Feb 4, 2024, 11:51 IST

ମୋର ଦେହ ପୁରା ଠିକ୍, ମୋ ଫଟୋ ଲଗେଇ ହାତରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଧରେଇ ଛାପି ଦେଇଛନ୍ତି ମୋ କିଡନୀ ଖରାପ ଥିଲା, କାର୍ଡ ଯୋଗୁ ଭଲ ହେଲି...

Special report

ନମସ୍କାର ପାଠକ ବନ୍ଧୁ।କିଡନୀ ରୋଗ ହୋଇ ଥିବା ମିଥ୍ୟା ଅଭିଯୋଗ ରେ ଜଣେ ବ୍ୟକ୍ତି ଙ୍କ ନାମ ରେ ହୋଇଚି ବଡ ଠକେଇ।ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପାତ୍ରପଡ଼ା ଗାଁ ରେ।ସେଠାରେ ସଦାଶିବ ଙ୍କ ନାମ ରେ ଏପରି ଠକେଇ କାମ କରା ଯାଇଚି।ତାଙ୍କର କୌଣସି କିଡନୀ ରୋଗ ହୋଇ ନାହିଁ।
Special report
କି ସେ କେବେ ଭୁବନେଶ୍ୱର ଯାଇ ନାହାନ୍ତି।ହେଲେ କିଛି ଖରାପ ଲୋକ ମାନେ ତାଙ୍କ ଫଟୋ ଉଠାଇ ଵିଏସ କେ ୱାଇ କାର୍ଡ ରେ ତାଙ୍କ ଫଟୋ ରଖି ଗୋଟିଏ ବୁକ୍ ଲେଟ ପ୍ରସ୍ତୁତ କରିଛନ୍ତି।ତାଙ୍କ ନାମ ରେ କିଛି ଟଙ୍କା ଉଠାଇ ଦେଇଛନ୍ତି।ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ସଦାନନ୍ଦ ନାମକ ଜଣେ ବ୍ୟକ୍ତି ଙ୍କ ପାଖକୁ କିଛି ଦିନ ତଳେ ସେହି ଗ୍ରାମ ର ଗଣେଶ ଆସି ଥିଲା।ସେ ଅନେକ ଲୋକ ଙ୍କ ଫଟୋ ଉଠାଇବା ପାଇଁ କହିଥିଲା।ହେଲେ କେହି ରାଜି ହୋଇ ନ ଥିଲେ।ଏହା ପରେ ସଦାନନ୍ଦ ତାଙ୍କ ଫଟୋ ଦେଇ ଥିଲେ।
ସେ ସେହି ଫଟୋ କୁ ନେଇ ଚାଲି ଯାଇଥିଲେ।ଏହା ପରେ ବିଜୁ ସ୍ବାସ୍ଥ୍ୟ ଯୋଜନା ବହି ରେ ତାଙ୍କ ଫଟୋ ଛପା ହୋଇ ଥିଲା।ଏଥିରେ ଲେଖା ହୋଇ ଥିଲା କି ତାଙ୍କୁ କିଡନୀ ରୋଗ ହୋଇଚି।ସରକାର ଙ୍କ ବି ଏସ କେ ୱାଇ କାର୍ଡ ରେ ତାଙ୍କୁ ସାହାର୍ଯ୍ୟ କରା ଯାଇଛି।
Special report
ତାଙ୍କ ଫଟୋ ମଧ୍ୟ ଏଥିରେ ଥିଲା।ଏହାକୁ ସଦାନନ୍ଦ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ସେ ଗଣ ମାଧ୍ୟମ ଆଗରେ ନିଜ ମନ ର କଥା କହିଛନ୍ତି ତାଙ୍କ କହିବା ଅନୁଯାୟୀ ତାଙ୍କର କିଛି ବି ରୋଗ ନାହିଁ।କି ସେ କେବେ ଅପରେସନ ହୋଇ ନାହାନ୍ତି।
ଭୁବନେଶ୍ୱର କୁ ସେ କେବେ ବି ଯାଇ ନାହାନ୍ତି।ତାଙ୍କ ନାମ ରେ ମିଥ୍ୟା ପ୍ରଚାର କରା ଯାଉଛି।ଯେଉଁ ବ୍ୟକ୍ତି ଏଭଳି କାମ କରିଛନ୍ତି ତାଙ୍କୁ ଦଣ୍ଡ ଦିଆ ଯିବା ଆବଶ୍ୟକ।ମୋ ଫଟୋ ସେ ବୁକ୍ ଲେଟ ରେ ରହିଛି।ହେଲେ ମୁଁ ଏ ବିଷୟ ରେ କିଛି ବି ଜାଣି ନାହିଁ।
ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ଘଟଣା ଟି ସମ୍ପୂର୍ଣ୍ଣ ସତ।ସେହି ବୁକ୍ ଲେଟ ରେ ଲେଖା ହୋଇଛି କି ମୁଁ ଜଣେ ସାଧାରଣ ଚାଷୀ।ମୋର କିଡନୀ ଖରାପ ହୋଇ ଥିବା କଥା ଜାଣିବା ପରେ ଉପାୟ ଶୂନ୍ୟ ହୋଇ ଯାଇଥିଲି।
ଏହି ବି ଏସ କେ ୱାଇ କାର୍ଡ ମାଧ୍ୟମ ରେ ମୁଁ ଆଜି ଭଲ ହୋଇ ପାରିଛି।ଏହା ଦେଖିଲା ପରେ ସଦାନନ୍ଦ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କାରଣ ତାଙ୍କର କିଛି ବି ରୋଗ ନ ଥିଲା।

Advertisement