ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ବିଧାୟିକା ଯିଏକି ଡ଼ିସେମ୍ବର ରେ ଜିତି ଥିଲେ ମାତ୍ର ଫ୍ରେବୃଆରୀ ରେ ଚାଲିଗଲେ। ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ତେଲେଙ୍ଗାନା ର ବିଧାୟିକା।

ଦୁଇ ମାସ ମଧ୍ୟରେ ସେ ଦୁଇଟି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।୧୦ ଦିନ ପୂର୍ବରୁ ହିଁ ତାଙ୍କର ଦୁର୍ଘଟଣାରେ ଗାଡ଼ି ନଷ୍ଟ ହୋଇ ଯାଇଥିଲା। ପାଞ୍ଚ ଦିନ ପୂର୍ବରୁ ସେ କିଣିଥିବା ନୂଆ ଗାଡ଼ିରେ ହିଁ ତାଙ୍କର ଜୀବନ ଚାଲି ଯାଇଥିବା ଖବର ଆସିଛି।
ତେଲେଙ୍ଗାନା ର ବିଆରଏସ ବିଧାୟିକା ଜି ଲାସ୍ୟା ନନ୍ଦିତା ଙ୍କ ସଡ଼କ ଦୁର୍ଘଟଣା ରେ ହିଁ ମୃ-ତ୍ୟୁ ହୋଇ ଯାଇଛି। ସିକନ୍ଦରାବାଦ କ୍ୟାଣ୍ଟେନମେଣ୍ଟ ର ବିଧାୟିକା ଙ୍କ ଜୀବନ ଏଭଳି ଚାଲି ଯାଇଛି। ଏହି ବିଧାୟିକା ଜଣକୁ ୩୭ ବର୍ଷ।
ତାଙ୍କ ଗାଡ଼ିଟି ଯେତେବେଳେ ଦୃତ ଗତିରେ ଯାଉଥିଲା ସେତେବେଳେ ଏହା ଏକ ଲୁହା ର ବ୍ୟାରିକେଟ୍ ରେ ପିଟି ହୋଇ ଯାଇଥିଲା। ଏଥିରେ ଗାଡିର ସାମ୍ନା ପତ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିଲା।

ଏହା ଦ୍ବାରା ଲାସ୍ୟା ଓ ତାଙ୍କର ଡ୍ରାଇଭର ଗୁରୁତର ହୋଇଥିବା କୁହା ଯାଉଥିଲା। ଏହାପରେ ଦୁହିଁଙ୍କୁ ଉଦ୍ଧାର କରି ପାଖରେ ଥିବା ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଡ଼ାକ୍ତର ଲାସ୍ୟା ଙ୍କୁ ମୃ-ତ ବୋଲି ଘୋଷଣା ମଧ୍ୟ କରି ଦେଇଥିଲେ।
ଖବର ପହଞ୍ଚିବା ପରେ ବିଆରଏସ ନେତା ହସ୍ପିଟାଲ ରେ ପହଞ୍ଚି ନନ୍ଦିତା ଙ୍କ ଶେଷ ଦର୍ଶନ କରିଥିଲେ। ଏହା ସହ ସେ ଡ୍ରାଇଭର ଙ୍କ ଚିକିତ୍ସା କଥା ମଧ୍ୟ ବୁଝି ଥିଲେ।
ବିଧାୟିକା ଙ୍କ ଏଭଳି ହଠାତ୍ ପରଲୋକ ସେହି ଅଞ୍ଚଳବାସୀ ଙ୍କୁ ସଂପୂର୍ଣ୍ଣ ଭାବରେ ସ୍ତବ୍ଦ କରି ଦେଇଛି। ଏଭଳି ଘଟଣା ତାଙ୍କ ସହ ହଠାତ ଘଟିଯିବ ଓ ତାଙ୍କର ଅଳ୍ପ ବୟସରୁ ହିଁ ଦେହାନ୍ତ ହୋଇଯିବ
ଏକଥା କେହି ହେଲେ ମଧ୍ୟ ଆଦୌ ବିଶ୍ବାସ କରି ପାରୁ ନାହାଁନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଜଣାଇବେ ଓ ସଡ଼କ ରେ ଗଲା ବେଳେ କିପରି ସତର୍କତା ଅବଲମ୍ବନ କରିବେ ସେଥି ପ୍ରତି ଧ୍ୟାନ ଦେବେ।