ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଥାଇଲାଣ୍ଡରୁ ଆସିଥିବା ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ୨୦୦୧ରେ ଯେବେ ସ୍ତ୍ରୀଙ୍କ ମୃ-ତ୍ୟୁ ଘଟିଥିଲା, ସେବେଠାରୁ ଚରଣ ଅତ୍ୟନ୍ତ ଦୁଃଖ ଭିତରକୁ ଚାଲି ଯାଇଥିଲେ।

ତାଙ୍କ ହୃଦୟକୁ ଶକ୍ତ ଆଘାତ ଲାଗିଥିଲା, ଯେଉଁ କାରଣରୁ ଏକୁଟିଆ ବଞ୍ଚିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ଆଉ ଏଥିଯୋଗୁ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରିବାକୁ ସେ ମନା କରି ଦେଇଥିଲେ ଏବଂ ମୃ-ତ-ଦେ-ହ ସହିତ ହିଁ ରହିବାକୁ ଲାଗିଥିଲେ।
ଚରଣଙ୍କ ସ୍ତ୍ରୀ ପବ୍ଲିକ ହେଲ୍ଥ ମିନିଷ୍ଟ୍ରୀରେ କାମ କରୁଥିଲେ। ମୃ-ତ୍ୟୁ ପରେ ତାଙ୍କ ମୃ-ତଦେହକୁ ସେ ଘରର ଷ୍ଟୋରେଜ୍ ରୁମ୍ରେ ଏକ କଫିନ୍ ଭିତରେ ବନ୍ଦ କରି ରଖିଥିଲେ। ଯେତେବେଳେ ଘଟଣା ସର୍ବସମ୍ମୁଖକୁ ଆସିଲା, ତ ଚରଣ କହିଥିଲେ ଯେ ସେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ ଏବଂ

ତାଙ୍କଠାରୁ କୌଣସି ମତେ ଅଲଗା ହେବାକୁ ଚାହୁଁ ନ ଥିଲେ। ଏଥିପାଇଁ ସ୍ତ୍ରୀଙ୍କ ମୃ-ତ-ଦେ-ହକୁ ପୋତିବା ବଦଳରେ ଘରେ ହିଁ ରଖିଥିଲେ। ସେତେବେଳେ ଅନେକ ଲୋକ ତାଙ୍କୁ ବୁଝାଇବା ସତ୍ତ୍ୱେ ସେ ମୃ-ତ-ଦେ-ହକୁ ପୋତି ନଥିଲେ।
କିନ୍ତୁ ଏବେ ୨୧ ବର୍ଷ ପରେ ସ୍ତ୍ରୀଙ୍କ ଆତ୍ମାକୁ ସେ ଶାନ୍ତି ଦେଇଛନ୍ତି। ଚରଣ ଚଳିତ ବର୍ଷ ଏପ୍ରିଲ ୩୦ରେ ସ୍ତ୍ରୀଙ୍କ ମୃତଦେହକୁ ପୋତି ଦେଇଛନ୍ତି। ଏକ ଫାଉଣ୍ଡେସନ୍ ସହ ମିଶି ସେ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରିଛନ୍ତି।

ଏହି ସମୟରେ ଚରଣ ଛାତି ଫଟାଇ କାନ୍ଦୁଥିବାର ଦେଖାଯାଇଥିଲା। ଏପରି କି, ଶବ ସହିତ କଥା ହେବା ଏବଂ ସ୍ତ୍ରୀଙ୍କୁ ଶୀଘ୍ର ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
ସ୍ତ୍ରୀଙ୍କ ଶବ ସହିତ ଦୀର୍ଘ ୨୧ ବର୍ଷ ଧରି ରହିଥିବା ଜଣେ ସ୍ୱାମୀଙ୍କୁ ଏମିତି କାନ୍ଦୁଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଜଣା ପଡ଼ିଛି ଯେ ଚରଣ ସ୍ତ୍ରୀଙ୍କ ଶବ ସହିତ ଯେଉଁ ଘରେ ରହୁଥିଲେ ସେଠାରେ ନା ବିଜୁଳି ଥିଲା ନା ପାଣି।
ଏଥିପାଇଁ ସେ ପଡ଼ୋଶୀଙ୍କ ଉପରେ ନିର୍ଭର କରୁଥିଲେ। ସବୁଠାରୁ ଖାସ୍ କଥା ହେଉଛି ଯେ ଏକ ବିଶେଷ କାରଣ ପାଇଁ ମଧ୍ୟ ଚରଣ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ।