Jan 20, 2024, 08:46 IST

ଛୁଆ ଦୁଇଟି କାନ୍ଦିଲେ ବୋଲି ଏମିତି କାମ କରିଦେଲେ ଏହି ମହିଳା ଆପଣ ଜାଣିଲେ ମଧ୍ୟ କହିବେ ମା ନା ରାକ୍ଷସୀ !!!

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ମା ନିଜ ପିଲା ପାଇଁ କିଛି ବି କରି ପାରେ।ନିଜ ପିଲା କୁ ସବୁ ବେଳେ ଭଲ ରେ ରଖିବା ପାଇଁ କେତେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରେ।ଆପଣ ମାନେ ଥରେ ଭାବନ୍ତୁ ଗୋଟିଏ ମା କଣ ତା ପିଲା ପାଇଁ ଡାହାଣୀ ସାଜି ପାରିବ।
Special Report
ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ଯେଉଁଠି ଗୋଟିଏ ମା ନିଜ ପିଲା ର ବେକ ଚିପି ହ-ତ୍ୟା କରିଛି।କେବଳ ଗୋଟିଏ ପିଲା ନୁହେଁ ଦୁଇ ଦୁଇଟି ପିଲା ର ଜୀବନ ନେଇ ଯାଇଚି ରାକ୍ଷସୀ ମା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ର ବସଲା ଥାନା ଅଞ୍ଚଳ ରେ।ଏଠାରେ ତପସ୍ଵିନୀ ନାମୀ ଜଣେ ମହିଳା ଗତ ଏଗାର ବର୍ଷ ତଳେ ସୁନିଲ ଙ୍କୁ ବିବାହ କରିଥିଲେ।ବିବାହ ର ଏଗାର ବର୍ଷ ବିତି ଯାଇଥିଲେ ସୁଦ୍ଧା ତାଙ୍କ କୋଳ ରେ ଭଗବାନ ପିଲା ଟି ଏ ଦେଇ ନ ଥିଲେ।
Special Report
ତାଙ୍କ ବଡ ଯା ର ମଧ୍ୟ ପିଲା ନ ଥିଲା।କେତେ ପୂଜା ପାଠ କରିବା ପରେ ତପସ୍ଵିନୀ ଙ୍କ କୋଳ ରେ ଭଗବାନ ଦୁଇ ଟି ସନ୍ତାନ ଦେଇଥିଲେ।ତାଙ୍କ ନାମ ସାଇ ଶ୍ରଦ୍ଧା ରଖା ଯାଇଥିଲା।ହେଲେ ତାଙ୍କୁ ସମ୍ଭାଳି ପାରି ନ ଥିଲେ ତପସ୍ଵିନୀ।
ପିଲା ଦୁଇ ଟି ର ବଡ ମା ଦୁଇ ପିଲା ଙ୍କୁ ବହୁତ ଭଲ ପାଆନ୍ତି।ହେଲେ ତପସ୍ଵିନୀ ତାଙ୍କ ପିଲା ଙ୍କୁ ଭଲ ପାଉ ନ ଥିଲେ।ରାତି ରେ ପିଲା ଦୁଇଟି କାନ୍ଦିଲେ ବହୁତ ଚିଡି ଯାଆନ୍ତି।ତାଙ୍କୁ କ୍ଷୀର ମଧ୍ୟ ଦିଅନ୍ତି ନାହି।
Special Report
ଘଟଣା ଦିନ ସାଇ ଶ୍ରଦ୍ଧା ଙ୍କ ବଡ ମା ଙ୍କୁ ତପସ୍ଵିନୀ ଲାଟିନ ପଠାଇ ଦେଇ ଥିଲେ।ଏହା ପରେ ନିଜ ପିଲା ଦୁଇ ଟି ର ବେକ ଚିପି ତାକୁ ମାରି ଦେଲେ।ତାଙ୍କ ଶବ କୁ ନେଇ କୂଅ ରେ ପକାଇ ଦେଇ ଥିଲେ।କେହି ଯେପରି ଜାଣି ନ ପାରିବେ ସେଥିପାଇଁ ସେ ଉକ୍ତ ସ୍ଥାନ ଛାଡି ଚାଲି ଯାଇଥିଲେ।
ତାଙ୍କ ବଡ ମା ପ୍ରଥମେ ଛୁଆ ଦୁଇଟି ଙ୍କୁ ପାଣି ରେ ଭାସୁ ଥିବାର ଦେଖି ଜୋର୍ ରେ କାନ୍ଦିଲେ।ଏହା ପରେ ପୋଲିସ ସେଠାରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଥିଲା।ପରେ ତପସ୍ଵିନୀ ନିଜେ ନିଜ ଭୁଲ କୁ ମାନି ଥିଲେ।
ସେ ହିଁ ତାଙ୍କ ପିଲା କୁ ମାରି ଛନ୍ତି ବୋଲି ସମସ୍ତ ଙ୍କ ନିକଟରେ ସ୍ବୀକାର କଲେ।ପୋଲିସ ଏବେ ତାଙ୍କୁ ଗିରଫ କରିଛନ୍ତି।ହେଲେ ସେ କଣ ପାଇଁ ଏହି ଅପରାଧ ଘଟାଇ ଛନ୍ତି ତାହା ଜଣା ପଡି ନାହି।ଏବେ ଦେଖିବାକୁ ବାକି ରହିଲା ତପସ୍ଵିନୀ ସତ କହୁଛନ୍ତି ନା ମିଛ।

Advertisement