ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ବିଷୟରେ ଜାଣିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ବହୁତ ଧୁମଧାମରେ ବାହାଘର ହୋଇଥିଲା ଆଉ ତା'ପରେ ଝିଅ ବିଦା ବି ହୋଇଥିଲା।

ଆଉ ଘରକୁ ଆସିଥିଲା ନୂଆ ବୋହୂ। ଚଳିତ ମାସ ୧୦ ତାରିଖରେ ହୋଇଥିଲା ବାହାଘର ୧୧ ତାରିଖରେ ଝିଅ ବିଦା ହୋଇଥିଲା। କନ୍ୟା ଯାଇ ତାଙ୍କ ଶାଶୁଘରେ ପହଞ୍ଚିଥିଲା। ଆଉ ସବୁକିଛି ଠିକଠାକ ଚାଲିଥିଲା ସ୍ବାମୀ ବି ନବବିବାହିତା ପତ୍ନୀକୁ ପାଇ ଖୁସି ଥିଲେ।
ହେଲେ ବିବାହର ଚତୁର୍ଥ ଦିନରେ ନବବିବାହିତା ବୋହୂ ପେଟରେ ଅଚାନକ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କ ସ୍ଵାମୀ ବହୁତ ବିବର୍ତ ହୋଇପଡ଼ିଥିଲେ। ତା'ପରେ ସ୍ବାମୀ ଯାଇ ତାଙ୍କ ବାପା ମାଙ୍କୁ ଜଣାଇଥିଲେ।

ପୁଣି ସ୍ବାମୀ କନ୍ୟାକୁ ନେଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ତାପରେ ଯାଇ ଜଣାପଡିଥିଲା ଯେ ନବବଧୂ ଗ-ର୍ଭ-ବ-ତୀ ଅଛନ୍ତି। ଡାକ୍ତର ଯେତେବେଳେ ଏଭଳି ଖବର ଶୁଣାଇଥିଲେ ସେତେବେଳେ ପରିବାର ଲୋକଙ୍କ ମୁଣ୍ଡ ତଳକୁ ହୋଇଯାଇଥିଲା।

ଲାଜରେ କେହି କାହା ମୁହଁକୁ ଚାହିଁ ପାରୁନଥିଲେ। ତା'ପରେ ଶଶୁରଘର ଲୋକେ କନ୍ୟା ଘର ଲୋକଙ୍କୁ ଡାକି ସବୁକଥା କହିଥିଲେ। ଅକ୍ଟୋବର ୧୬ ତାରିଖରେ ପ୍ରସୃତି ହସ୍ପିଟାଲରୁ ଡିସଚାର୍ଜ ହେବାପରେ ସମସ୍ତେ ଘରେ ପହଞ୍ଚିଥିଲେ।
ସେତେବେଳେ କନ୍ୟାଙ୍କ ବାପା ବି ଆସି ଘରେ ପହଞ୍ଚିଥିଲେ ଆଉ ସବୁକଥା ସେହିଠାରେ ହିଁ ସ୍ପଷ୍ଟ ହୋଇଯାଇଥିଲା। ପରେ ଯୁବକ ଜଣଙ୍କ ତାଙ୍କ ନବବିବାହିତା ପତ୍ନୀଙ୍କୁ ତିନି ତଲାଖ ଦେଇ ତାଙ୍କ ବାପାଙ୍କୁ କନ୍ୟାକୁ ନେଇ ଚାଲିଯିବାକୁ କହିଥିଲେ।

ଆଉ ତାପରେ କନ୍ୟା ଜଣକ ସମସ୍ତଙ୍କ ସାମ୍ନାରେ ନିଜ ପିଲାର ପ୍ରକୃତ ବାପା ବିଷୟରେ ଖୋଲିକି କହିଥିଲା। ଆଉ କହିବା ପରେ ଗାଁରେ ପଞ୍ଚାୟତ ବସିଥିଲା ଶେଷରେ କନ୍ୟାକୁ ତାଙ୍କ ପ୍ରେମିକଙ୍କ ସହିତ ବାହାଘର କରିଦିଆଯାଇଛି।
ତେବେ ଉତ୍ତରପ୍ରଦେଶର ମୁରଦାବାଦ ସହର ଅର୍ବାନପୁରରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଯେଉଁଠାରେ ନିଜ ସ୍ଵାମୀ ପତ୍ନୀକୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଉଛନ୍ତି।