ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସନ୍ତା ରବିବାର ଦିନ ଅହମ୍ମଦାବାଦ ଷ୍ଟାଡିୟମରେ ବିଶ୍ଵକପର ଫାଇନାଲ ମ୍ଯାଚ ଖେଳାଯିବା ପାଇଁ ଯାଉଛି। ଏହି ବିଶ୍ଵକପର ଫାଇନାଲ ମ୍ଯାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ।
ଗୋଟିଏ ପକ୍ଷରେ ଟିମ ଇଣ୍ଡିଆ ଅପରାଜିତ ରହି ଫାଇନାଲରେ ନିଜ ସ୍ଥାନ ବନାଇସାରିଛି। ଅପର ପକ୍ଷରେ ବହୁ ବାଧାବିଘ୍ନ ଦେଇ ଟିମ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚି ସାରିଛି । ତେଣୁ ଚଳିତ ୨୦୨୩ ବିଶ୍ଵକପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଘମାଘୋଟ କ୍ରିକେଟର ଯୁଦ୍ଧ ହେବା ପାଇଁ ଯାଉଛି।
ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରୋହିତ ଶର୍ମାଙ୍କ ୧୨ ବର୍ଷ ପୂର୍ବର ଏକ ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ୨୦୧୧ ଦିନିକିଆ ବିଶ୍ଵକପ୍ ରେ ଯିଏ ଖେଳିବାକୁ ସୁଯୋଗ ପାଇନଥିଲେ, ସେ ଆଜି ଭାରତୀୟ ଦଳକୁ ବିଶ୍ଵକପ ଫାଇନାଲ ରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି।
ସେତେବେଳେ ଖୁବ୍ ନିରାଶ ହୋଇଥିଲେ କ୍ୟାପଟେନ ରୋହିତ ଶର୍ମା। ସାମାଜିକ ଗଣମାଧ୍ୟମ ଆଗରେ ନିଜର ନୈରାଶ୍ୟ ଭାବନାକୁ କହିଥିଲେ ରୋହିତ।
ତେବେ ଯେଉଁ ପୋଷ୍ଟ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ୨୦୧୧ ଦିନିକିଆ ବିଶ୍ୱକପ୍ ରେ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇନଥିଲା। ସେତେବେଳେ ତାଙ୍କର ପଦର୍ଶନ ସେତେଟା ପ୍ରଭାବୀ ନଥିଲା।
ଯେଉଁଥିପାଇଁ ତାଙ୍କୁ ସେତେବେଳେ ସ୍କ୍ୱାଡ ରେ ସାମିଲ କରାଯାଇନଥିଲା। ଆଉ ଏହାକୁ ନେଇ ଟୁଇଟ କରି ଉତ୍ସାହିତ ହୋଇପଡ଼ିଥିଲେ ରୋହିତ ଶର୍ମା। ରୋହିତ ଶର୍ମା କହିଥିଲେ ବିଶ୍ୱକପ ସ୍କ୍ୱାଡର ଏକ ଅଂଶ ହୋଇନପାରିବାରୁ ତାଙ୍କୁ ଖୁବ୍ ନିରାଶ କରିଥିଲା।
କିନ୍ତୁ ରୋହିତ କହିଥିଲେ ତାଙ୍କୁ ତଥାପି ବି ଆଗକୁ ବଢିବାର ଅଛି। ବିଶ୍ୱକପ ସେମି ଫାଇନାଲରେ ନିଉଜିଲ୍ୟାଣ୍ଡକୁ ବିଶାଳ ବ୍ୟବଧାନରେ ହରାଇ ଫାଇନାଲରେ ପ୍ରେବଶ କରିଥିଲା ଭାରତ। ଆଉ ମ୍ୟାଚରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ ମହମ୍ମଦ ସାମି।
ସେବେଠୁ ହିଁ ବିଶ୍ୱ କ୍ରିକେଟରେ ସାମୀଙ୍କୁ ନେଇ ଚର୍ଚ୍ଚା ଜୋର ଚାଲିଛି। କିନ୍ତୁ ପୁରା ଟୁନାମେଣ୍ଟରେ ରୋହିତ ଶର୍ମାଙ୍କ ଅଧିନାୟକ ତ ବେଶ୍ ପ୍ରଭାବିତ କରିଛି। ଆଉ ସେମି ଫାଇନାଲରେ ଭାରତ ବିଜୟ ପରେ ହିଁ ରୋହିତଙ୍କର ବାର ବର୍ଷ ପୂର୍ବର ଏକ ପୋଷ୍ଟ ଭାଇରାଲ ହେବାର ଲାଗିଛି।