ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆସନ୍ତା ଜାନୁୟାରୀ ୧ ତାରିଖ ରେ ମାମୁଁ ଭର୍ସେସ ଭଣଜା ଫିଲ୍ମ ରିଲିଜ ହେବାକୁ ଯାଉଛି।ଏହା କୁ ନେଇ ସମସ୍ତ ଓଡ଼ିଆ ଦର୍ଶକ ମାନେ ଉତ୍ସାହିତ ଅଛନ୍ତି।
ହେଲେ ଫିଲ୍ମ ରିଲିଜ୍ ହେବା ଆଗରୁ ଏହାର ପ୍ରଯୋଜକ ଙ୍କୁ କରା ଯାଇଛି ଗିରଫ।ଏହାର ପ୍ରଯୋଜକ ହେଉଛନ୍ତି ସୁତାଂଶୁ ମହାନ୍ତି।ସେ ଏକ ଅଭିଯୋଗ ରେ ଗତ କାଲି ଗିରଫ ହୋଇଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ସୁତାଂଶୁ ମହାନ୍ତି ପୂର୍ବ ରୁ ଯେଉଁ କାଣ୍ଡ କରି ଗିରଫ ହୋଇ ଥିଲେ।ଏବେ ପୁଣି ଥରେ ସେହି ଭଳି କାମ କରି ଗିରଫ ହୋଇଛନ୍ତି।ତାଙ୍କୁ ଗତ କାଲି ସହିଦ ନଗର ପୋଲିସ ତାଙ୍କ ବାସ ଭବନ ରୁ ଗିରଫ କରିଛନ୍ତି।
ଏକ ମିଶ୍ଚର ମେସିନ ଚୋରି କରିବା ଅଭିଯୋଗ ରେ ତାଙ୍କୁ ଗିରଫ କରା ଯାଇଛି।ଓ କୋର୍ଟ ଚାଲାଣ ମଧ୍ୟ କରା ଯାଇଛି।ଏହି ମିଶ୍ଚର ମେସିନ ର ମାଲିକ ଦିନେଶ ଦାସ କଂକ୍ରିଟ କାମ ସାରି ମେସିନ କୁ ଜୟଦେବ ବିହାର ରେ ଛାଡି ଦେଇ ଯାଇଥିଲେ।
ହେଲେ ସେହି ଦିନ ଖରାବେଳେ ଏହି ମେସିନ ଟି ସେହି ସ୍ଥାନ ରେ ଆଉ ନ ଥିଲା।ଏହା ପରେ ଦିନେଶ ଏହାକୁ ନେଇ ସହିଦ ନଗର ଥାନାରେ ଏକ ଅଭିଯୋଗ କରିଥିଲେ।ଏହା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କରି ଦେଇଥିଲେ।
ଏଥିରୁ ଜଣା ପଡ଼ି ଥିଲା କି ଏହାକୁ ପ୍ରଯୋଜକ ସୁତାଂଶୁ ମହାନ୍ତି ଚୋରି କରି ନେଇଛନ୍ତି।ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରା ଯାଇଥିଲା।ଗିରଫ କରା ଯିବା ପରେ ସେ ଅନେକ କଥା ପୋଲିସ ଆଗରେ କହି ଥିଲେ।
ସେ କହିଥିଲେ କି ସେ ନିଜେ ଟେଣ୍ଟ ହାଉସ ରେ କାମ କରନ୍ତି।ସେଥିରୁ ଯାହା ଟଙ୍କା ମିଳେ ସେଥିରେ ସେ ଫିଲ୍ମ ଟି ତିଆରି କରିଛନ୍ତି।ଏହା ତାଙ୍କ ଝାଳ ବୁହା ଟଙ୍କା ରେ ହୋଇଛି।
ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଆସନ୍ତା ଜାନୁୟାରୀ ରେ ତାଙ୍କର ମାମୁଁ ଓ ଭଣଜା ଫିଲ୍ମ ରିଲିଜ ହେବାକୁ ଯାଉଛି।ଏହାକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି।