ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ହେଉଛି ମକର ସଂକ୍ରାନ୍ତି। ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ। ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି।

ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି। ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସେପଟେ ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରି ହଟକେଶ୍ୱର ମହାଦେବଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼।
ହଟକେଶ୍ୱର ମହାଦେବଙ୍କ ଦର୍ଶନ ସହ ଏଠି ଥିବା ପବିତ୍ର କୁଣ୍ଡର ଜଳ ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଏହି ଶୈବପୀଠରେ ରହିଛି ଉଷ୍ଣ ପ୍ରସ୍ରବଣ କୁଣ୍ଡ।

ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। ଏହି ଦିନ ଅର୍ଦ୍ଧରାତ୍ରିରୁ ବନ୍ଧ୍ୟାନାରୀ ମହାଦେବ ହଟକେଶ୍ବରଙ୍କଠାରେ ମାନସିକ କରି କୁଣ୍ଡରୁ ଗୁଆଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି।
ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି। ମକର ଅବସରରେ ଏଠାରେ ବୁଡ ପକାଇବା ସହିତ ମେଳା ବୁଲିବାର ମଜା ନେଉଛନ୍ତି ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ।

ହଜାର ହଜାର ସଂଖ୍ୟାରେ ମାନସିକଧାରୀ, ମାନସିକ ପୂରଣ ପାଇଁ କାହିଁ କେଉଁଆଡ଼ୁ ହଟକେଶ୍ୱର ମନ୍ଦିରକୁ ଧାଇଁ ଆସନ୍ତି। ମହାପ୍ରଭୁ ଶିବଙ୍କୁ ଦର୍ଶନ କରି ଅଟ୍ରି ପ୍ରସବଣର ପାଣିକୁ ପ୍ରସାଦ ରୂପେ ସେବନ କରିଥାଆନ୍ତି ଶ୍ରଦ୍ଧାଳୁ।
ପର୍ଯ୍ୟଟନ ଋତୁରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଛି ପର୍ଯ୍ୟଟକଙ୍କ ଗହଳି। ଅନ୍ୟସ୍ଥାନ ଭଳି ଖୋର୍ଦ୍ଧାରେ ଥିବା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ଗହଳି ଲାଗିଛି। ବର୍ଷ ସାରା ଏହିି ଅଂଚଳରେ ପର୍ଯ୍ୟଟକଙ୍କ ଭିଡ ଲାଗିଥିଲେ ବି ମକର ମେଳା ଆସୁଥିବାରୁ ଏବେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି।
ତେବେ ବନ୍ଧୁଗଣ ଶୀତ ଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। କେବଳ ରାଜ୍ୟ ନୁହେଁ ଦେଶ ବାହାରୁ ମଧ୍ୟ ଏଠାକୁ ପର୍ଯ୍ୟଟକ ଛୁଟି ଆସନ୍ତି। ଭଗବାନଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣିବା ସହ ଅଟ୍ରିର ଗରମ ପାଣିରେ ଗାଧୋଇବାର ମଜା ନିଅନ୍ତି ପର୍ଯ୍ୟଟକ।