Feb 17, 2024, 08:48 IST

ବିଜେଡି ବର, ବିଜେପି ବଧୂ... ହେଲା ବାହାଘର... ମୋଦୀ ପଛରେ ବସି କଲେ ଦୁଃଖରେ ଝିଅ ବିଦାୟ!

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି କି ଜଳୁଛି ହୁମ କୁଣ୍ଡ ଓ ଚାଲିଛି ବାହାଘର।
Special report
ଏଠାରେ ସାତ ଜନ୍ମ ପାଇଁ ସାଥୀ ହେବାକୁ କେହି ବାହା ହେଉ ନାହାଁନ୍ତି ବରଂ ଏହା ରାଜ୍ଯ ରାଜନୀତିରେ ଅନୁଷ୍ଠିତ ହୋଇଥିବା ବାହାଘର। ଏହି ବାହାଘର ହେଉଛି ବିଜେଡ଼ି ସହ ବିଜେପି ର ବାହାଘର। ଏହା ସାମ୍ପ୍ରତିକ ସ୍ଥିତି କୁ ଖୁବ ସୁହଉ ଥିଲା।
ହାତରେ ନଡ଼ିଆ ଧରି ବର ବେଦିରେ ପହଞ୍ଚିଲା। ଆଉ ବେଦିରେ ବର ପହଞ୍ଚିବା ପରେ ସେଠାରେ ଯାଇ କନ୍ୟା ପହଞ୍ଚି ଯାଇଥିଲେ। ପୁରୋହିତ ମାନେ ମଧ୍ୟ ପ୍ରସ୍ତୁତ ଥିଲେ। ସମସ୍ତେ ସଂପୂର୍ଣ୍ଣ ଭାବରେ ସେଠାରେ ପ୍ରସ୍ତୁତ ହୋଇ ଥିଲେ।
ମଇଦାନ ଉପରେ ସମସ୍ତେ ପହଞ୍ଚିବା ପରେ ସେଠାରେ ଆରମ୍ଭ ହୋଇ ଯାଇଥିଲା ମନ୍ତ୍ରପାଠ। ଏହାପରେ ଆରମ୍ଭ ହୋଇ ଯାଇଥିଲା ସେମାନଙ୍କର ବାହାଘର। ଏହା ଭଦ୍ରକର ବାସୁଦେବ ପୂର ଠାରେ।
ସେଠାରେ କଂଗ୍ରେସ କାର୍ଯ୍ୟାଳୟ ସାମ୍ନାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ବିଜେଡ଼ି ସହ ବିଜେପି ବାହା ହେବାରେ ଲାଗିଛି। ଏହାକୁ ନେଇ ବରଯାତ୍ରୀ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଛି।
ଏଭଳି କି କଂଗ୍ରେସ୍ କର୍ମୀ ମାନେ ମଧ୍ୟ ବିଜେଡ଼ି ଓ ବିଜେପିର ମୁଖା ପିନ୍ଧି ବରଯାତ୍ରୀ ରେ ସାମିଲ ହୋଇ ଥିଲେ। ସେମାନେ କହିଛନ୍ତି କି ବିଜେଡ଼ି ଏବଂ ବିଜେପି ଲିଭ୍ ଇନ୍ ରିଲେସନସିପ ରେ ରହିଛନ୍ତି।
ଆଉ ଧରା ପଡ଼ିବାରୁ ସେମାନେ ତାଙ୍କର ବାହାଘର କରି ଦେଇଛନ୍ତି। ଏଭଳି ଦୁହେଁ ମିଳିତ ହୋଇ ଅଛନ୍ତି ବୋଲି ଅନେକ ଅଭିଯୋଗ କରିଛନ୍ତି ଆଉ ବିଭିନ୍ନ ପ୍ରକାରର କଥା କହିଛନ୍ତି।
ଯାହାକି ସୋସିଆଲ ମିଡ଼ିଆ ରେ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।ତେବେ ଏହି ବାହାଘର ଓ ବରଯାତ୍ରୀ ମାନଙ୍କ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement