Updated: Jun 3, 2023, 15:42 IST

ମୋ ଆଖି ଆଗରେ ଘଟିଗଲା ଏତେ ବଡ଼ ଦୁ-ର୍ଘଟଣା ସିଆଡୁ ଟ୍ରେନ ଆସିଲା ଆଉ ତା ପରେ..... ପ୍ରତ୍ୟକ୍ଷଦର୍ଶୀ

Viral Video

ନମସ୍କାର ପ୍ରିୟ ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ କାଲି ରାତିରେ ବାଲେଶ୍ଵର ବାହାନଗା ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣା ବିଷୟରେ।ଏହି ଦୁର୍ଘଟଣା ଟି ବାହାନଗା ଲେବଲ୍ କ୍ରସିଙ୍ଗ୍ ପାଖରେ ଘଟିଥିଲା।ସ୍ଥାନିୟ ବାସିନ୍ଦା ଙ୍କ କହିବା ଅନୁସାରେ ଯେତେବେଳେ ଦୁର୍ଘଟଣା ଘଟିଲା ସେ ଲେବଲ୍ କ୍ରସିଙ୍ଗ ସାଇଟ ରେ ବସିଥିଲେ।
ସେ କହିଥିଲେ କି ପ୍ରଥମେ ମାଲ ଗାଡି ଆସିଲା ଅଫଲାଇନ୍ ରେ ।ସାଙ୍ଗେ ସାଙ୍ଗେ ଥ୍ରୋ ସିଗ୍ନାଲ୍ ହେଲା।ସେହି ସମୟରେ ଗେଟ ପକାଇବା ପାଇଁ ନିର୍ଦ୍ଦେଶ ହେଲା।
Viral News
ଅନ୍ୟ ଦିନ ଅପେକ୍ଷା କରମଣ୍ଡଳ ଏକ୍ସପ୍ରେସ ବହୁତ ସ୍ପିଡ଼ ରେ ଥିଲା।ସେ ଦୁଇ ନମ୍ବର ପ୍ଲାଟଫର୍ମ କୁ ଯାଉଥିବା ସମୟ ରେ ହଟାତ ଟ୍ରାକ୍ ଚେଞ୍ଜ୍ କଲା।ଓ ମାଲ ଗାଡି ଉପରେ ଚଢିଗଲା।ଗୋଟିଏ ମୁହୂର୍ତ୍ତ ଭିତରେ ସବୁ କିଛି ଶେଷ ହୋଇଗଲା।
ସବୁ ବଗି ଛିନଛତର ହୋଇ ଯାଇଛି।ଇଲେକ୍ଟ୍ରି ପୋଲ ଭାଙ୍ଗି ଯାଇଛି।କିଛି ଲୋକ ଙ୍କର ଜୀବନ ବଞ୍ଚିଥିଲା ବେଳେ ଅନେକ ଲୋକ ଙ୍କ ଜୀବନ ଏବେ ବି ବିପଦ ରେ ରହିଛି।ଛୋଟ ଛୋଟ ପିଲା ମାନେ ତାଙ୍କ ବାପା ମା ଙ୍କୁ ହରେଇଛନ୍ତି।ଆଉ କିଏ ନିଜ ପୁଅ ଝିଅ ଙ୍କୁ ହରେଇଛି।
ଚାରିଆଡେ଼ ଖାଲି କୁଢ଼ କୁଢ଼ ଶବ।ପରିବାର ଲୋକ ଛାତି ଫଟାଇ କାନ୍ଦୁଛନ୍ତି।ସତରେ ବିଧାତା ର କି ଅପୂର୍ବ ଖେଳ।କେତେ ଛୁଆ ଙ୍କ ପାଖରୁ ତାଙ୍କ ବାପା ମା ଙ୍କୁ ଛଡାଇ ନେଲେ।ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ।ବର୍ତ୍ତମାନ ସୁଦ୍ଧା ୩୦୦ ରୁ ଅଧିକ ଶବ ଉଦ୍ଧାର କରାଯାଇଛି।
ଅନେକ ଆହାତ ଅବସ୍ଥା ରେ ମେଡ଼ିକାଲ୍ ରେ ଭର୍ତି ହେଉଛନ୍ତି।କାଲି ରାତି ରୁ ହୋଇଥିବା ଦୁର୍ଘଟଣା ରେ ଏ ପର୍ଯ୍ୟନ୍ତ ମଧ୍ୟ ଉଧାର କାର୍ଯ୍ୟ ଶେଷ ହୋଇ ପାରୁ ନାହିଁ।ଯଶୋବନ୍ତ ପୁର ହାୱଡା ଟ୍ରେନ ର ଦୁଇଟି ବଗି ମଧ୍ୟ ଛିନଛତର ଅବସ୍ତା ରେ ପଡି ରହିଛି।
ସୁଚନା ଯୋଗ୍ୟ ଯେ କରମଣ୍ଡଳ ଏକ୍ସପ୍ରେସ ର ୧୫ ଟି ବଗି ଦୁର୍ଘଟଣା ଗ୍ରସ୍ତ ହୋଇଛି।ଘଟଣା ସ୍ଥଳ ରେ କଲେକ୍ଟର ଓ ସବ କଲେକ୍ଟର ଉପସ୍ଥିତ ଥିବା ଜଣା ପଡ଼ିଛି।

Advertisement