Dec 23, 2023, 10:47 IST

ଦାଉଦ୍ ମରିବା ଖବର ଶୁଣି ପାକିସ୍ତାନ ରୁ ଆସିଲା ଫୋନ୍ : ଭାରତବାସୀ ବେଶୀ ଆଉ ଖୁସି ହୁଅନା, ଆମ ଦାଉଦ୍ ଭାଇ ବଞ୍ଚିଛି....

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଦାଉଦ ଇବ୍ରାହିମଙ୍କ ବିଷ ଦେବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ସବୁଠାରୁ ବଡ଼ ଖବର ଏହା କି ସତରେ କଣ ଦାଉଦ୍ ଇବ୍ରହିମ ଙ୍କୁ ବିଷ ଦିଆ ଯାଇଛି ଆଉ ସେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି?
ଏହି ରିପୋର୍ଟ ସମ୍ପର୍କରେ ତାଙ୍କର ତାଙ୍କର ଡାହାଣ ହାତ ଶକିଲ ନ୍ୟୁଜ ଏଜେନ୍ସି ମାନଙ୍କୁ କହିଛନ୍ତି ଯେ ତାଙ୍କର ଭାଇଙ୍କ ମୃ-ତ୍ୟୁ ଖବର ଯେଉଁ ଉଠୁଛି ତାହା ଗୁଜବ ଓ ଭିତ୍ତି ହୀନ।
Special Report
ସେ ସଂପୂର୍ଣ୍ଣ ଭାବରେ ଏବେ ଫିଟ୍ ଅଛନ୍ତି।ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଛୋଟା ଶକିଲ କହିଛନ୍ତି ଯେ ଦାଉଦ ଇବ୍ରାହିମଙ୍କ ମୃତ୍ୟୁ ଖବର ଭିତ୍ତି ହୀନ ବୋଲି। ଛୋଟା ଶକିଲ ଦାଉଦ୍ ଙ୍କ ସହ ସବୁ କାର୍ଯ୍ୟରେ ସଂପୃକ୍ତ ଥାଆନ୍ତି।
ସେଥିପାଇଁ ତାଙ୍କୁ ଦାଉଦ୍ ଙ୍କ ଡାହାଣ ହାତ ବୋଲି କୁହାଯାଏ। କାରଣ ତାଙ୍କୁ ଦାଉଦ୍ ଙ୍କ ସମ୍ପର୍କରେ ସବୁ କଥା ଜଣା ଥାଏ। ଦାଉଦ୍ କରିଥିବା ଅନେକ ଅପରାଧରେ ସେ ସାମିଲ ମଧ୍ଯ ଅଛନ୍ତି।
1986 ରେ ସେ ଦାଉଦଙ୍କ ସହିତ ଯୋଗାଯୋଗ କରିଥିଲେ । ଆଉ 1993 ମସିହାରେ ମୁମ୍ବାଇ ବିସ୍ପୋରଣ ପରେ ଶକିଲ ଦାଉଦ୍ ଙ୍କ ନିକଟତର ମଧ୍ୟ ହୋଇଥିଲେ।
Special Report
ତେବେ ଯେତେବେଳେ ପାକିସ୍ତାନୀ ପାକିସ୍ତାନୀ ୟୁଟ୍ୟୁବର୍ ବିଳମ୍ବିତ ରାତ୍ରୀରେ ଏକ ଭିଡିଓ ପୋଷ୍ଟ କରିଥିଲେ ତା ପରେ ଏହି ସବୁ ଘଟଣା ସତ୍ୟ ବୋଲି କୁହା ଯାଉଥିଲା। ଏବେ ଏହି ଦାବିକୁ ମିଥ୍ୟା ବୋଲି ଘୋଷଣା କରାଯାଇଛି।
କୁହାଯାଉଥିଲା କି ଦାଉଦ୍ ଙ୍କୁ ବିଷ ଦିଆଯିବା ଫଳରେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଦିଆ ଯାଇଥିଲା। ମାତ୍ର ଏହି ଦାବିକୁ ମଧ୍ଯ ପ୍ରତ୍ୟାଖାନ କରାଯାଇଛି।
କୁହା ଯାଉଛି କି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ଏକ ଭର୍ଚୁଆଲ୍ ମିଟିଂ ଇଣ୍ଟରନେଟ୍ ସେବା ବ୍ୟାଘାତକୁ ନେଇ ଦାୟୀ କରାଯାଇଛି। ତେବେ ଏହି ଘଟଣା ଆପଣଙ୍କୁ କେତେଦୂର ସତ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement