ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଆପଣ ମାନେ କେବେ ଶୁଣି ଛନ୍ତି କି ବୟସ୍କ ଲୋକ ମାନଙ୍କ ବିବାହ ବିଷୟ ରେ।ଆମେ ଆଜି ଆପଣ ମାନଙ୍କୁ ଏକ ବିବାହ ବିଷୟ ରେ କହିବାକୁ ଯାଉଛୁ।ଯେଉଁ ଠାରେ ଜଣେ ୬୫ ବର୍ଷୀୟ ବୃଦ୍ଧା ଙ୍କ ସହିତ ଜଣେ ୬୩ ବର୍ଷୀୟ ବୃଦ୍ଧ ଙ୍କ ବିବାହ ସମ୍ପନ୍ନ ହୋଇଛି।

ଉଭୟ ଏକ ବୃଦ୍ଧଶ୍ରମ ରେ ରହୁଥିଲେ।କିନ୍ତୁ ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ବୃଦ୍ଧ ଜଣକ ଆଗରୁ ବିବାହ କରି ନ ଥିଲେ।ତାଙ୍କ ଶରୀର ଅସୁସ୍ଥ ଥିଲା।ସେଥିପାଇଁ ତାଙ୍କ ପରିବାର ଲୋକ ମାନେ ତାଙ୍କ ପ୍ରତି ଖରାପ ବ୍ୟବହାର ଦେଖାଇଲେ।
ଏହା ପରେ ସେହି ବୃଦ୍ଧ ଜଣକ ଆସି ଆଶ୍ରମ ରେ ରହୁ ଥିଲେ।ତାଙ୍କ ର ସେଠାରେ ଚିକିତ୍ସା କରା ଯାଉ ଥିଲା।ସେହି ଆଶ୍ରମ ରେ ପୂର୍ବ ରୁ ରହୁ ଥିଲେ ବୃଦ୍ଧା ଜଣକ।ସେ ଆଗରୁ ବିବାହିତ ଥିଲେ।କିନ୍ତୁ ତାଙ୍କ ପୁଅ ଝିଅ ମାନେ ତାଙ୍କୁ ଘରୁ ବାହାର କରି ଦେଇଥିଲେ।

ତାଙ୍କ ସ୍ଵାମୀ ଗତ ତିନି ବର୍ଷ ତଳେ ଆର ପାରି କୁ ଚାଲି ଯାଇଥିଲେ। ଏବଂ ସେ ଆସି ସେହି ଆଶ୍ରମ ରେ ରହୁଥିଲେ।ଉଭୟ ଙ୍କ ର ସେଠାରେ ଦେଖା ହୋଇ ଥିଲା।ପରେ ସେମାନେ ବିବାହ କରିବା ପାଇଁ ନିଷ୍ପତି ନେଇ ଥିଲେ।
ବୟସ ର ଅନ୍ତିମ ପର୍ଯ୍ୟାୟ ରେ ସେମାନେ ପରସ୍ପର କୁ ବିବାହ କରିବା ପାଇଁ ନିଷ୍ପତି ନେଲେ।ସୁନ୍ଦର ଭାବେ ସେହି ବୃଦ୍ଧା ଜଣକୁ ସଜାଇ ଦିଆ ଯାଇଥିଲା।ତାଙ୍କ ପାଦ ରେ ଅଳତା ଓ ମଥା ରେ ସିନ୍ଦୂର ଲାଗି ଥିଲା।

ଯାହାକୁ ଦେଖି ଉପସ୍ଥିତ ଲୋକ ମାନେ ବହୁତ ଖୁସି ଥିଲେ। ବାଣ ରୋଷଣୀ ସହିତ ବର ବେଶ ରେ ମନ୍ଦିର ରେ ଆସି ପହଞ୍ଚି ଥିଲେ ବୃଦ୍ଧ ଜଣକ।ଓଠ ରେ ତାଙ୍କର ଭରି ରହିଥିଲା ହସ।କି ସୁନ୍ଦର ଭାବେ ସେମାନେ ପରସ୍ପର କୁ ସବୁଦିନ ପାଇଁ ନିଜର କରି ନେଲେ।
ଏହି ଦୁଇ ଜଣ ଙ୍କ ନିଷ୍ପତି କୁ ସମ୍ମାନ ଜଣାଇ ସ୍ବାସ୍ଥ୍ୟ ବିଭାଗ ର ସହଯୋଗ ରେ ଅନୁଷ୍ଠାନ ପକ୍ଷରୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରି ଦିଆ ଯାଇଛି।ରୋଗ ର ଶିକାର ହେବା ପରେ ପରିବାର ସେମାନଙ୍କୁ ଦୂରେଇ ଦେଇଚି।
ଏହି ଗୋଷ୍ଠାଶ୍ରମ ହିଁ ସେମାନଙ୍କ ପାଇଁ ସବୁ କିଛି ଅଟେ।ସେମାନଙ୍କ ନାମ ହେଉଛନ୍ତି ଦାସ ଓ ପଦ୍ମାବତୀ।ଉଭୟ ବର୍ତ୍ତମାନ ନିଜ ଅତୀତ କୁ ମନେ ପକାଇ କାନ୍ଦି ପକାଉଛନ୍ତି।ଓ ପରସ୍ପର ର ହାତ ଧରି ବାକି ଜୀବନ କଟାଇ ଦେବେ ବୋଲି କହିଛନ୍ତି।