ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି। ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ଲୋକମାନେ ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ମଧ୍ୟ ଜାଣି ପାରୁଛନ୍ତି।
ବନ୍ଧୁଗଣ ବର୍ତ୍ତମାନ ସେ-କ୍ସ କାରବାର ସବୁଠାରେ ଦେଖିବାକୁ ମିଳୁଛି। ଲୋକ ମାନେ ଦେହ ବେପାର କରିବା ପାଇଁ ଯେ କୌଣସି ସ୍ଥାନରେ ମଧ୍ୟ ତାଙ୍କର କାରବାର ଚଳାଉଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସେକ୍ସ କାରବାରକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି କଲେଜରେ ଦିନରେ ପାଠ ପଢା, ରାତିରେ ଚାଲୁଥିଲା ଦେହ ବେପାର। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳର ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର କଲେଜର ଚାଲିଥିଲା ଏଭଳି କାରନାମା।
ଖବର ପାଇ ପୋଲିସ ଚଢାଉ କରି ମୁଖ୍ୟ ଅଭିଯୁକ୍ତ କଲେଜର ରାତ୍ର ଜଗୁଆଳୀ ଓ ଜଣେ ମହିଳାଙ୍କୁ ଗିରଫ କରିଛି। ହେଲେ ଗ୍ରାହକ ଓ ଦେହଜୀବୀ ଚମ୍ପଟ ମାରିଛନ୍ତି। ଶିକ୍ଷାର ମନ୍ଦିରରେ ଦିନରେ ବିଦ୍ୟାଦାତ୍ରୀଙ୍କୁ ଆରାଧନା କରି ପାଠ ପଢୁଥିଲେ ଛାତ୍ରଛାତ୍ରୀ।
ହେଲେ ସନ୍ଧ୍ୟା ନଇଁଲେ କଲେଜରେ ଜମୁଥିବା ଗ୍ରାହକ ଓ ସୁନ୍ଦରୀ ଯୁବତୀଙ୍କ ଭିଡ। କଲେଜର ରାତ୍ରୀ ଜଗୁଆଳିଙ୍କ ଉପସ୍ଥିତିରେ ଏସବୁ କାରବାର ଚାଲିଥିଲା ବୋଲି ଅଭିଯୋଗ ହୋଇଛି। ପୋଲିସ ରାତ୍ର ଜଗୁଆଳି ଟିକେରାମ ମାଝିଙ୍କୁ ଗିରଫ କରି ତଦନ୍ତ ଚଲାଇଛି।
କଲେଜରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଖବର ପାଇ ରାତିରେ ପାଟଣାଗଡ଼ ଥାନା ପୁଲିସ୍ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ।
ଏହି ମାମଲାରେ ପୁଲିସ୍ କଲେଜର ରାତ୍ର ଜଗୁଆଳୀ ଓ ବଲାଙ୍ଗିର ଅଞ୍ଚଳର ଜଣେ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହ କଲେଜ କୋଠରୀରୁ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ୍ ଜବତ କରିଛି।
ତେବେ ବନ୍ଧୁଗଣ କେତେଦିନ ଧରି କଲେଜରେ ସେକ୍ସ କାରବାର ଚଳିଥିଲା, ତାହା ଜଣାପଡ଼ି ନାହିଁ। ଏଥିସହ ଜବତ ହୋଇଥିବା ବାଇକ୍ କାହାର ତାହା ମଧ୍ୟ ଜଣାପଡ଼ି ନାହିଁ। ତେବେ ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।