ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକା ସମୟରେ ତିନି ତିନିଟା ସ୍ୱାମୀ ସହ ସମ୍ପର୍କ ରଖିଲା ସ୍ତ୍ରୀ। ପ୍ରଥମେ ଜଣକୁ ବିବାହ କରି ତିନୋଟି ଛୁଆ ଜନ୍ମ କରିଥିଲା। ପରେ ପ୍ରଥମ ସ୍ୱାମୀକୁ ଛାଡ଼ି ଆଉ ଜଣକ ସହ ଫେରାର ହୋଇ ଯାଇଥିଲା।

ଏହାପରେ ତାକୁ ମଧ୍ୟ ଛାଡ଼ି ନିଜର ତୃତୀୟ ସ୍ୱାମୀ ସହ ଏବେ ସଂସାର ଗଢିଛି। ଆଉ ଏବେ ମାଆ ଗଲା ପରେ କଇଁକଇଁ ହୋଇ କାନ୍ଦୁଛି ଝିଅ। ନିରୀହ ଝିଅ ଏକ ଅଜଣା ମହିଳା ନିକଟରେ ବସି କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା।
ଦଶ ବର୍ଷର ଝିଅ କୁ ମାଆ ଟି ଏକା ଛାଡି ଦେଇ ନିଜେ କେଉଁ ଆଡେ଼ ଚାଲି ଯାଇଛି। ଏପଟେ ନିଜ ଝିଅ କାନ୍ଦି ଗଡୁ ଥିବା ବେଳେ ମାଆ ଜଣକ ଅନ୍ୟ ପୁରୁଷ ସହ ତାର ସଂସାର ଗଢିବାରେ ଲାଗିଛି।
ଏହି ମାଆ ଜଣକ ପ୍ରଥମେ ଜଣକୁ ବିବାହ କରିଥିବା ସମୟରେ ତାଙ୍କର ତିନୋଟି ଝିଅ ମଧ୍ୟ ହୋଇଥିଲା। ହେଲେ ଯେତେବେଳେ ତାର ସ୍ୱାମୀ ରୋଗଗ୍ରସ୍ତ ହୋଇ ଯାଇଥିଲା ସେତେବେଳେ ସ୍ତ୍ରୀ ତାର ତିନି ଝିଅକୁ ଧରି ଅନ୍ୟ ଜଣକ ସହ ଫେରାର ହୋଇ ଯାଇଥିଲା।

ଏହାପରେ ସ୍ତ୍ରୀ ଯେତେବେଳେ ଚାଲି ଯାଇଥିଲା ସେତେବେଳେ ପ୍ରଥମ ସ୍ୱାମୀ ବିଷ ପିଇ ଆ-ତ୍ମ-ହ-ତ୍ୟା କରି ଦେଇଥିଲା। ଏହାପରେ ସ୍ତ୍ରୀ ମଧ୍ୟ ନିଜର ଦ୍ଵିତୀୟ ସ୍ୱାମୀ କୁ ଛାଡ଼ି ତାଳଚେର କୁ କାମ କରିବା ପାଇଁ ଚାଲି ଯାଇଥିଲା।
ତାଳଚେର ରେ ଏହି ମାଆ ଜଣକ ମଧ୍ୟ କୌଣସି ଏକ କାମରେ ଲାଗି ଯାଇଥିଲା। ତାଳଚେର ରେ କାମ କରୁଥିବା ବେଳେ ନିଜ ଝିଅକୁ ଛାଡ଼ି ଅନ୍ୟ ଜଣକ ସହ ଫେରାର ହୋଇ ଯାଇଛି ମାଆ।
ଯେତେବେଳେ ଝିଅ ଜାଣିବାକୁ ପାଇଥିଲା କି ତାର ମାଆ ତାକୁ ଛାଡ଼ି ଆଉ କାହା ସହ ଫେରାର ହୋଇ ଯାଇଛି ବୋଲି ସେତେବେଳେ ସେ ରାସ୍ତାରେ କାନ୍ଦି କାନ୍ଦି ଗଡିବାରେ ଲାଗି ପଡିଥିଲା।
ଏହାପରେ ସେଠାରେ ଉପସ୍ଥିତ ଥିବା ଜଣେ ସହୃଦୟା ମହିଳା ସେହି ଯୁବତୀଙ୍କୁ ନେଇ ନିଜ ଗାଁ କୁ ଚାଲି ଯାଇଛନ୍ତି। ଆପଣ ମାନେ ଏଥିରୁ ଜାଣି ପାରୁଥିବେ କି ଏବେ ସମୟ କିଭଳି ହେବାରେ ଲାଗିଛି। ଯାହାକୁ ଲୋକମାନେ ଏବେ ଖୁବ ନିନ୍ଦା କରୁଛନ୍ତି।