Nov 25, 2023, 20:41 IST

ଚୋରି କରି ଚାଓମିନ ଖାଇଲେ ଆଉ ତା ପରେ କିଛି ହେଲା ଏମିତି ଦେଖିଲେ ଦୃଶ୍ୟ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ। ଦିନ ୧୧ଟା ସମୟରେ ସହଦେବ ଖୁଣ୍ଟା ଥାନା ଅଧୀନ ଅରଡ ବଜାର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା।
Special Report
ଗତ ତିନିଦିନ ତଳେ ରାତି ସମୟରେ ଜଣେ ବ୍ୟକ୍ତିଙ୍କ ନିର୍ମାଣଧିନ ଘର ପାଖରେ ଥିବା ଗୋଦାମରୁ କିଛି ରୋଡ଼ ଚୋରି ହୋଇଥିଲା। ସିସିଟିଭି ଫୁଟେଜ ଦେଖିବା ଏକଥାକୁ ପରେ ଜାଣିପାରିଥିଲେ ଘର ମାଲିକ। 
ଏନେଇ ଲୋକଙ୍କୁ ଖବର ମଧ୍ୟ ଦେଇଥିଲେ ଏଥିସହିତ ଚୋରର ସନ୍ଧାନ ମଧ୍ୟ କରୁଥିଲେ। ସେହି ଘର ବାଟଦେଇ ଯୁବକ ଜଣକ ଚାଲି ଚାଲି ଯାଉଥିବା ସମୟରେ ଘର ମାଲିକ ଯୁବକଙ୍କୁ ଚୋରି ସଂପର୍କରେ ପଚାରି ଦେଇଥିଲେ।
Special Report
ଆଉ ଯୁବକ ଜଣକ ମଧ୍ୟ ଚୋରି କରିଥିବା କଥା ସହଜରେ ଗ୍ରହଣ କରିନେଇଥିଲା। ଆଉ ଯୁବକ ଜଣକ କହିଥିଲେ ଯେ, ତାଙ୍କୁ ଚାଉମିନ ଖାଇବାକୁ ଇଚ୍ଛା ହେବାରୁ ରୋଡ ଗୁଡ଼ିକ କବାଡି ବାଲାକୁ ବିକ୍ରି କରି ୨୫୦ ଟଙ୍କା ଆଣି ଚାଉମିନ ଖାଇଦେଇଥିଲେ। 
ଆଉ ବଳକା ଟଙ୍କା ଖର୍ଚ୍ଚ କରିଦେଇଥିଲେ। ଆଉ ଏକଥା ଶୁଣିବା ପରେ ଘର ମାଲିକ ଚୋରକୁ ଥାନାରେ ଦେବେ ବୋଲି କହିଥିଲେ। କିନ୍ତୁ ଥାନାକୁ ଯିବାକୁ ରାଜି ହୋଇନଥିଲା ଚୋର।
Special Report
ଚୋର ଜଣକ ଅତି ଗରୀବ ଶ୍ରେଣୀର ହୋଇଥିବାରୁ ସେ ଯଦି ଥାନାକୁ ଯିବା ତାଙ୍କ ପରିବାର କେମିତି ଚଳିବେ ବୋଲି ସେଥିପାଇଁ ଚୋର ଜଣକ ଘର ମାଲିକଙ୍କୁ ଥାନାକୁ ନପଠେଇବା ପାଇଁ ଅନୁରୋଧ କରିଥିଲା। 
ଏଥିସହିତ ଯୁବକ ଜଣକ ଯେତିକି ଟଙ୍କା ଚୋରି କରି ନେଇଛନ୍ତି ସେ ଟଙ୍କା ଭରଣ ପାଇଁ ଘର ମାଲିକଙ୍କ ଘରେ କାମ କରି ସବୁ ଟଙ୍କା ସୁଜି ଦେବାକୁ ମାଲିକଙ୍କୁ କହିଥିଲା। ଆଉ ସେହି କଥାରେ ମାଲିକ ଜଣକ ମଧ୍ୟ ରାଜି ହୋଇଯାଇଥିଲେ।
ଆଉ ଯୁବକ ଜଣକ କଥା ରଖି ତାକୁ ଦିଆଯାଇଥିବା ସମସ୍ତ ଘର କାମ କରିଥିଲା। ଯାହାଫଳରେ ତା ବିରୁଦ୍ଧରେ ଥାନାରେ ଆଉ ଏତଲା ଦିଆଯାଇନଥିଲା। ଏଥିସହିତ ଯୁବକ ଜଣକ ତାରିଣୀଙ୍କୁ ଶପଥ କରି ମଧ୍ୟ କହିଥିଲା ସେ କେବେ ହେଲେ ଆଉ ଚୋରି କରିବ ନାହିଁ।

Advertisement