Dec 24, 2023, 11:40 IST

ଚିଟ୍ ଫଣ୍ଡ କେସ ରେ ଜେଲ୍ ରେ ଥିବା ଡି - ବ୍ରଦର୍ସ ର ସୁଶାନ୍ତ ଧଳ କୁ ଅଧ ରାତି ରେ ଆସିଲା ଜବରଦସ୍ତ ହୃଦଘାତ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏସିବି ରେ ଭର୍ତ୍ତି ହୋଇଛି କୁଖ୍ୟାତ ଅପରାଧୀ ସୁଶାନ୍ତ ଧଳ ସାମନ୍ତ। ଗତକାଲି ବିଳମ୍ବିତ ରାତିରେ ଏହି କୁଖ୍ୟାତ ଅପରାଧି କୁ ଏସିବୀ ମେଡିକାଲ ରେ ଭର୍ତି କରାଯାଇ ଥିଲା।
Special Report
ହୃଦଘାତ ଜନିତ ସମସ୍ୟା ଥିବାରୁ ଗତକାଲି ସୁଶାନ୍ତ କୁ ବୁର୍ଲା ରୁ କଟକ ଏସିବୀ କୁ ସ୍ଥାନାନ୍ତର କରାଯାଇଛି। ଏସିବି ମେଡିକାଲ ଆଇସିୟୁ ରେ ଭର୍ତି ହୋଇଛି ସୁଶାନ୍ତ ଧଳ ସାମନ୍ତ।
ଏବେ ସୁଶାନ୍ତ ର ସ୍ବାସ୍ଥ୍ୟ ଅବସ୍ଥା ସ୍ତିର ରହିଥିବା ସହ ହୁଦରୋଗ ବିଭାଗର ଏକ ସ୍ବତନ୍ତ୍ର ଟିମ ତାଙ୍କର ଚିକିତ୍ସା କରୁଛନ୍ତି ବୋଲି କହିଛନ୍ତି ଏସିବୀ ମେଡିକାଲ ର ମୂଳ ସଚିବ ଅଭିରାମ ରାଉତ୍।
ସେପଟେ ସୁଶାନ୍ତ ଧଳ ସାମନ୍ତ ଜଣେ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ କଟକ ରେ ତାର ନେଟୱର୍କ ମଧ୍ଯ ଚାଲିଛି। ସେଥିପାଇଁ ତାର ସୁରକ୍ଷା ବ୍ୟବସ୍ଥାକୁ ବର୍ତ୍ତମାନ ସମୟରେ ଖୁବ୍ କଡାକଡି ମଧ୍ଯ କରାଯାଇଛି।
Special Report
ସୁଶାନ୍ତ ପାଇଁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିଛି ପୋଲିସ୍ ଟିମ। ଏହା ଛଡା ତାଙ୍କୁ ବାହାର ଖାଦ୍ୟକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ଏବଂ କୋର୍ଟ ର ବିନା ଅନୁମତିରେ ତାଙ୍କୁ କୌଣସି ଲୋକଙ୍କ ସହ ମଧ୍ୟ ଭେଟ କରିବାକୁ ଦିଆଯିବ ନାହିଁ
ବୋଲି ସୂଚନା ଦେଇଛନ୍ତି ଏସିପି ଅମିତାଭ ମହାପାତ୍ର। ଅନେକ ପୋଲିସ ଅଫିସର୍ ତାଙ୍କ ଉପରେ ଲଗାତାର ୨୪ ଘଣ୍ଟା କଡ଼ା ସୁରକ୍ଷା ବ୍ୟବସ୍ଥା ସହ ନଜର ମଧ୍ୟ ରଖିଛନ୍ତି।
ଏଭଳି କି ସେଠାରେ ସେ ଚାହିଁଲେ ମଧ୍ୟ କୋର୍ଟ ର ବିନା ଅନୁମତିରେ କୌଣସି ଲୋକଙ୍କୁ ଭେଟ କରି ପାରିବେ ନାହିଁ। କମିଟି ଅନୁସାରେ ହିଁ ସୁଶାନ୍ତ ଧଳ ସାମନ୍ତ ଙ୍କୁ ଡ଼ାକ୍ତର ମାନେ ଚିକିତ୍ସା କରିବେ।
ଏବେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ସେ ଜଣେ କୁଖ୍ୟାତ ଅପରାଧୀ ସେଥିପାଇଁ ତାଙ୍କ ଉପରେ କାହାରି ମଧ୍ୟ ଭରଷା ନାହିଁ ସେ କେତେବେଳେ ମଧ୍ଯ କିଛି ବି କରି ପାରନ୍ତି।

Advertisement