ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପ୍ରଶ୍ନ ଉଠୁଛି କି ପୃଥିବୀ ରେ ପ୍ରକୃତରେ ଅଛନ୍ତି କି ଏଲିଏନ? ଏହି ଦେଶ ଏବେ ଏଲିଏନ ରଖିଥିବାର ଅଭିଯୋଗ କରିଛି। ଗୁପ୍ତ ଭାବରେ ଏଲିଏନ କୁ ରଖିବା ହେଉଛି ବେଆଇନ।

ଏରିଆ ୫୧ ଦୁନିଆର ସବୁଠାରୁ ଗୁପ୍ତ ସ୍ଥାନ। ଏହି ସ୍ଥାନ ସମ୍ପର୍କରେ ଲୋକମାନେ ଅନେକ ସମୟ ଧରି କୌଣସି ପ୍ରକାରର ସୁଚନା ପାଇ ନଥିଲେ। ବର୍ତ୍ତମାନ୍ ସୁଦ୍ଧା ମଧ୍ୟ ଏହା ଉପରେ କୌଣସି ସଠିକ୍ ସୁଚନା ପାଇ ପାରି ନାହାଁନ୍ତି ଲୋକେ।
ସେଥିପାଇଁ ଏହି ସ୍ଥାନକୁ ନେଇ ଅନେକ କିଛି ଆଲୋଚନା ହୁଏ ଓ ପ୍ରଶ୍ନ ମଧ୍ଯ ଉଠିଥାଏ। ଏରିଆ ୫୧ କୁ ନେଇ ଦାବୀ କରା ଯାଉଛି କି ଏଠାରେ ଏଲିଏନ ବା ଅନ୍ୟ ଗ୍ରହର ଯିବ ମାନେ ରହିଛନ୍ତି।
ଏବଂ ସେମାନଙ୍କର ପ୍ରଯୁକ୍ତି ବିଦ୍ୟା କୁ ସୁରକ୍ଷିତ ଭାବରେ ଏହି ସ୍ଥାନରେ ମଧ୍ଯ ରଖା ଯାଇଛି। ହେଲେ ଆମେରିକା ଏହାକୁ ପ୍ରତ୍ୟାଖାନ କରି କହିଛି ଯେ ଏହି ସ୍ଥାନଟି କେବଳ ବାୟୁସେନା ଆଧାର ଅଟେ। ଏଲିଏନ ଙ୍କୁ ନେଇ ସାରା ବିଶ୍ବ ରେ ଅନେକ ପ୍ରକାରର ଆଲୋଚନା କରାଯାଉଅଛି।

କେହି କେହି ଏହା ମଧ୍ଯ ବିଶ୍ବାସ କରନ୍ତି ଯେ ଏହି ସମଗ୍ର ବ୍ରହ୍ମାଣ୍ଡ ମଧ୍ୟରୁ କେବଳ ପୃଥିବୀ ରେ ହିଁ ଜୀବ ଜଗତ ରହିଛି। ଆଉ କିଛି ଲୋକ ଏହା ବିଶ୍ବାସ କରନ୍ତି କି ପୃଥିବୀ ଭଳି ଅନ୍ୟ ଗ୍ରହ ଗୁଡିକରେ ମଧ୍ୟ ଜୀବନ ରହିଛି।
ଆଉ ତାହାର ବର୍ତ୍ତମାନ୍ ସୁଦ୍ଧା କୌଣସି ପ୍ରକାରର ସନ୍ଧାନ ମିଳି ପାରି ନାହିଁ। ଆଉ ଏହା ମଣିଷ ର ପହଞ୍ଚିବା ଠାରୁ ଖୁବ୍ ଦୂରରେ ମଧ୍ୟ ରହିଛି। ସେଥିପାଇଁ ତାଙ୍କ ସମ୍ପର୍କରେ କେହି ଜାଣି ପାରୁ ନାହାଁନ୍ତି।
ଆଉ ଅନେକ ଲୋକ ବିଶ୍ଵାସ କରନ୍ତି ଯେ ପୃଥିବୀ ରେ ଏଲିଏନ ମାନେ ଉପସ୍ଥିତ ଥିଲେ ଆଉ ସେମାନଙ୍କର ମଣିଷ ସହ ସମ୍ପର୍କ ମଧ୍ୟ ରହିଛି।
ଆମ ପୃଥିବୀ ରେ ଏରିଆ ୫୧ ରେ ଏଲିଏନ ରହୁଥିବା ନେଇ ଅନେକ ଥର ଦାବି କରାଯାଇଛି। ତେବେ ଏହା ଆପଣଙ୍କୁ କେତେଦୂର ସତ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ମଧ୍ଯ ଭୁଲି ଯିବେ ନାହିଁ।