ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ଵାରା ସବୁ କିଛି ଏବଂ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ପରିବାରରେ ଝଗଡ଼ା ହୋଇଥାଏ କିନ୍ତୁ କିଛି କିଛି ଘରେ ଝଗଡ଼ା ବଡ ରୂପ ନେଇଥାଏ ଆଉ ଏହି କାରଣରୁ ଅନେକ ପରିବାର ଭାଙ୍ଗି ଯାଇଥାଏ ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଆପଣମାନେ ଏହି ଖବର ଜାଣିପାରିବେ କି ଟିକେ ଟିକେ ଝଗଡ଼ା ପରେ ସ୍ତ୍ରୀ ଜଣକ ସ୍ବାମୀଙ୍କୁ ଛାଡି ଚାଲିଗଲେ । ଆଉ ଏହାପରେ ସ୍ଵାମୀ ଜଣକ ଜେଲ ଚାଲି ଯାଇଥିଲେ ।

ସ୍ବାମୀ ଜଣକ ଜେଲ ଚାଲିଯିବା ପରେ ସେଠାରେ ସେ ଦୁଇବର୍ଷ ରହିଥିଲେ । ଆଉ ଏହାପରେ ଯେତେବେଳେ ସେ ଜେଲରୁ ଫେରିଥିଲେ ସେ ଦେଖିଥିଲେ କି ତାଙ୍କ ଘରେ କେହି ନଥିଲେ । ସ୍ବାମୀ ଜଣକ ଘରେ ସ୍ତ୍ରୀ ଆଉ ପିଲାଛୁଆଙ୍କୁ ନପାଇ ତାଙ୍କର ମାନସିକ ସ୍ଥିତି ହରାଇ ବସିଲେ ।
ଆଉ ସେ ଧୀରେ ଧୀରେ ପାଗଳ ହୋଇଗଲେ । ତାଙ୍କ ପାଖରେ କେହି ବି ନାହାଁନ୍ତି । ଆଉ ଏବେ ତାଙ୍କ ପାଖକୁ ତାଙ୍କ ପୁଅ ଫେରିଛନ୍ତି । ଆଉ ଏହି ପାଗଳ ବାପା ଜଣଙ୍କୁ ପୁଅ ଗାଧୋଇ ଦେଉଛନ୍ତି । ପୁଅ ଗାଧୋଇ କରି ନୂଆ ପୋଷାକ ପିନ୍ଧାଇ ଦେଇଛି ।

ପୁଅ ତାର ବାପାଙ୍କୁ ଭଲରେ ଖାଇବାକୁ ଦେଉଛି । ଏବେ ଆଉ ଏହି ବୃଦ୍ଧ ଜଣକ ତାଙ୍କୁ କିଛି କହୁ ନାହାଁନ୍ତି କି କିଛି ଜାଣିପାରୁ ନାହାନ୍ତି । ଏହି ବୃଦ୍ଧ ଜଣକର ନାମ ହେଉଛି ଲକ୍ଷପତି ଭୋଳା ସାଗର । ଏବେ ଏହି ବୃଦ୍ଧ ଜଣକ କିଛି କହୁ ନାହାଁନ୍ତି କେବଳ ପୁଅ ଆଉ ବୋହୂକୁ ଦେଖି କାନ୍ଦୁଛନ୍ତି ।
ପୁଅ ଆଉ ବୋହୂକୁ ଦେଖିବା ପରେ ସେ କେବଳ ତାଙ୍କ ସ୍ତ୍ରୀକୁ ଝୂରୁଛନ୍ତି । ଏବେ ବୃଦ୍ଧ ଅବସ୍ଥାରେ ସେ ତାଙ୍କ ସ୍ତ୍ରୀକୁ ଝୁରିବା ସହ ଆଉ କିଛି କରୁ ନାହାନ୍ତି । ସମୟ ସହ ସବୁକିଛି ବଦଳି ଯାଇଛି ।

ଏବେ ତାଙ୍କ ସ୍ତ୍ରୀ ଆଉ ଏହି ଦୁନିଆରେ ନାହାଁନ୍ତି । ସୋନପୁର ଜିଲ୍ଲା ଉଲୁକା ଗୋପାଳପୁର ଗାଁର ଲକ୍ଷପତି ଭୋଳାସାଗର ଏବେ ସମସ୍ତଙ୍କୁ ପାଇଲେ। ଏବେ ତାଙ୍କ ପାଖରେ ତାଙ୍କ ପୁଅ ଅଛି ଆଉ ସେ ସବୁ ତାଙ୍କ ଦାୟିତ୍ଵ ନେବେ ବୋଲି କହିଛନ୍ତି । ତାଙ୍କୁ ଆଉ ସେ ଏକା କରିବେ ନାହିଁ ।
ଯାଜପୁର ଯମୁନା ଗାଁରେ ଲକ୍ଷପତି ଘୁରି ବୁଲୁଥିଲେ ଆଉ ତାଙ୍କୁ ଚିହ୍ନି ପାରିଥିଲେ ରାଜକିଶୋର । ରାଜକିଶୋର ମହାପାତ୍ର ଏହି ବ୍ୟକ୍ତି ଜଣଙ୍କୁ ପଚାରିବାରୁ ସେ ତାଙ୍କ ଘର କେଉଁଠାରେ କହିଥିଲେ । ଏହାପରେ ସେ ତାଙ୍କ ବିଷୟରେ ଜାଣି ତାଙ୍କ ଅଞ୍ଚଳକୁ ଖବର ପଠାଇଥିଲେ ଆଉ ଏହାପରେ ବୃଦ୍ଧ ଲକ୍ଷପତୀ ତାଙ୍କ ପରିବାର ଫେରି ପାଇଥିଲେ ।