Jan 31, 2024, 08:45 IST

ବସ ଚଲେଇଲା ବେଳେ ଡ୍ରାଇଭର କୁ ଆସିଗଲା ହୃଦଘାତ, ହେଲେ ଡ୍ରାଇଭର ଭାଇ ମରିବା ଆଗରୁ କରିଦେଇଗଲେ ଏମିତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କୁହନ୍ତି ମୃ-ତ୍ୟୁ କୁ ଆଖି ସାମ୍ନାରେ ଦେଖିଲେ ମଣିଷ ସବୁ କିଛି ଭୁଲି ଯାଇଥାଏ। ହେଲେ ନିଜର କର୍ତ୍ତବ୍ୟ କୁ ଭୁଲି ନଥିଲେ ମୃ-ତ ଡ୍ରାଇଭର ଜଣକ।
Special report
ସେ ଜାଣି ଥିଲେ କି ସେ ଆଉ ବଞ୍ଚିବେ ନାହିଁ ବୋଲି ହେଲେ ତାଙ୍କ ଉପରେ ନିର୍ଭର କରିଥିଲା ୫୦ ଜଣଙ୍କ ଜୀବନ। ସେଥିପାଇଁ ସେ କେମିତି ବା ମୃ-ତ୍ୟୁ କବଳରେ ପଡି ଥାଆନ୍ତେ। ଛାତି ଯନ୍ତ୍ରଣା ରେ ଛଟପଟ ହେଉଥିବା ବସ ଡ୍ରାଇଭର ଜଣକ,
ପ୍ରଥମେ ବସ କୁ ସୁରକ୍ଷିତ ଭାବରେ ନିୟନ୍ତ୍ରଣ କରି ରାସ୍ତା ଉପରେ ଛିଡା କରାଇ ଦେଇଥିଲେ। ଆଉ ତାହା ପରେ ସେ ଆଖି ବୁଜି ଦେଇଥିଲେ ଏଭଳି ଏକ ଲୋମ ଟଙ୍କୁରା ଘଟଣା ବାଲେଶ୍ଵର ଜିଲ୍ଲାର ନୀଳଗିରି ରେ ଦେଖିବାକୁ ମିଳିଛି।
ବସ ଚଳାଉ ଥିବା ସମୟରେ ଡ୍ରାଇଭର ଙ୍କୁ ଆସିଥିଲା ହାର୍ଟ ଆଟାକ୍। ହେଲେ ତାଙ୍କର ଏହି ବୁଦ୍ଧିମାନ ପଦକ୍ଷେପ ପାଇଁ ୫୦ ଲୋକଙ୍କ ଜୀବନ ଏବେ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି।
Special report
ହେଲେ ନିଜ ଜୀବନ ଯୁଦ୍ଧରେ ଡ୍ରାଇଭର ଜଣକ ହାରି ଯାଇଥିଲେ। ନୀଳଗିରି ର ପଞ୍ଚ ଲିଙ୍ଗେଶ୍ୱର ବୁଲିବା ପାଇଁ କୋଲକାତା ରୁ ପ୍ରାୟ ୫୦ ପର୍ଯ୍ୟଟକ ଏକ ବସ୍ ରେ ଆସିଥିଲେ। ବସ ଟି ଆଜି ଭୋରୁ ହିଁ ନୀଳଗିରି ରେ ପ୍ରବେଶ କରିଥିଲା।
ନୀଳଗିରି ପଞ୍ଚେ ଲିଙ୍ଗେଶ୍ଵର ରାସ୍ତା ପାଟପୁର ଛକ ନିକଟରେ ଏକ ବସ୍ ଧୃତ ଗତିରେ ଯାଉଥିବା ସମୟରେ ହଠାତ୍ ଡ୍ରାଇଭର ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହା ସତ୍ତ୍ୱେ ସେ ଗାଡ଼ିକୁ ନିୟନ୍ତ୍ରଣ ସହ ଆଣି ସୁରକ୍ଷିତ ଭାବରେ ଛିଡ଼ା କରାଇ ଥିଲେ।
ଏହାପରେ ସେ ନିଜ ସିଟ ରେ ହିଁ ଟଳି ପଡ଼ିଥିଲେ। ଏହାପରେ ବସ ରେ ଥିବା ପର୍ଯ୍ୟଟକ ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ସ୍ଥାନୀୟ ଯୁବକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସେହି ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲ କୁ ନେଇ ଯାଇଥିଲେ।
ମାତ୍ର ସେଠାରେ ହିଁ ଡ଼ାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରି ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ବସ୍ ଡ୍ରାଇଭର ଙ୍କ ଏବେ ଚାରିଆଡ଼େ ପ୍ରଶଂସା କରାଯାଉଅଛି।

Advertisement