ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି।
ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଜାଣିବାକୁ ମିଳୁଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ସନ୍ଦେହ ଘେରରେ ଛାତ୍ରୀର ମୃ-ତ୍ୟୁ। ଭୁବନ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କର ମୃ-ତ୍ୟୁ ହୋଇଛି। ଏହି ମୃ-ତ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଖବର ନେବାରୁ ଜଣାଯାଏ ଯେ ଭୁବନ ବ୍ଲକ ବସୁଦେଇପୁର ଗ୍ରାମର ଗୋବିନ୍ଦ ନାୟକଙ୍କ ପୁଅ ବ୍ରହ୍ମାନନ୍ଦ ନାୟକ ପେଶାରେ ଜଣେ ମଇଁଷି ଚରାଳି। ବ୍ରହ୍ମାନନ୍ଦଙ୍କ ଝିଅ ଲିପା ଛୋଟରୁ ମାମୁଁ ଘରେ ରୁହନ୍ତି। ମାମୁଁ ଘର କୁନିନ୍ଦାରେ ରହି ତପୋବନ କଲେଜରେ ଯୁକ୍ତ ୩ କଳାରେ ପଢ଼ୁଥିଲେ।

ଛାତ୍ରୀଙ୍କ ମାଆ ରବିବାର ଦିନ ଭୁବନେଶ୍ବର ଯାଇଥିଲେ ତେଣୁ ଛାତ୍ରୀ ଜଣଙ୍କ ଶନିବାର ଘରକୁ ଆସି ବାପାଙ୍କୁ ରୋଷେଇ କରି ଦେଇଥିଲେ। ମାଆ ରାତିରେ ଘରକୁ ଫେରିବାରୁ ମାମୁଁ ସୁଦାମ ବାରିକ ସୋମବାର ପୂର୍ବାହ୍ନରେ ଲିପାଙ୍କୁ ପୁଣି କୁନିନ୍ଦାକୁ ଆଣି ଥିଲେ।
ମାଇଁ ଅନଳ ମକର ମେଳା ଦେଖିବାକୁ ଯାଇଥିବା ବେଳେ ମାମୁଁ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ। ଏହି ସମୟରେ କେହି ଦୁବୃର୍ତ୍ତ ମାମୁଁଙ୍କ ଘରେ ପଶି ହ-ତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ରେ ଭୁବନ ଥାନାରେ ଏତଲା ଦେଇଛନ୍ତି ଘର ଲୋକେ।
ଲିପାର ବେକରେ ଗଭିର ଆଘାତ ଥିବା ଦେଖିବାକୁ ମିଳିଛି। ତେବେ ପରିବାର ଲୋକଙ୍କ ଅଭିଯୋଗ ପାଇ ଭୁବନ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ରେ ପୋଲିସ ଫୋନ ନମ୍ୱରକୁ ଆଧାର କରି ତଦନ୍ତ ଚଳାଇଛି।