Apr 28, 2024, 18:32 IST

ପ୍ରଚଣ୍ଡ ଖରା ଭିତରେ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଦେଖନ୍ତୁ କାଚିବ ପ୍ରବଳ ବର୍ଷା

Vh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ଜାଣିପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ କଣ ସବୁ ଅପଡେଟ ରହିଛି ତାହା ଜାଣିପାରିବେ । ଏବେ ତ ଗ୍ରୀଷ୍ମର ପ୍ରଭାବ ସବୁଆଡେ ଦେଖିବାକୁ ମିଳୁଥିବ । ଏଭଳି ଗ୍ରୀଷ୍ମ ଥାଇ ମଧ୍ୟ ହଠାତ୍ ଘୋଟି ଆସିବ କଳାହାଣ୍ଡିଆ ମେଘ । 
Hh
ଖରା ପରେ ଧୁମ୍ ଛେଚିବ ବର୍ଷା ବୋଲି ଖବର ଆସିଛି । ଆଉ ଘରୁ ବାହାର କରାଇ ଦେବ ନାହିଁ ଏହି ବର୍ଷା । ଏବେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ଚାଲି ରହିଛି । ଏବେ ସବୁ ଆଡେ ତାତି ଅନୁଭୁତ ହେଉଛି । ଦିନ ୧୦ ଟା ସମୟରେ ପ୍ରବଳ ଖରା ମଧ୍ୟ ଅନୁଭୂତ ହେଉଛି ।
ଏହିଭଳି ଭାବରେ ମଧ୍ୟାହ୍ନ ସମୟରେ ଯେଉଁ ଖରା ତାହା ତ କହିହେବ ନହିଁ । ମଧ୍ୟାହ୍ନ ସମୟରେ ତାପମାତ୍ରା ୪୦ ଡିଗ୍ରୀ ହେଉଛି ବୋଲି ଖବର ଆସିଛି । ଦିନ ୧୦ ସମୟରୁ ଘରୁ ବାହାରିବାକୁ ଭୟ ଲାଗୁଛି।
ଏବେ ଏହି ଖରା ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି । ଏହାରି ଭିତରେ ବର୍ଷା ହେବା ନେଇ ମିଳିଛି ସୂଚନା । ଅନେକ ରାଜ୍ୟରେ ବର୍ଷା ସହ ଝଡ ତୋଫାନ ଆସିବ । ଉତ୍ତର, ପଶ୍ଚିମ ରାଜ୍ୟରେ ଚାରିଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।
Hh
ଓଡ଼ିଶାରେ ମଧ୍ୟ କିଛିଦିନ ମଧ୍ୟରେ କାଳବୈଶାଖୀ ବର୍ଷା ହେବ ବୋଲି ସୂଚନା ମିଳିଛି । ପୂର୍ବ ଏବଂ ଦକ୍ଷିଣ ଭାରତରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହିଟ ୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ୨୯ ତାରିଖରେ ବର୍ଷା ହେବ ବୋଲି ଜଣାପଡିଛି । 
ପୂର୍ବ ରାଜ୍ୟ ଗୁଡ଼ିକର କିଛି ସ୍ଥାନରେ ଏପ୍ରିଲ ୨୬ ରୁ ୨୮ ଆଉ ମଧ୍ୟ ଭାରତରେ ଏପ୍ରିଲ ୨୬ ରୁ ୨୭ ତାରିଖରେ ବର୍ଷା, ଝଡ଼ ତୋଫାନ ହେବା ନେଇ ଆର୍ଲଟ ଜାରି କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ପଶ୍ଚିମବଙ୍ଗ, ବିହାର ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ହିଟ ୱେଭ ଜାରି ହୋଇଛି ।
ପରବର୍ତ୍ତୀ ସମୟରେ ଅନେକ ରାଜ୍ୟରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ପବନ ହେବ ବୋଲି ସମ୍ଭାବନା ରହିଛି । ବର୍ଷା ଏଭଳି ହୋଇପାରେ ଯାହା ଯୋଗୁଁ ଘରୁ ବାହାରି ହୋଇ ନପାରେ । ଏନେଇ ଅନେକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।

Advertisement