Jan 4, 2024, 08:28 IST

ବିନା ଦୋଷରେ ୨୦ ବର୍ଷ ଜେଲ ଦଣ୍ଡ ଦେଖନ୍ତୁ ଏହି ବ୍ୟକ୍ତିଙ୍କ ଦୁଃଖ କିଛି ନକରି ମଧ୍ୟ ହୋଇଗଲା ଜୀବନ ନଷ୍ଟ - Exclusive

Special Report

ନମସ୍କାର ପାଠକ ବନ୍ଧୁ।ବିନା ଦୋଷ ରେ ଜଣେ ଯୁବକ ନିଜ ଜୀବନ ର ୨୦ ବର୍ଷ ବିତାଇ ଦେଲେ ଜେଲ ଭିତରେ।ଯେ କେହି ବି ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବ।ଜଣେ ମହିଳା ଙ୍କ ଜମି ରେ ଯୁବକ ଙ୍କ ଗାଈ ପଶି ଯାଇ ଥିଲା।
Special Report
ଯେଉଁଥିରେ ମହିଳା ଜଣକ ରାଗି ଯାଇ ଯୁବକ ଙ୍କ ଉପରେ ଯୌ-ନ ନି-ର୍ଯ୍ୟା-ତ-ନା ର ଏକ କେସ ଲଗାଇ ଥିଲେ।ସେ ସମୟ ରେ ପୋଲିସ ଏହି କେସ କୁ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲା।ହେଲେ ମହିଳା ଙ୍କ କଥା ଆଗରେ କିଛି ବି ସମ୍ଭବ ହୋଇ ନ ଥିଲା।ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଲଳିତପୁର ପଞ୍ଚାୟତ ରେ।
ଏଠାରେ ବିଷ୍ଣୁ ତିୱାରୀ ନାମକ ଜଣେ ଯୁବକ ଙ୍କ ର ଭୁଲ ନ ଥାଇ ତାଙ୍କୁ ୨୦ ବର୍ଷ ଜେଲ ରେ ରହିବାକୁ ପଡିଲା।ମହିଳା ଙ୍କ ର ମିଥ୍ୟା ଅଭିଯୋଗ ରେ ତାଙ୍କୁ ଜେଲ ଦଣ୍ଡ ରେ ଦଣ୍ଡିତ କରା ଯାଇଥିଲା।ଏହି କେସ ଟି ଦୀର୍ଘ ୨୦ ବର୍ଷ ପରେ ସମାଧାନ ହୋଇଚି।
Special Report
ଜଣା ପଡ଼ିଛି କି ବିଷ୍ଣୁ ତିୱାରୀ ଙ୍କ ର ଏଥିରେ କିଛି ବି ଭୁଲ ନ ଥିଲା।ହେଲେ ସେ ସମୟ ରେ ଗୋଟିଏ ୨୩ ବର୍ଷୀୟ ଯୁବକ ର ଜୀବନ ବର୍ବାଦ ହୋଇ ଗଲା।ଯେଉଁ ବୟସ ରେ ସେ ନିଜ ପରିବାର କୁ ପୋଷିବା ଆବଶ୍ୟକ ଥିଲା।ସେହି ସମୟ ରେ ତାକୁ ଜେଲ କୁ ନିଆ ଗଲା।
ସୂଚନା ଅନୁସାରେ ନିଜ ପୁଅ କୁ ଜେଲ ରୁ ଫେରାଇ ଆଣିବା ପାଇଁ ବିଷ୍ଣୁ ଙ୍କ ପରିବାର ଲୋକେ ବହୁତ କଷ୍ଟ ସହି ଛନ୍ତି।ସେମାନେ ଗୋଟିଏ ଭଲ ଓକିଲ କୁ ଲଗାଇବା ପାଇଁ ନିଜ ଜମି ବାଡ଼ି ସବୁ ବିକ୍ରୀ କରି ଦେଇଥିଲେ।ହେଲେ ପୁଅ କୁ ଜେଲ ରୁ ଆଣି ପାରି ନ ଥିଲେ।ଏହି ସମୟ ମଧ୍ୟରେ ବିଷ୍ଣୁ ଙ୍କ ଦୁଇ ଭାଇ ଓ ମା ବାପା ସମସ୍ତଙ୍କ ର ମୃତ୍ୟୁ ହୋଇ ଯାଇଚି।
Special Report
ହେଲେ ମୃତ୍ୟୁ ବେଳ କୁ ସେମାନଙ୍କ ପାଖରେ ଉପସ୍ଥିତ ନ ଥିଲେ ବିଷ୍ଣୁ।ଜେଲ ରୁ ମଧ୍ୟ ତାଙ୍କୁ ଛଡା ଗଲା ନାହିଁ।ପୁଅ କଥା ଭାବି ଭାବି ବାପା ମା ଆର ପାରି କୁ ଚାଲି ଗଲେ।ଏବେ ଦୀର୍ଘ ୨୦ ବର୍ଷ ପରେ ବିଷ୍ଣୁ ଫେରି ଆସିଛି ତାର ଗାଁ କୁ।
କୋର୍ଟ ତାକୁ ନିର୍ଦ୍ଦୋଷ ରେ ଖଲାସ କରିଛି।ତାହାର ଏବେ ସାହା ଭରଷା ପାଇଁ ପାଖରେ କେହି ନାହାନ୍ତି।ଜମି ବାଡ଼ି ସବୁ ବିକ୍ରୀ ହୋଇ ଯାଇଛି।ତଥାପି ବିଷ୍ଣୁ ମନ ଦୁଃଖ କରି ନାହାନ୍ତି।ସେ କହିଛନ୍ତି କି ଯାହା ହେଉ ମୋତେ ନିର୍ଦ୍ଦୋଷ ରେ ଖଲାସ କରା ଯାଇଚି।
ମୋର କିଛି ଭୁଲ ନ ଥାଇ ସେ ମୋତେ ଏତେ ବର୍ଷ ଜେଲ ରେ ରଖିଲେ।ଏହି ସମୟ ମୋ ପାଇଁ ବହୁତ କଷ୍ଟ ଦାୟକ ଥିଲା।ତଥାପି ମୁଁ ନିଜକୁ ସମ୍ଭାଳିଛି।ଏବେ ବହୁତ ଖୁସି ଅଛି ମୁଁ।ଏପରି କିଛି କହି ନିଜ ଦୁଃଖ କୁ ସମସ୍ତ ଙ୍କ ପାଖରେ ରଖିଛନ୍ତି ବିଷ୍ଣୁ ତିୱାରୀ।

Advertisement