Feb 13, 2024, 10:23 IST

କିଏ ଏହି ହିଡିମ୍ବା ଯାହାକୁ ଡରୁଛନ୍ତି ସାରା ସେନା ପୋଲିସ !! ଜାଣନ୍ତୁ ଏହି ମାଓ ନେତାଙ୍କ ସମ୍ପର୍କରେ ଆଶ୍ଚର୍ୟ୍ଯ ଜନକ ତଥ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଖବର ଆପଣମାନେ ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ମାଓବାଦୀ ଉପରେ । ଆପଣମାନେ ଜାଣିଛନ୍ତି କି ମାଓ ନେତା ହିଡମା କିଏ ? ତାଙ୍କୁ ଯବାନଙ୍କ ଠାରୁ ପୋଲିସ ପର୍ଯ୍ୟନ୍ତ ଡରୁଛନ୍ତି ।
Special report
ସାଧାରଣ ଲୋକଙ୍କୁ ହିଡମା କ୍ଷତି ପହଞ୍ଚାଇ ନଥାଏ । ହିଡମା ନାଁ ଶୁଣିଲେ ଜଙ୍ଗଲ ବି ଭୟ କରିଥାଏ । ଆଉ ହିଡମା ଯବାନମାନଙ୍କ ରକ୍ତରେ ଖେଳିବାକୁ ଭଳପାଇଥାଏ । ଏହି ମାଓ ନେତା ହିଡମା ଯବାନଙ୍କ ସହିଦ ଖବର ଶୁଣି ଖୁସି ହୋଇଥାଏ । 
ଏବେ ଏହି ହିଡମାକୁ ନେଇ ପ୍ରଶ୍ନ ଆସୁଛି । ଏହି ହିଡମା କିଏ ଆଉ ସେ କିଭଳି ମାଓ ନେତା ପାଲଟି ଗଲେ ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଆସୁଛି । ଏବେ ଏହି ମାଓ ନେତା ହିଡମା ସିଆରଏଫ ଏବଂ ଯବାନମାନଙ୍କ ଟାର୍ଗେଟରେ ରହିଛି ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ମାଓ ନେତା ହିଡମା ବିଷୟରେ ଜାଣିପାରିବେ । ଏହି ମାଓ କମାଣ୍ଡରଙ୍କ ନାଁରେ ରହିଛି ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ଅର୍ଥାତ୍ ସିପିଆଇର ସବୁଠାରୁ ଯୁବ ମେମ୍ବର ହେଉଛନ୍ତି ହିଡମା । ଯବାନମାନଙ୍କର ଜୀବନ ନେବା ଏହି ମାଓ ନେତା ହିଡମାଙ୍କୁ ଖେଳ ପରି ଲାଗେ । 
ସେ ଜଙ୍ଗଲ ଭିତରେ ଶହ ଶହ ଯବାନଙ୍କ ଜୀବନ ନେଇଛି । ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାର ଜଣେ ଯୁବକ । ମାଓମାନଙ୍କ ଭିତରେ ହିଡମା ହେଉଛି ଯୁବ କମାଣ୍ଡର । ତାର ଅଧୀନରେ ରହିଛନ୍ତି ୧ ହଜାରରୁ ଅଧିକ ମାଓ ନେତା । ହିଡମା ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇ ଦଳରେ ସାମିଲ କରାଇଥାଏ ।
Special report
ହିଡମା ଚାହିଁଥାଏ ତାର ଗୃପରେ ସମସ୍ତେ ଶକ୍ତିଶାଳୀ ମାଓବାଦୀ ହୁଅନ୍ତୁ । ୧୯୮୧ ମସିହାରେ ହିଡମା ଜନ୍ମ ହୋଇଥିଲା । ହିଡମାର ବୟସ ପାଖାପାଖି ୪୩ ବର୍ଷ ହେବ । ଦଶମ ପରୀକ୍ଷା ଦେବା ପରେ ହିଡମା ନକ୍ସଲ ଗ୍ରୁପରେ ସାମିଲ ହୋଇଥିଲେ । 
Special report
ହିଡମା ପାଠ ଭଲ ପଢ଼ୁ ନଥିଲେ ବି ତାର ବିଚକ୍ଷଣ ବୁଦ୍ଧି ଥିଲା । କେହି କେବେ ଭାବି ନଥିଲେ କି ହିଡମା ଏଭଳି ହେବ ବୋଲି । ଗରିଲା ଯୁଦ୍ଧର ରାଜନୀତିରେ ସେ ପାରଙ୍ଗମ ଅଟନ୍ତି । ଯବାନମାନଙ୍କୁ ଚାରିପଟେ ଘେରି ତାଙ୍କୁ ଆକ୍ରମଣ କରିବାକୁ ହିଡମାକୁ ଭଲ ଲାଗିଥାଏ । ହିଡମାର ଅନେକ ଆକ୍ରମଣରେ ହାତ ଅଛି ।
ଭାରତ ସରକାର ହିଡମା ମୁଣ୍ଡରେ ୪୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ୧୦୨ ଯବାନଙ୍କ ଜୀବନ ନେଇଛି ହିଡମା । ଜାନୁଆରୀ ମାସରେ ହିଡମା ଯବାନଙ୍କ ଉପରେ ଆକ୍ରମଣ କରିଥିଲା । ଏବେ ତାକୁ ଏନକାଉଣ୍ଟର କରିବାର ଅର୍ଡର ବି ଆସିଛି । ଏବେ ଆଉ ବଞ୍ଚି ପାରିବ ନାହିଁ ହିଡମା ।

Advertisement