Updated: Jan 7, 2024, 18:20 IST

ଦେଖନ୍ତୁ ଏମିତି କଣ ହେଲା ଯେ ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ଲାଗିଲା ୧୫ କୋଟି ଟଙ୍କାର ଚୁନା ଜାଣନ୍ତୁ ସମ୍ପୂର୍ଣ ସତ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଠକାମୀର ଶିକାର ହେଲେ ମହେନ୍ଦ୍ର ସିଂହ ଧୋନି। ଘନିଷ୍ଠ ବନ୍ଧୁଙ୍କ ବିରୋଧ ରେ କୋର୍ଟ ରେ ମାମଲା ଦାଏର। ୧୫ କୋଟି ଟଙ୍କା ର କ୍ଷତି ହୋଇଛି।
Special Report
ଭରସା ଦେଇ ଠକି ଦେଲା ଘନିଷ୍ଠ ବନ୍ଧୁ। ୧୫ କୋଟି ଟଙ୍କା ର କ୍ଷତି ସହିଲେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଠକାମିର ଶିକାର ହେବା ପରେ ଧୋନି ତାଙ୍କ ବନ୍ଧୁଙ୍କ ନାଁ ରେ ରାଞ୍ଚି କୋର୍ଟରେ ମାମଲା ରୁଜୁ କରିଛନ୍ତ। 
ଅର୍କସ ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜ ଲିମିଟେଡରେ ଦୁଇଜଣଙ୍କ ବିରୁଦ୍ଧରେ ମାମଲା ହୋଇଛି। ସୂଚନା ଅନୁଯାୟୀ, ମିହିର ଦିବାକର ଧୋନିଙ୍କ ଘନିଷ୍ଠ ବନ୍ଧୁ ଅଟନ୍ତି। ତେବେ ଉଭୟ ଭିତରେ ୨୦୧୭ରେ ଏକ ଚୁକ୍ତି ହୋଇଥିଲା।
Special Report
ଚୁକ୍ତି ଅନୁସାରେ ବିଶ୍ୱରେ କ୍ରିକେଟ ଆକାଡେମୀ ଖୋଲିବାକୁ ପ୍ରସ୍ତାବ ରହିଥିଲା। ହେଲେ ଦିବାକର ଚୁକ୍ତିର ନିୟମ ପାଳନ କରି ନଥିଲେ। ବାରମ୍ବାର ଏହାକୁ ମାନେ ପକାଇଥିଲା ସୁଦ୍ଧା ଏଗୁଡିକ ଅଣଦେଖା କରାଯାଇଥିଲା। 
ଚୁକ୍ତିର ସର୍ତ୍ତ ଅନୁସାରେ, ଅର୍କା ସ୍ପୋର୍ଟ୍ସ ଫ୍ରାଞ୍ଚାଇଜ୍‌ ଶୁଳ୍କର ପେମେଣ୍ଟ କରିବା ଓ ଲାଭ ପରସ୍ପର ସହ ଶେୟାର କରିବା ବାଧ୍ୟତାମୂଳକ ଥିଲା। ହେଲେ ଦିବାକର କିନ୍ତୁ ଏହାକୁ ମାନି ନଥିଲେ।
Special Report
ଧୋନୀଙ୍କ ପକ୍ଷରୁ ବାରମ୍ବାର ଦିବାକରଙ୍କୁ ନିୟମ ମାନିବାକୁ କୁହାଯାଇଥିଲେ ମଧ୍ୟ କିଛି ପରିଣାମ ହୋଇ ନଥିଲା। ଫଳରେ ଧୋନୀ ବାଧ୍ୟ ହୋଇ ୨୦୨୧ ଅଗଷ୍ଟ ୧୫ ତାରିଖରେ ଅର୍କ ସ୍ପୋର୍ଟ୍ସ କମ୍ପାନୀରୁ ନିଜର ଅଧିକାର ପତ୍ରକୁ ରଦ୍ଧ କରିଦେଇଥିଲେ। 
ଏହାପରେ ଏକାଧିକ ଆଇନଗତ ନୋଟିସ୍ ପଠାଇଥିଲା। ହେଲେ ଏହି ନୋଟିସ୍‌ର କୌଣସି ଜବାବ ମିଳି ନଥିଲା। ଏହି ଘଟଣାକୁ ନେଇ ଧୋନୀଙ୍କ ଓକିଲ ଦୟାନନ୍ଦ ସିଂହ କହିଛନ୍ତି ଯେ ଅରକା ସ୍ପୋର୍ଟ୍ସ ଧୋନୀଙ୍କୁ ଠକିଛି।
ଫଳରେ ଧୋନୀଙ୍କର ୧୫ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି। ଧୋନୀଙ୍କ ସାଙ୍ଗ ସିମନ୍ତ ଲୋହାନୀ ମଧ୍ୟ ଦିବାକରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

Advertisement