ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କ୍ରାଉଡ ଫଣ୍ଡିଂ ପାଇଁ କ୍ୟାମ୍ପେନିଂ ଆରମ୍ଭ କରିଥିବା କଂଗ୍ରେସ କୁ ମିଳିଛି ଅଦ୍ଭୁତ ପୂର୍ବକ ସଫଳତା। ଡୋନେଟ ଫର୍ ନେସନ୍ ର ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନିଂ ରେ ଦଳ ପ୍ରଥମ ଦିନ ହିଁ
୧ କୋଟି ୪୫ ଲକ୍ଷ ଟଙ୍କା ଆସି ଯାଇଛି। ଦାନ ଦେଇଥିବା ରାଜ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଗୋଟିଏ ଦିନରେ ହିଁ ମହାରାଷ୍ଟ୍ର ୩୦ ଲକ୍ଷ ଟଙ୍କା ଦେଇଛି। ରାଜସ୍ଥାନ ୧୨ ଲକ୍ଷ ଟଙ୍କା ଦେଇଛି।
ଉତ୍ତର ପ୍ରଦେଶ , କର୍ଣ୍ଣାଟକ , ଦିଲ୍ଲୀ ରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପାର୍ଟି ପାଇଛି। ସୋମବାର ଦିନ କଂଗ୍ରେସ ପାର୍ଟି ନେତା ମଲ୍ଲିକାର୍ଜୁନ ଖଡଗେ ଏହି କ୍ୟାମ୍ପେନିଂ ଦିଲ୍ଲୀ ରେ ଆରମ୍ଭ କରିଥିଲେ। ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଏହି କ୍ୟାମ୍ପେନିଂ ଆରମ୍ଭ କରିଛି।
ବେକରୀ ଓ ଦର ବୃଦ୍ଧି ବିରୁଦ୍ଧରେ କରୁଥିବା ଲଢେଇ ବିରୁଦ୍ଧରେ ଏହା ସହାୟକ ହେବ ବୋଲି କୁହା ଯାଇଛି। ନିଜେ ଖଡଗେ ହିଁ ନିଜ ଦରମା ରୁ ୧୩୮୦୦୦ ଦାନ କରିଥିଲେ।
ରାହୁଲ ଗାନ୍ଧୀ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ କି ସେ ଡୋନେଟ କରିବା କଥା ମଧ୍ୟ କହିଛନ୍ତି। ଦିନେ ପାଣ୍ଠି ଯୋଗାଣ ପାଇଁ ତିଳକ ସ୍ବରାଜ ଫଣ୍ଡ ହୋଇଥିଲା। ଏଥିରୁ ଅନୁପ୍ରାଣିତ ହୋଇ ଦଳ ଏବେ ତାର ନିଜସ୍ଵ କ୍ୟାମ୍ପେନ ଚଳାଇଛି।
ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ଦଳ ଏହି କ୍ରାଉଡ ଫଣ୍ଡିଂ ଆରମ୍ଭ କରି ଦେଇଛି। ପାଣ୍ଠି ଅଭାବରୁ ଦଳ ବିଭିନ୍ନ ରାଜ୍ୟରେ ନିର୍ବାଚନ ଲଢ଼ିବାରେ ସମସ୍ୟା ଭୋଗିବାରେ ଲାଗିଛି।
ଏପରି କି ବିଜେପି ଠାରୁ ବେଶ ପଛରେ ଦଳ ପଡି ଯାଇଛି। ଏଭଳି ସମୟରେ ଦୋନେଟ ଫର୍ ନେସନ୍ ନାମରେ ନୂଆ ଦିଲ୍ଲୀ ରେ ଏକ କ୍ୟାମ୍ପେନିଂ ଆରମ୍ଭ କରିଛି କଂଗ୍ରେସ। ଏହା ଡିସେମ୍ବର ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।
୧୩୮ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବାର୍ତ୍ତା ଛାଡ଼ିଛି ଦଳ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି କ୍ୟାମ୍ପେନିଂ କୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।