ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମ ପାଇଁ ନିଜର କ୍ୟାରିୟର କୁ ପଛରେ ପକାଇଥିଲେ ଟିନା। ସୁପରହିଟ ଫିଲ୍ମ୍ କରିବା ପରେ ମଧ୍ୟ ସେ ତାଙ୍କର ଫିଲ୍ମ୍ କ୍ୟାରିୟର କୁ ଛାଡ଼ି ଦେଇଥିଲେ। ଆଉ ବୋହୂଙ୍କ କାମ କୁ ଆଦୌ ପସନ୍ଦ କରୁ ନଥିଲେ ଧୀରୁ ଭାଇ।
ବିଭିନ୍ନ କାରଣ କୁ ନେଇ ଚର୍ଚ୍ଚାର ରହିଥାନ୍ତି ଆମ୍ବନି ପରିବାର। ଯଦିଓ ବ୍ୟବସାୟରେ ଭାଇ ଅନିଲ ଅମ୍ବାନୀ ,ମୁକେଶ ଅମ୍ବାନୀ ଙ୍କ ଠାରୁ ପଛରେ ଅଛନ୍ତି ତଥାପି ଅନିଲ ଅମ୍ବାନୀ ଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୁଏ।
ଅନ୍ୟପକ୍ଷରେ ଅମ୍ବାନୀ ପରିବାରର ବୋହୂ ନୀତା ଅମ୍ବାନୀ ଙ୍କୁ ନେଇ ମଧ୍ଯ ଖୁବ୍ ଆଲୋଚନା ହୋଇଥାଏ। ସିନେମା ଜଗତରେ କାମ କରି ମଧ୍ୟ ଏତେ ଚର୍ଚ୍ଚାରେ ରୁହନ୍ତି ନାହିଁ ଟିନା ଅମ୍ବାନୀ।
ଅମ୍ବାନୀ ପରିବାର ରେ ବିବାହ କରିବା ପାଇଁ ଟିନା ଅମ୍ବାନୀ ତାଙ୍କର କ୍ୟାରିୟର କୁ ପଛରେ ପକାଇ ଦେଇଥିଲେ। ଶଶୁର ଚାହୁଁ ନଥିଲେ ମଧ୍ୟ ଅମ୍ବାନୀ ପରିବାର ର ବୋହୂ ହେଇଥିଲେ। ହେଲେ ଏକ ସମୟରେ ସେ ଫିଲ୍ମ୍ ଜଗତରେ ଚର୍ଚ୍ଚିତ ଚେହେରା ମଧ୍ୟରୁ ଜଣେ ଥିଲେ।
ଏହା ପଛରେ ଏକ କାରଣ ରହିଛି ଅନିଲ ଅମ୍ବାନୀ ଙ୍କ ସହ ବିବାହ ପ୍ରସ୍ତାବରେ ସ୍ଵୀକୃତି ଦେବା ପାରେ ସେ ନିଜର ଫିଲ୍ମ୍ କ୍ୟାରିୟର କୁ ତ୍ୟାଗ କରି ଦେଇଥିଲେ। ଟିନା ୧୦ ରୁ ଅଧିକ ସୁପରହିଟ ଫିଲ୍ମ୍ ରେ କାମ ମଧ୍ୟ କରିଛନ୍ତି।
ଫିଲ୍ମ୍ ଦେଶ ପରେଦେଶ ରୁ ନିଜର କ୍ୟାରିୟର ସେ ଆରମ୍ଭ କରିଥିଲେ ଆଉ ଫିଲ୍ମ୍ ଜଗତରେ ପାଦ ମଧ୍ୟ ଦେଇଥିଲେ। ଦୀର୍ଘ ୧୨ ବର୍ଷ ଧରି ସେ ଫିଲ୍ମ୍ ଜଗତରେ ହଇଚଇ ସୃଷ୍ଟି କରିଥିଲେ।
ହେଲେ ଅନିଲ ଙ୍କୁ ବିବାହ କରିବାକୁ ନେଇ ସେ ଫିଲ୍ମ୍ ଜଗତକୁ ଛାଡ଼ି ଦେଇଥିଲେ। ସୁଚନା ମୁତାବକ ଅନିଲ ଙ୍କ ବାପା ତଥା ରିଲିଆନ୍ସ କମ୍ପାନୀର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀ ଏହା ଚାହୁଁ ନଥିଲେ କି ତାଙ୍କର ବୋହୁ ଫିଲ୍ମ୍ ଜଗତରେ କାମ କରୁ ବୋଲି।
ସେଥିପାଇଁ ଟିନା ଆଉ ଫିଲ୍ମ ରେ ନଜର ମଧ୍ୟ ଆସି ନଥିଲେ। ଏବେ ତାଙ୍କ ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଟିନା ଙ୍କ ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।