Feb 3, 2024, 18:15 IST

ଡ଼ାକ୍ତରଙ୍କୁ ଚପଲ ମାଡ଼ ଘଟଣାରେ ଧାଇଁ ଆସିଲେ ଲୋକେ ନ୍ୟାୟ ଦେବାପାଇଁ ନେଲେ ଏମିତି ନିଷ୍ପତି - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ନିକଟରେ ଆପଣମାନେ ଦେଖିଥିବେ ଏକ ଘଟଣା ଯାହା ହେଉଛି କି ଜଣେ ମହିଳା ଡାକ୍ତରଙ୍କୁ ମାଡ ମାରିଥିଲେ ।
Special report
ଆଉ ଏହି ମହିଳା ଜଣକ ଡାକ୍ତରଙ୍କୁ ଦେଖେଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ । ଆଉ ସେ ଯେତେବେଳେ ଛିଡ଼ା ହୋଇ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ସେ ଡାକ୍ତରଙ୍କୁ ଦେଖିବା ମାତ୍ରକେ ଚପଲ ଖୋଲି ବାଡ଼େଇ ଥିଲେ । 
ଏହାପରେ ଡାକ୍ତର ଜଣକ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିଥିଲେ । ଏହି ମହିଳା ଜଣଙ୍କର ଝିଅ ମୃତ୍ୟୁବରଣ କରିଛି । ଏହି ମହିଳା ଜଣକ ତାଙ୍କ ଝିଅଙ୍କୁ ହ-ତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ।
Special report
ତାଙ୍କ ଝିଅ ଶରୀରରେ ଅନେକ ଦାଗ ଥିଲା କିନ୍ତୁ ଏହା ପୋଷ୍ଟମର୍ଟମ ରିପୋର୍ଟରେ ଲେଖା ଯାଇନଥିଲା କି ଭଲରେ ପୋଷ୍ଟମର୍ଟମ ରିପୋର୍ଟ ଆସିନଥିଲା । ସବୁ ସତ କଥା ଏହିଥିରେ ଜଣା ପଡ଼ି ନଥିଲା । ଏହାପରେ ସେହି ରିପୋର୍ଟ ଧରି ମହିଳା ଜଣକ ଡାକ୍ତରଙ୍କ ପାଖକୁ ଯାଇଥିଲେ ।
ଏହି ଡାକ୍ତର ଜଣଙ୍କୁ ସେ ଏହି ରିପୋର୍ଟ ଦେଖାଇବା ପରେ ମାଡ ମାରିଥିଲେ । ଏହାପରେ ଏହି ଡାକ୍ତର ଜଣକ ମହିଳାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଆସି ମହିଳା ଜଣଙ୍କୁ ଗିରଫ କରିଛି । ଏବେ ଏହି କଥାକୁ ନେଇ ଅନେକ ଲୋକ ବାହାରି ଆସିଛନ୍ତି ବିରୋଧ କରିବା ପାଇଁ ।
Special Report
ଏବେ ଏହି ମହିଳା ଯାହାଙ୍କ ନାମ ହେଉଛି ସୁଞାନି ଗବାଙ୍ଗ । ଏବେ ଆନ୍ଦୋଳନ ବିଦ୍ରୋହ ହେବାକୁ ଲାଗିଛି । ଏହି ଘଟଣା ଏବେ ବିରାଟ ରୂପ ନେଇଛି । ମହିଳା ଜଣକ ସହିତ ଏବେ ଅନେକ ଲୋକ ଅଛନ୍ତି । 
ଏହି ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ମହାସଂଘ । ନିରୀହ ଆଦିବାସୀ ଛାତ୍ରୀଙ୍କ ମୃ-ତ୍ୟୁ ମାମଲାରେ ପ୍ରଭାବଶାଳୀମାନଙ୍କ ଚାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଏହି ଘଟଣାକୁ ଚାପି ଦେଉଛି ବୋଲି ଜଣାପଡିଛି ।
କ୍ରାଇମବ୍ରାଞ୍ଚ ହାତକୁ ଆଣିଥିବା ଏହି ଘଟଣା ମଧ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ । ଏବେ ଏହିସବୁ କଥାକୁ ନେଇ ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ଝିଅକୁ ନ୍ୟାୟ ଦେଇନାହିଁ ଆଉ ମାକୁ ଗିରଫ କରିଛି । ସେଥିପାଇଁ ଅପ୍ରୀତିକର ପରିବେଶ ସୃଷ୍ଟି ହେବ ବୋଲି ସମ୍ମିଳନୀରେ କୁହାଯାଇଛି ।

Advertisement