ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଷ୍ଟ୍ରେଲିଆ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତକୁ ପରାସ୍ତ କରିଥିଲା। ଯଦିଓ ପୂରା ବିଶ୍ୱକପ ସମୟରେ ଟିମ୍ ଇଣ୍ଡିଆ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା,

ତଥାପି ବିଶ୍ୱକପ୍ ଟ୍ରଫି ଜିତିବାରେ ବିଫଳ ହୋଇଛି ଦଳ। ଭାରତୀୟ କ୍ରିକେଟ୍ ଦଳର ପରାଜୟକୁ ନେଇ ସମଗ୍ର ଦେଶ ଅତ୍ୟନ୍ତ ଦୁଃଖିତ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇବା ଅନେକ ଏକତାର ସହ ଆଗେଇ ଆସିଛନ୍ତି।
ତେବେ ବନ୍ଧୁଗଣ ଭାରତୀୟ ଟିମ୍ର ଷ୍ଟାର ବୋଲର ମହମ୍ମଦ ସାମି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ମୋଦି ସାମିଙ୍କ ଆଲିଙ୍ଗନ କରିଛନ୍ତି।

ଏହା ବିଶ୍ୱକପ ଫାଇନାଲ ହାରିବା ପରେ ପ୍ରଧାନମନ୍ତ୍ରୀ ଟିମର ଡ୍ରେସିଂ ରୁମକୁ ଯାଇଥିବା ବେଳର ଫଟୋ ବୋଲି ଜଣାପଡିଛି। ବିଶ୍ୱକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିଯାଇଛି।
ଏହି ପରାଜୟ ପରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି। କେବଳ ସେତିକି ନୁହେଁ ଟିମର ସମସ୍ତ ଖେଳାଳିଙ୍କ ମୁହଁରେ ଖୁସି ଟିକେ ନାହିଁ। ରୋହିତ ଶର୍ମା, ମହମ୍ମଦ ସିରାଜ ପଡିଆରେ ହିଁ କାନ୍ଦି ପକାଇଥିଲେ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସିଟ୍ରୁ ଉଠି ସିଧାସଳଖ ଟିମର ଡ୍ରେସିଂ ରୁମକୁ ଚାଲିଯାଇଥିଲେ। ଆଉ ସେଠାରେ ଖେଳାଳିଙ୍କ ମନୋବଳ ବଢାଇଥିଲେ। ଏହି ସମୟରେ ମହମ୍ମଦ ସାମିଙ୍କୁ ମୋଦି ଆଲିଙ୍ଗନ କରିଥିଲେ।
ଯାହାର ଫଟୋ ସାମି ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସାମି ଲେଖିଛନ୍ତି, ଦୁଭାର୍ଗ୍ୟବଶଃତ କାଲି ଦିନ ଆମର ନଥିଲା।
ହେଲେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ଟିମ୍ ଏବଂ ମୋର ସମର୍ଥନ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ମୋଦି ଡ୍ରେସିଂ ରୁମକୁ ଆସି ଆମ୍ଭର ମନୋବଳ ବଢାଇଥିବାରୁ ଆମେ ସମସ୍ତେ କୃତଜ୍ଞ। ଆମେ ପୁଣି ଥରେ ଫେରୁବୁ।