିବାହ ମଣିଷ ଜୀବନରେ ଅନେକ ଗୁରୁତ୍ୱ ବହନ କରିଥାଏ। ତେବେ ବନ୍ଧୁଗଣ ବିବାହକୁ ନେଇ ବର୍ତ୍ତମାନ ଅଜବ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବରକୁ ବିବାହ କରିବାକୁ ଦୁଇ ଭଉଣୀ ଜିଦ୍ ଧରୁଥିଲେ।
ଆଉ ସେହି ବର କୁ ବିବାହ ନକଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଆଉ ଏହାପରେ ସାତ ଘେରା ନେଇ ଏକାଥରେ ଦୁଇ ଭଉଣୀଙ୍କ ମଥାରେ ସିନ୍ଦୂର ଦେଇ ନିଜ ଘରକୁ ନେଇଥିଲେ ବର।

ତେବେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଚମକି ପଡ଼ିଥିବା ବେଳେ ଜଣାପଡିଥିଲା କି ଏହି ରସିକିଆ ଯୁବକ ଏକା ସାଙ୍ଗରେ ଦୁଇଜଣଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ଆଉ ଦୁଇ ଯୁବତୀଙ୍କ ଠାରୁ ବାରମ୍ଵାର ବାରମ୍ଵାର ଦେହ ସୁଖ ନେଉଥିଲେ।

ଏନେଇ ଦୁଇଜଣ ଜାଣି ଦେଇଥିବା ବେଳେ ଗୋଟିଏ ବରକୁ ଦୁଇଜଣ ଯୁବତୀ ବାହା ହେବାକୁ ଜିଦ୍ ଧରିଥିଲେ। ଶେଷରେ ରୀତିନୀତି ଅନୁସାରେ ଦୁଇଜଣ ବିବାହ ମଧ୍ୟ କରିଥିଲେ। ଏଭଳି ଦୃଶ୍ୟ ରାଜସ୍ଥାନରେ ଦେଖିବାକୁ ମିଳିଥିବା ବେଳେ
ସେଠାରେ ଉପସ୍ଥିତ ଥିବା କିଛି ଲୋକେ ସବୁ କାଣ୍ଡ କାରନାମାକୁ ନିଜ ଫୋନରେ କଏଦ କରିଦେଇଥିଲେ। ଆଉ ଯେଉଁ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।