Updated: Jan 17, 2024, 12:12 IST

କେୟାର ଟେକର ସହ ଶୋଇବା ପଡ଼ିଗଲା ମହଙ୍ଗା , ବାହା ହେବାକୁ ରାଜି ନ ହେବାରୁ କାଠ ଫାଳିଆ ରେ ପିଟି ମାରିଦେଲା କେୟାର ଟେକର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାଲିକ କୁ ଲେଡି କେୟାର ଟେକର ପିଟି ପିଟି ମାରିଦେଲା। ବଚସା ଉଗ୍ର ହେବାରୁ କାଠ ଫାଳିଆ ରେ ପିଟି ପିଟି ମାରିଦେଲା। ଖରାବେଳେ ମାରିଲା ଓ ସଞ୍ଜ ବେଳକୁ ଖସି ପଳାଇଲା।
Special Report
ହୋଟେଲ୍ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ଙ୍କ ମୃ-ତ୍ୟୁ ମାମଲାରେ ଏବେ ଖୁଲାସା ହୋଇଛି। ଏହି ହ-ତ୍ୟା ପଛରେ ଲେଡୀ କେୟାର ଟେକର ସୁଙ୍କି। କେୟାର ଟେକର ଭାବରେ ସେ ଘରେ ରହି ଆସୁଥିଲା।
ଭୁବନେଶ୍ୱର ଉପଖଣ୍ଡ ବାଲିଅନ୍ତା ହୋଟେଲ୍ ବ୍ୟବସାୟୀ ମୃ-ତ୍ୟୁ ମାମଲାରେ ବଡ଼ ଖୁଳାସା କରିଛି କମିଶନରେଟ ପୋଲିସ। ବିଶ୍ୱଜିତ୍ ଙ୍କୁ ତାଙ୍କର ମହିଳା କେୟାର ଟେକର ହିଁ ହ-ତ୍ୟା କରିଛନ୍ତି।
ଏନେଇ ପ୍ରେସମିଟ ରେ ସୁଚନା ଦେଇଛନ୍ତି ଭୁବନେଶ୍ୱର ର ଡିସିପି ପ୍ରତୀକ ସିଂ। ପୁରୀକୁ ଯିବ ବୋଲି ବିଶ୍ୱଜିତ୍ ଙ୍କ ସହ ପାଟିତୁଣ୍ଡ କରିଥିଲା ସୁଙ୍କି। ପରେ ଏହି ବଚସା ଉଗ୍ର ହେବାରୁ ଏକ କାଠ ଫାଳିଆ ରେ ସେ ନିଜ ମାଲିକ କୁ ପିଟିପିଟି ମାରି ଦେଇଥିଲା।
Special Report
ସେହିଦିନ ଖରାବେଳେ ମାରିଥିବା ବେଳେ ସେଠାରୁ ଖସି ଯାଇ ପୁରୀ ପଳାଇ ଯାଇଥିଲା। ଏହାପରେ ସୁଙ୍କି କୁ ପୁରୀରୁ ଧରା ଯାଇଛି।ହ-ତ୍ୟା ରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରାଯାଇଛି।
ଯେତେବେଳେ ସୁଙ୍କି ଫେରାର ହୋଇ ଯାଇଥିଲା ଓ ଏହାର ସନ୍ଧାନ କରି ପୋଲିସ ଯାଇ ତାକୁ ଧରିଥିଲା ସେତେବେଳେ ସୁଙ୍କି ନିଜ ମୁହଁରେ ସବୁ ସତ ମଧ୍ୟ ସ୍ବୀକାର କରିଛି।ସୁଙ୍କି ର ଘର ଝାରସୁଗୁଡ଼ାରେ। ପୂର୍ବରୁ ସେ ଏକ ହ-ତ୍ୟା ମାମଲାରେ ଜେଲ ରେ ରହି ସାରିଛି।
୨୦୦୫ ରେ ସେ ତାର ନିଜ ଯାଆ କୁ ହ-ତ୍ୟା କରି ୧୨ ବର୍ଷ ଜେଲ ଯାଇଥିଲା। ସ୍ୱାମୀ ସହ ପରକ୍ରୀୟା ସମ୍ପର୍କକୁ ନେଇ ଯାଆ କୁ ସୁଙ୍କି ମାରି ଦେଇଥିଲା। ଏହି ମାମଲାରେ ୧୨ ବର୍ଷ ଜେଲ ରେ ରହିବା ପରେ ଏକ ଆଶ୍ରମରେ ଯାଇ ରହିଥିଲା ସୁଙ୍କି।
ଏହାପରେ ବିଶ୍ୱଜିତ୍ ସହ ଦେଖା ହୋଇଥିଲା ଏବଂ ସେ ତାର କେୟାର ଟେକର ଭାବରେ ୩ ବର୍ଷ ହେଲା କାମ ମଧ୍ୟ କରୁଥିଲା। ଏହି ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି।

Advertisement