Updated: Dec 15, 2023, 13:03 IST

ବିକାଶ କେମିତି ହୁଏ ଅନ୍ୟ ଦେଶ କୁ ଶିଖାଉଛି ଓଡ଼ିଶା, ଓଡ଼ିଶା ର ବିକାଶ ଦେଖି ଇର୍ଷା ହେଉଛନ୍ତି ଅନ୍ୟ ରାଜ୍ୟ ମନ୍ତ୍ରୀ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନେ ଓଡ଼ିଶା କୁ ଟଙ୍କା ର ଅଭାବ ଥିଲା ହେଲେ ଏବେ ଖାଇ ପିଇ ସବୁ ବଳୁଛି। ଓଡ଼ିଶା ପାଇଁ ବଡ଼ ବଡ଼ ସ୍ବପ୍ନ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାହାକୁ ବୁଲି ବୁଲି ପୂରା କରୁଛନ୍ତି ପାଣ୍ଡିଆନ୍।
Special Report
ବିକାଶ କେମିତି ହୁଏ ଏବେ ତାହା ସମ୍ପର୍କରେ ପୂରା ଦେଶକୁ ଓଡ଼ିଶା ଶିଖାଇଛି। ସେଦିନର ନିଅଣ୍ଟିଆ ରାଜ୍ୟ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି।
ଅର୍ଥାତ ସେତେବେଳେ ଓଡ଼ିଶାକୁ ଚଳାଇବା ପାଇଁ ଟଙ୍କା ର ଘୋର ଅଭାବ ଥିଲା। ମାତ୍ର ଏବେ ଖାଇ ପିଇ ସାରିବା ପରେ ମଧ୍ୟ ଓଡିଶାର ଟଙ୍କା ବଳୁଛି। ପୂର୍ବରୁ ସରକାର ଚାକିରୀ ଦେବା ପାଇଁ ଅକ୍ଷମ ଥିଲେ।
କାରଣ ସେତେବେଳେ ଓଡ଼ିଶା ପାଖରେ ଲୋକଙ୍କୁ ଦେବା ପାଇଁ କିଛି ହେଲେ ମଧ୍ୟ ନଥିଲା। ଓଡିଶାର ରାଜକୋଷ ସେତେବେଳେ ଖାଲି ପଡିଥିଲା।ବାରମ୍ବାର ବନ୍ୟା ବାତ୍ୟା ଆସି ଓଡିଶାର ମେରୁ ଦଣ୍ଡ କୁ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଥିଲା।
Special Report
ସେହି ସମୟରୁ ହିଁ ଓଡ଼ିଶା ଗରିବ ହୋଇ ପଡ଼ି ରହିଥିଲା। ଯେତେ ଟଙ୍କା ରହୁଥିଲା ପୂର୍ବତନ ସରକାର ଦୁର୍ନୀତି କରି ସବୁକିଛି ଲୁଟି ନେଇ ଚାଲି ଯାଉଥିଲେ। ତେଣୁ ନିଜର ଖରାପ୍ ଭାଗ୍ୟକୁ ଆଦରି ସେଠାରେ ପଡି ରହିଥିଲା ଓଡ଼ିଶା।
ହେଲେ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରେ ସତେ ଯେପରି ଓଡ଼ିଶା ମୁଣ୍ଡରେ ହାତୀ ଆସି ସୁନା କଳସ ଢାଳି ଦେଇଥିଲା। ଧୀରେ ଧୀରେ ଓଡ଼ିଶା ଏବେ ଉନ୍ନତି ପଥରେ ଆଗେଇ ଚାଲିଛି।
ରାସ୍ତା ଘାଟ ଠାରୁ ଆରମ୍ଭ କରି ଗାଆଁ ରୁ ସହର ଆଜିକାଲି ସବୁକିଛି ଚକା ଚକ। ଦିନକୁ ଦିନ ଏବେ ଓଡ଼ିଶା ଧନୀ ହେବାରେ ଲାଗିଛି। ଯାହାକି ଓଡ଼ିଶା ପାଇଁ ଏକ ଖୁବ ଖୁସୀ ଖବର ଅଟେ।
ଆଉ ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ହିଁ ସମ୍ଭବପର ହୋଇ ପାରିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement