ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତକାଲି ରାତିରେ ପାରାଦୀପ ଠାରୁ କୋଲକାତା ଆସୁଥିବା ଯାତ୍ରୀବାହୀ ବସ୍ ଚଳନ୍ତା ବସ ସମ୍ପୁର୍ଣ୍ଣ ଭାବରେ ଜଳି ଯାଇଥିଲା। ଆଉ ସେ ବସ୍ ର ଜଣେ ଯାତ୍ରୀ ଏଭଳି କିଛି କରିଥିଲେ ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
ସେହି ବସ୍ ଥିବା ଜଣେ ଯାତ୍ରୀ ଚାହିଁଥିଲେ ଆଗ ବସ୍ ମଧ୍ୟରୁ ବାହାରି ଆସି ପାରି ଥାଆନ୍ତେ। ମାତ୍ର ସେ ନିଜର ପିଲା ଓ ସ୍ୱାମୀ ଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରୀ ଦେଲେ।
ସ୍ୱାମୀ ଓ ତାଙ୍କ ପିଲାଙ୍କୁ ତ ସେ ବସ୍ ମଧ୍ୟରୁ ବଞ୍ଚାଇ ଦେଲେ ମାତ୍ର ନିଜ ଜୀବନକୁ ସେ ଜାଳି ପୋଡ଼ି ପାଉଁଶ କରିଦେଲେ। ଏହି ଯାତ୍ରୀ ଜଣକ ନାମ ହେଉଛି ପୁଷ୍ପାଞ୍ଜଳୀ ଦାସ୍।
ତାଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଳାର ମାର୍ଶାଘାଇ ଅଞ୍ଚଳରେ। ଦୀପାବଳୀ ପାଇଁ ଖୁସୀରେ ଘରକୁ ଫେରୁଥିବା ପୁଷ୍ପାଞ୍ଜଳୀ ଜଳନ୍ତା ବସ୍ ର ନିଆ ରେ ସବୁଦିନ ପାଇଁ ନିଜ ଜୀବନ ଦ୍ଵୀପ ଲିଭାଇ ଦେଇଛନ୍ତି। ଅନ୍ୟ ଙ୍କୁ ବଞ୍ଚାଉ ବଞ୍ଚାଉ ନିଜ ଜୀବନ ଚାଲି ଯାଇଛି।
ଜଣ ଜଣ କରି ନିଜର ସ୍ୱାମୀ ଓ ପୁଅଙ୍କୁ ସେହି ବସ୍ ମଧ୍ୟରୁ ବାହାରକୁ ପଠାଇ ଥିଲେ। ଆଉ ଶେଷରେ ସେ ନିଜେ ହିଁ ସେହି ବସ୍ ରୁ ବାହାରି ପାରି ନଥିଲେ ଯାହା ଫଳରେ କି ଏବେ ତାଙ୍କର ଜୀବନ ମଧ୍ୟ ଚାଲି ଯାଇଛି।
ପଶ୍ଚିମବଙ୍ଗ ର ଖଡ଼ଗପୁର ବସ ଦୁର୍ଘଟଣାରେ କିଛି ଏଭଳି ଘଟଣା ପୁଷ୍ପାଞ୍ଜଳୀ ଙ୍କ ସହ ଘଟି ଯାଇଛି। ଗତକାଲି ସ୍ୱାମୀ ଓ ନିଜ ପୁଅ ସହ କୋଲକାତା ର ଏକ ବସ୍ ରେ ଚଢ଼ିଥିଲେ ପୁଷ୍ପାଞ୍ଜଳୀ ଓ ତାଙ୍କର ପରିବାର।
ହେଲେ ହଠାତ୍ ଖଡ଼ଗପୁର ଠାରେ ଘଟି ଯାଇଥିଲା ଏକ ଏତେ ବଡ ଧରଣର ଦୁର୍ଘଟଣା। ଚଳନ୍ତା ବସ୍ ରେ ନିଆ ଲାଗିବା ପରେ ସମସ୍ତେ ବସ୍ ରୁ ବାହାରିବାକୁ ଖୁବ୍ ଚେଷ୍ଟା ମଧ୍ୟ କରିଥିଲେ।
ହେଲେ ବସ୍ ର ଗେଟ୍ ନ ଖୋଲିବାରୁ କେହି ହେଲେ ମଧ୍ୟ ବାହାରକୁ ଆଦୌ ବାହାରି ପାରି ନଥିଲେ। ସେଥିପାଇଁ ନିଜ ପିଲା ଓ ସ୍ୱାମୀ ଙ୍କୁ କଳେ ବଳେ କୌଶଳେ ବଞ୍ଚାଇ ଦେଇଥିଲେ। ହେଲେ ସେହି ଭୟଙ୍କର ନିଆ ରୁ ନିଜେ ବର୍ତ୍ତି ପାରି ନଥିଲେ।