ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖୁବ୍ ଶୀଘ୍ର ନିଦ ରୁ ଉଠିବେ ପ୍ରଜ୍ଞା ଓ ବିକ୍ରମ। ବଡ଼ ଖୁସୀ ଖବର ଦେଇଛନ୍ତି ଇସ୍ରୋ ମୁଖ୍ୟ। ପୂରଣ ହୋଇଛି ଚାନ୍ଦ୍ରଯାନ -୩ ମିଶନ ର ପ୍ରକୃତ ଉଦ୍ଦେଶ୍ୟ।ପୁଣି ନିଦରୁ ଉଠି ନିଜ କାମରେ ଲାଗି ପଡ଼ିବେ ପ୍ରଜ୍ଞା ଓ ବିକ୍ରମ।
ଚନ୍ଦ୍ରଯାନ -୩ ର ରୋଭର ସକ୍ରିୟ ହେଲେ ପୁଣି ଅନେକ ତଥ୍ଯ ପଠାଇବ ବୋଲି ଏହା ଆଶା କରାଯାଉଛି। ଭାରତିୟ ଅନ୍ତରୀକ୍ଷ ଅଭିଯାନ ର ମୁଖ୍ୟ ଏସ ସୋମନାଥ ଏକ ବଡ଼ ଖୁସୀ ଖବର ଦେଇଛନ୍ତି।
ସେ କହିଛନ୍ତି କି ଚନ୍ଦ୍ରଯାନ -୩ ର ରୋଭର ଏବେ ଚନ୍ଦ୍ର ପୃଷ୍ଠ ରେ ସ୍ଲିପ ମୋଡ ରେ ରହିଛି। ହେଲେ ଏହା ପୁଣି ଥରେ ଆକ୍ଟିଭ୍ ହେବାର ସମ୍ଭାବନା କୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ମଧ୍ୟ ଏହା କୁହା ଯାଇଛି।
ଏଯେନ୍ସି ଖୁବ୍ ଭଲ ଭାବରେ ଜାଣିଛନ୍ତି କି ଦୁହେଁ ଏବେ ସୋଇଥିବା ଅବସ୍ଥାରେ ହିଁ ରହିଛନ୍ତି। ଚନ୍ଦ୍ରଯାନ -୩ କୁ ନେଇ ସୋମନାଥ ଏହା କହିଛନ୍ତି କି ବର୍ତ୍ତମାନ ସେ ଚନ୍ଦ୍ର ପୃଷ୍ଠରେ ଶାନ୍ତି ରେ ଶୋଇ ରହିଛନ୍ତି।
ଏଥିରେ ବ୍ୟାଘାତ ନକରି ତାଙ୍କୁ ମଧ୍ୟ ଶାନ୍ତି ରେ ଶୋଇବାକୁ ଦିଆ ଯାଉ। ସେ ଯେବେ ଉଠିବାକୁ ସକ୍ଷମ ହେବେ ସେବେ ସେ ଉଠିବା ସହ ନିଜ କାମ ମଧ୍ଯ ସେ ଭଲ ଭାବରେ କରି ପାରିବେ।
ଏହି ବିଷୟରେ ଅଧିକା କିଛି କହିବାକୁ ମନା କରି ଦେଇଛନ୍ତି ଏସ୍ ସୋମନାଥ। ଏହା ସହ ସେ କହିଛନ୍ତି କି ବର୍ତ୍ତମାନ ସୁଦ୍ଧା ପ୍ରଜ୍ଞା ଉଠିବାର ସମ୍ଭାବନା ମଧ୍ଯ ରହିଛି। କାରଣ ଏହି ମିଶନ ରେ ଗୋଟେ ଲ୍ୟାଣ୍ଡର ଓ ଗୋଟେ ରୋଭର ସାମିଲ ରହିଥିଲେ।
ତେବେ ଲ୍ୟାଣ୍ଡର ହେଉଛି ଏକ ବିଶାଳ ସଂରଚନା। ତେଣୁ ଏହା ସମ୍ପୂର୍ଣ୍ଣ ଭାବରେ ପରୀକ୍ଷଣ କରାଯାଇ ନଥିଲା ମାତ୍ର ରୋଭର ୦° ରୁ ୨୦୦° ସେଲସିୟସ ପର୍ଯ୍ୟନ୍ତ ପରୀକ୍ଷଣ କରାଯାଇଛି।
ତେବେ ରୋଭର ଏହା ଠାରୁ କମ୍ ତାପମାତ୍ରାରେ କାମ କରିବାକୁ ସକ୍ଷମ ଥିବାର କହିଛନ୍ତି ଇସ୍ରୋ ମୁଖ୍ୟ। ତେବେ ଚନ୍ଦ୍ରଯାନ -୩ ର ଏହି ପ୍ରକୃତ ମିଶନ ପୂରା ହୋଇ ସାରିଛି। କାରଣ ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରପୃଷ୍ଠ ରେ ସଫ୍ଟ ଲ୍ୟାଣ୍ଡିଂ।