ନମସ୍କାର ପାଠକ ବନ୍ଧୁ। ଆସନ୍ତା କାଲି ଠାରୁ ମାର୍ଚ୍ଚ ମାସ ୫ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ ଆରମ୍ଭ ହେବାକୁ ଯାଉଛି।

ଆସନ୍ତା କାଲି ଅର୍ଥାତ ନେତାଜୀ ଜୟନ୍ତୀ ରୁ ବିଜୁ ଜନତା ଦଳ ପରିବାର ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ଘରେ ଘରେ ପହଞ୍ଚିବା ଓ ନବୀନ ପଟ୍ଟନାୟକଙ୍କ ସଫଳତା ଘରେ ପହଞ୍ଚାଇବା ପାଇଁ ଖସଡ଼ା ପ୍ରସ୍ତୁତ କରିଛି ଦଳ। ଏହାକୁ ତଦାରଖ କରିବେ ଜିଲ୍ଲା ପର୍ଯ୍ୟବେକ୍ଷକ ।
ଗତ ବର୍ଷ ମଧ୍ଯ ଗାନ୍ଧୀ ଜୟନ୍ତୀ ପାଖରୁ ଏକ ଜନସମ୍ପର୍କ ଯାତ୍ରା ମଧ୍ୟ ଆରମ୍ଭ ହୋଇଥିଲା। ଜନ ସଂପର୍କ ପଦଯାତ୍ରା ପାଇଁ ପ୍ରତି ନିର୍ବାଚନ ମଣ୍ଡଳ ରେ ୨୦୦ ପ୍ରତିନିଧି ଙ୍କୁ ଶଙ୍ଖ ଭବନ ରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ମଧ୍ୟ ଦିଆଯାଇଥିଲା।
ଏନେଇ ମଧ୍ୟ ଦଳୀୟ କାର୍ଯ୍ୟାଳୟ ରେ ନିଷ୍ପତ୍ତି ନିଆ ଯାଇଥିଲା। ବିଭିନ୍ନ ପ୍ରସଙ୍ଗ ଯଥା ସାମାଜିକ ଓ ଅର୍ଥନୈତିକ ପ୍ରସ୍ତାବ ଉପରେ ତାଲିମ ମଧ୍ୟ ଦିଆ ଯାଇଥିଲା। ସବୁ ନିର୍ବାଚନ ମଣ୍ଡଳୀ ର କର୍ମୀ ଆସି ସାମିଲ୍ ହୋଇଥିଲେ।

୩୨ ହଜାର ରୁ ଅଧିକ କର୍ମୀ ଏଥିରେ ସାମିଲ୍ ହୋଇ ତାଲିମ୍ ମଧ୍ୟ ନେଇଛନ୍ତି। ଓଡ଼ିଶାରେ ଜନ୍ମିତ ଦୁଇ ବରପୁତ୍ର ଙ୍କ ଜୟନ୍ତୀ କୁ ଯୋଡ଼ିବାକୁ ପ୍ରୟାସ କରାଯାଇଛି।
ଜାତୀୟ ରୁ ମହାଜାତୀୟ ଜୀବନକୁ ଛୁଇଁବା କୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିଜୁ ପଟ୍ଟନାୟକ ଙ୍କୁ ଯୋଡ଼ି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ତେଣୁ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ରୁ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ଦଳ ପରିବାର ସମ୍ପର୍କ ଆୟୋଜନ ଆରମ୍ଭ କରିଛି।
ନବୀନ ସରକାର ଙ୍କ ସଫଳତା ଘରେ ଘରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ହେବ। ଏନେଇ ମଧ୍ୟ ଗତ କାଲି ଠାରୁ ହିଁ କାର୍ଯ୍ୟକ୍ରମ ହେବ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହା ହେବା ପାଇଁ ଯାଉଛି।
ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।